ସବୁ ସମୟ ଖବର ସାଥିରେ

ଏହାର ସେବନ ଦ୍ୱାରା ,କାଶ ଏବଂ କଫ ଥରକରେ ଦୂର ହୋଇଯିବ | Cold And Cough Remedies

0 21

କେତେକ ଲୋକଙ୍କୁ ବହୁତ ଶୀଘ୍ର ଦେହ ଖରାପ ହୋଇ ଯାଇଥାଏ ଏବଂ ତା ସହିତ କାଶ ମଧ୍ୟ ହୋଇଥାଏ | ଏହି କାଶ କମିବାର ନାମ ନେଇ ନ ଥାଏ | ଏବଂ ଏହି କାଶ କିଛି ଦିନ ରହିଗଲା ପରେ ତାହା କଫ ହୋଇ ଯାଇଥାଏ | ଆଉ ଏହି କଫ ହେଲେ ଲୋକ ମାନେ ଅଣ ନିଶ୍ୱାସୀ ହେବା ସହ ଗଳା ଯନ୍ତ୍ରଣା ହୋଇ ଥାଏ |

ଆଜି ଆମେ ଆପଣଙ୍କୁ ଦୁଇଟି ଉପଚାର ବିଷୟରେ ବତାଇବାକୁ ଯାଉଅଛୁ | ଯଦି ଆପଣଙ୍କୁ ଶୁଖିଲା କାଶ ହେଉଅଛି ତାହେଲେ ଆପଣ ପ୍ରଥମ ଉପଚାରଟିକୁ ବ୍ୟବହାର କରିବେ | ଯଦି ଆପଣଙ୍କୁ କଫ ହେଉଅଛି ଯାହା ଦ୍ୱାରା ଆପଣ ଛାତିରେ କିଛି ମାଡି ବସିବା ଭଳି ଅନୁଭବ କରୁଛନ୍ତି ବା କାଶି କାଶି ଆପଣଙ୍କୁ ଜ୍ୱର ଆସି ଯାଉଛି ତାହେଲେ ଆପଣ ଦ୍ୱିତୀୟ ଉପଚାରଟିକୁ ନିହାତି ଭାବରେ ଥରେ ବ୍ୟବହାର କରନ୍ତୁ | ପ୍ରଥମ ଥର ବ୍ୟବହାରରୁ ହିଁ ଆପଣ ଫରକ ଜାଣି ପାରିବେ | ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ଉପଚାର ବିଷୟରେ |
ଉପଚାର :- 1

ପ୍ରଥମ ଉପଚାରଟି ହେଉଛି କେବଳ ଶୁଖିଲା କାଶ ପାଇଁ | ଯଦି ଆପଣଙ୍କୁ କେବଳ ଶୁଖିଲା କାଶ ହେଉ ଅଛି ତାହେଲେ ଆପଣ ଚିମୁଟାଏ ଶୁଖିଲା ହଳଦୀ ନିଅନ୍ତୁ | ଏହି ଚିମୁଟାଏ ହଳଦୀ ନେଇ ଆପଣ ନିଜ କଳରେ ଜାକି ଆସ୍ତେ ଆସ୍ତେ ତାହାର ରସକୁ ନିଜ ଗଳା ଭିତର ଦେଇ ନିଅନ୍ତୁ | ବ୍ୟସ୍ତ ହୋଇ ଶୀଘ୍ର ଖାଇ ଦେବେ ନାହିଁ | ଏହାର ଲାଳ ଯେତେବେଳେ ଧୀରେ ଧୀରେ ଗଳା ଦେଇ ଯିବ ଏହା ଶୁଖିଲା କାଶକୁ ଭଲ କରିବାକୁ ଲାଗିବ |

ହଳଦୀରେ ଆଣ୍ଟିବେକଟେରିଆଲ ଗୁଣ ରହି ଥାଏ ଯାହା ଆମ ଗଳାରେ ଥିବା କ୍ଷତିକାରକ ବୀଜାଣୁକୁ ମରିଥାଏ ଓ କାଶରୁ ମୁକ୍ତି ଦେଇଥାଏ | ଆପଣ ଏହି ଉପଚାର ଥରେ କଳା ପରେ ଯଦି ଆପଣଙ୍କର କାଶ ଭଲ ନ ହୁଏ ତାହେଲେ ଆପଣ ଏହାକୁ ଆଉ ଥରେ ବ୍ୟବହାର କରନ୍ତୁ | ଆପଣ ଦିନରେ ଏହି ଉପଚାର ଚାରିରୁ ପାଞ୍ଚ ଥର କରି ପାରିବେ |
ଉପଚାର :-2ଦ୍ୱିତୀୟ ଉପଚାରଟି ହେଉଛି କେବଳ କଫ ହେଉଥିବା ବ୍ୟକ୍ତି ମାନଙ୍କ ପାଇଁ | ଯଦି ଆପଣଙ୍କୁ କଫ ହେଉଛି ଯାହା ପାଇଁ ଆପଣ ଠିକ ସେ ନିଶ୍ୱାସ ପ୍ରଶ୍ୱାସ ନେଇ ପାରୁନାହାନ୍ତି ବା ରାତିରେ ଠିକ ସେ ସୋଇ ପାରୁ ନାହାନ୍ତି ବା ଛାତିରେ କିଛି ମାଡି ବସିଲା ପରି ଅନୁଭବ ହେଉଅଛି ତାହେଲେ ଆପଣ ଏହି ଉପଚାରଟିକୁ ବ୍ୟବହାର କରିବେ | ଏହା ପାଇଁ ଆପଣ ଏକ ଚାମଚ ଅଦା ରସ ନେଇ ସେଥିରେ ଏକ ଚାମଚ ମହୁ ମିଶାଇ ଏହି ମିଶ୍ରଣକୁ ଭଲ ଭାବେ ଗୋଳାଇ ନିଅନ୍ତୁ ଓ ଏହାକୁ ସେବନ କରନ୍ତୁ |

ଦେଖିବେ ଆପଣଙ୍କ କଫ ତରଳି ଛାତି ହାଲକା ଲାଗିବ ଏବଂ ଏହା ଆପଣଙ୍କ ମଳରେ ବାହାରି ଯିବ |ଏହାକୁ ଦିନରେ ତିନିରୁ ଚାରି ଥର କରନ୍ତୁ |ଏହି ଉପଚାର ଆପଣଙ୍କୁ ଥଣ୍ଡାରୁ ମଧ୍ୟ ବହୁତ ଉପଶମ ଦେଇଥାଏ |ଏହି ଦୁଇଟି ଉପଚାର ଆପଣ ନିଶ୍ଚିତ ଥରେ ବ୍ୟବହାର କରି ଦେଖନ୍ତୁ, ଆପଣଙ୍କ ପୁରୁଣାରୁ ପୁରୁଣା କାଶ ଓ କଫ ଦୁରେଇ ଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।