ସବୁ ସମୟ ଖବର ସାଥିରେ

Heavy rain -ବାତ୍ୟା ର ମହାପ୍ରଭାବ ରେ ଚାହୁଁ ଚାହୁଁ ନଦୀ ଗର୍ଭରେ ଲୀନ ହୋଇଗଲା ୨ ମହଲା ଘର ଓ ଟ୍ରକ୍ , ..ଏହି ଭିଡିଓ ଦେଖିବା ପରେ ଆପଣଙ୍କ ଛାତି ଥରି ଉଠିବ

0 298

ଆମ ଦେଶ ଭାରତରେ ହଜାର ହଜାର ମନ୍ଦିର ମାନ ରହିଛି।ତେବେ ସମସ୍ତ ମନ୍ଦିରର ନିଜର ସ୍ୱତନ୍ତ୍ର ମାହାତ୍ମ୍ୟ ଓ ବିଶେଷତ୍ୱ ପାଇଁ ଦେଶ ତଥା ବିଦେଶରେ ନିଜର ସ୍ୱତନ୍ତ୍ର ପ୍ରସିଦ୍ଧି ଲାଭ କରି ପାରିଛି।ସେଥି ମଧ୍ୟରୁ ତିରୁପତି ର ତିରୁମାଲା ପୀଠ ଅନ୍ୟତମ ଅଟେ।ତାହା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି।ତେବେ ଗତକାଲି ଏହି ତିରୁପତି ର ତିରୁମାଲା ଠାରେ ପ୍ରବଳ ବର୍ଷା କାରଣରୁ ପ୍ରକୃତି ତାଣ୍ଡବ ରଚୁଛି।

ତିରୁପତି ବାଲାଜି ରେ ଲଗାତାର ବର୍ଷା ପରେ କେତେକ ସ୍ଥାନରେ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଏନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛନ୍ତି । ତାମିଲନାଡୁର କେତେକ ଜିଲ୍ଲାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ନଦୀ ତଥା ହ୍ରଦ ଗୁଡିକରେ ଜଳ ବଢୁଛି ଏବଂ ବନ୍ୟାର ସ୍ଥିତି ଦେଖା ଦେଇଛି । ପାଣିର ସ୍ରୋତ ଅଧିକ ରହିଛି ଏବଂ ପ୍ରକୃତି ତାର ତାଣ୍ଡବ ରଚାଇ ଚାଲିଥି । ଚାରିଆଡେ ଜଳପୂର୍ଣ୍ଣ ଦେଖା ଯାଉଛି ।


ଆଗାମୀ 24-48 ଘଣ୍ଟା ଭିତରେ ଅନେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି , ତେଣୁ ପାଣିପାଗ ବିଭାଗ ପୁଣି ବିପଦପୂର୍ଣ୍ଣ ସ୍ଥାନ ମାନଙ୍କରେ ହାଇ ଆଲର୍ଟ ଜାରି କରିଛି । ଭେଙ୍କଟେଶ୍ବର ଧାମକୁ ଯିିଥିବା ସମସ୍ତ ରାସ୍ତାକୁ ବନ୍ଦ କରିଦିଆ ଯାଇଛି । ପାହାଡ଼ ଉପରୁ ତୀବ୍ର ବେଗରେ ପାଣି ଆସି ରାସ୍ତାରେ ନଦୀର ଭ୍ରମ ସୃଷ୍ଟି କରିଛି।ପ୍ରବଳ ବର୍ଷା ରେ ଭକ୍ତ ଓ ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକ ମାନେ ପାହାଡ଼ ରେ ଫଶି ରହିଛନ୍ତି।ପାହାଡ଼ରୁ ଖସୁଥିବା ପାଣି ର ବେଗ ଏତେ ତୀବ୍ର ଥିଲା ଯେ ପାହାଡ଼ର ପାଦ ଦେଶ ରେ ଥିବା ଗାଡି ମୋଟର ସବୁ ପାଣି ରେ ଭାସିବାର ଦେଖିବା କୁ ମିଳିଥିଲା।


ତେବେ ଆପଣଙ୍କୁ ଜଣେଇ ଦେଉଛି କି ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟି ସାରିଲାଣି । ଦକ୍ଷିଣଭାରତ ରେ ବର୍ଷା ଯୋଗୁଁ ହାହାକାର ପଡିଗଲାଣି । ପ୍ରବଳ ବର୍ଷା ଯୋଗୁଁ ଭିନ୍ନଭିନ୍ନ ସ୍ଥାନରେ 4ଜଣ ପିଲା ସମତେ 17 ଜଣଙ୍କର ମୃତ୍ୟୁ ହୋଇସାରିଛି ଏବଂ 12 ଜଣ ନିଖୋଜ ଅଛନ୍ତି । କେରଳ, ତାମିଲନାଡୁ, ଆନ୍ଧ୍ରପ୍ରବେଶ, ତେଲେଙ୍ଗାନା ସମେତ ଅନ୍ୟ କେତେକ ରାଜ୍ୟରେ କିଛିକିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି ଏବଂ କେତେକ ସ୍ଥାନରେ ଲୋକମାନେ ନିଜ ଘରୁ ବେଘର ମଧ୍ୟ ହୋଇ ସାରିଲେଣି ।

ତେବେ ପ୍ରବଶ ବର୍ଷା ଯୋଗୁଁ ବହୁତ ଜନଜୀବନ କ୍ଷୟକ୍ଷତି ହୋଇ ସାରିଲାଣି ଏବଂ ଯାନବାହାନ ବି ଭାସି ଗଲାଣି । ଏହାଛଡା କେତକ ମନ୍ଦିରରେ ମଧ୍ୟ ପାଣି ମାଡି ଯାଇଛି । ତେବେ ଡିସେମ୍ବର ମାସରେ ବର୍ଷା ହେବା କୌଣସି ମହାପ୍ରବଳ ଠାରୁ ବି କମ୍ ନୁହେଁ । ପାଣିପାଗ ବିଭାଗ ଅନେକ ସ୍ଥାନରେ ରେଡ୍ ଆଲର୍ଟ ଜାରି କରିବା ସହିତ ଲୋକଙ୍କୁ ସଚେତନ ରହିବା ପାଇଂ ପରାମର୍ଶ ଦେଇଛନ୍ତି । ଆଗାମୀ 24-24 ଘଣ୍ଟା ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଭିଡିଓର ଦେଖିପାରୁଥିବେ ପାଣିର ସ୍ରୋତ କେତେ ପ୍ରଖର ରହିଛି ଏବଂ ଯାହା ସମସ୍ତଙ୍କୁ ଭୟଭୀତ କରିବା ଭଳି ହୋଇଛି । ପ୍ରକୃିତର ଏମିତି କରାଳରୂପ ଯଦି ଅଧିକ ସମୟ ପର୍ଯ୍ୟନ୍ତ ରୁହ ତେବେ ବହୁ ଜନଜୀବନ ଧ୍ବଂସ ହୋଇଯିବାର ସମ୍ଭାବନା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।