ସବୁ ସମୟ ଖବର ସାଥିରେ

ହେ ପ୍ରଭୁ ତୁମର ଏକି ଅବତାର ? ମହାପ୍ରଭୁ ନେଲେ ଶଙ୍ଖ ଅବତାର , ଏହି ମନ୍ଦିରରେ ଜମିଲା ଭକ୍ତଙ୍କ ଭିଡ଼ । ଭଗବାନଙ୍କ ପ୍ରତି ମନରେ ଭକ୍ତି ଥିଲେ ଗୋଟିଏ ସେୟାର ନିଶ୍ଚିତ କରିବେ

0 193

ଘଣ୍ଟା ବାଜିବ ଶଙ୍ଖ ଚାଲିବ! ମାଟି ତଳୁ ବାହାରି ଭୋଗ ଖାଇବ ଜୀବନ୍ତ ଶଙ୍ଖ।ଆପଣ କେବେ ଶଙ୍ଖ ଚାଲୁ ଥିବାର ଦେଖିଛନ୍ତି କି?ଶଙ୍ଖ ଭୋଗ ଖାଉ ଥିବାର ଜାଣିଛନ୍ତି କି?ସମସ୍ତ ଙ୍କ ଠାକୁର ଘରେ ତ ଶଙ୍ଖ ରହି ଥାଏ,ଆଉ ପୂଜାର୍ଚ୍ଚନା ବେଳେ ଶଙ୍ଖ ବଜା ଯାଏ।ହେଲେ ଶଙ୍ଖ ଯେ ଘଣ୍ଟ ଘଣ୍ଟା ମୃଦଙ୍ଗ ବାଜିଲେ ଆପେ ଆପେ ଚାଲେ,ତାହା କେହି କେବେ କଳ୍ପନା କରି ନଥିବେ।କିନ୍ତୁ ପାରାଦ୍ୱୀପ ର ଏକ ରହସ୍ୟମୟ ଗଛ ଅଛି,ଯେଉଁଠୁ ବାହାରନ୍ତି ଏକାଧିକ ଜୀବନ୍ତ ଶଙ୍ଖ।

ଆଉ ସେସବୁ ଶଙ୍ଖକୁ ଲୋକେ ଅଦୃଶ୍ୟ ଭଗବାନ କହି ପୂଜା କରନ୍ତି।ପାରାଦୀପ ନେହେରୁ ବଙ୍ଗଳା ହେଲିପ୍ୟାଡରେ ନିକଟରେ ଥିବା ଜଙ୍ଗଲ ରେ ରହିଛି ରତ୍ନ ବଟ।କୁହାଯାଏ ଯେ ଓଡ଼ିଶାର ୫ ବଟ ବୃକ୍ଷ ମଧ୍ୟରୁ ପାରାଦ୍ୱୀପ ର ରତ୍ନ ବଟ ଅନ୍ୟତମ।ଯେଉଁଠି ଜୀଅନ୍ତା ଶଙ୍ଖ ଚାଲି ଚାଲି ଆସନ୍ତି ଆଉ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି।

 

 

ସବୁଠାରୁ ଆଶ୍ଚର୍ଯ୍ୟ ଓ ଆଲୋକୀକ ଘଟଣା ହେଉଛି,ଘଣ୍ଟା ବାଜିଲେ ବଟ ବୃକ୍ଷ ମୂଳରୁ ଶଙ୍ଖ ବାହାରନ୍ତି ଆଉ ଲୋକେ ଦେଇ ଥିବା ନଡ଼ିଆ, କଦଳୀ ଓ ଖଇ ଭୋଗ ଖାଇ ଥାନ୍ତି।ତେବେ ସ୍ଥାନୀୟ ଲୋକଙ୍କ କହିବା କଥା କି ଏହି ପୀଠରେ ବହୁତ କିଛି ମହିମା ରହିଛି।ଏଠାକୁ ଆସି ଲୋକଙ୍କ ରୋଗ ଭଲ ହୋଇଛି।ପିଲାମାନେ ଚାକିରୀ ପାଇଛନ୍ତି।ଏଠାରେ ଲୋକଙ୍କ ମନ ସ୍କାମନା ପୂରଣ କରୁଛନ୍ତି ଠାକୁରାଣୀ ମାଆ।ଏମିତି ଅନେକ ବିଶ୍ୱାସ ସ୍ଥାନୀୟ ଲୋକଙ୍କ ମନରେ ରହିଛି।

ଏହାକୁ ଏକ ପବିତ୍ର ଓ ପୁଣ୍ୟ ସ୍ଥାନ କହି ବହୁ ଦୂରରୁ ମଧ୍ୟ ଅନେକ ଭକ୍ତ ଆସି ଥାନ୍ତି।ଜୀବନ୍ତ ଶଙ୍ଖ ସ୍ଥାନୀୟ ଲୋକଙ୍କ ଆଶା ଓ ବିଶ୍ୱାସ ପାଲଟି ଥିବା ବେଳେ ଏହି ରତ୍ନ ବଟ ତଳେ ମାନସିକ କଲେ ତାହା ପୂରଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।ଗଛ ମୂଳରେ ଦେବା ଦେବୀ ପୂଜା ପାଉଥିବା ବେଳେ ,କେବେ କେବେ ସାପ,ନେଉଳ ଓ ଶଙ୍ଖ ଗୋଟିଏ ଜାଗାରେ ଖେଳୁ ଥିବା ଲୋକେ ଦର୍ଶନ କରିଛନ୍ତି।

ଏହି ମଠ କୁ ଅନେକ ସନ୍ଥ ମାନେ ଆସି ଧ୍ୟାନ କରି ଯାଉଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।ଏହା ସହିତ ଏହି ମଠ ବିଷୟରେ ମାଳିକା ରେ ମଧ୍ୟ ଲେଖା ଯାଇଛି ବୋଲି ଏଠିକାର ଲୋକେ କହିଛନ୍ତି।ଏହି ମଠର ଠାକୁରାଣୀ ମାଆ ସମସ୍ତ ଙ୍କ ଗୁହାରୀ ଶୁଣିବା ସହିତ ଏଠାରେ ଅନେକ କିଛି ଆଲୋକୀକ ଘଟଣା ମଧ୍ୟ ଘଟାଇଛନ୍ତି।ଏହି ଦେବୀ ମାଆ ଜୀବନ୍ତ ଠାକୁରାଣୀ ବୋଲି ଭକ୍ତ ମାନେ ବିଶ୍ୱାସ କରନ୍ତି।

 

ତେବେ ଅଲୌକିତା ରେ ପୂର୍ଣ ଏହି ରତ୍ନ ବଟ ପାଖକୁ ଓଡ଼ିଶାର ବହୁ ସ୍ଥାନରୁ ଅନେକ ସାଧୁ ସନ୍ଥ ଆସୁ ଥିଲେ ହେଁ,ଏହା ପ୍ରଶାସନ ର ଅଗୋଚରରେ ରହିଛି ।ସରକାର ଙ୍କ ଶୁଭ ଦୃଷ୍ଟି ଉକ୍ତ ସ୍ଥାନରେ ପଡ଼ିଲେ ଏହା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହୋଇ ପାରନ୍ତା ବୋଲି ଲୋକେ ଦାବି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।