
ହେ ଭଗବାନ ଭାରତ ଉପରେ ଆସୁଛି କି ବଡ ବିପଦ ! ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଚିଲ , ଶେଷ ହେଉଛି କଳିଯୁଗ ଆଉ କେହି ପାଇବେନି ରକ୍ଷା … ମାଳିକା ଦେଲା ସ୍ପଷ୍ଟଚେତାବନୀ
ସତ ହେବ କି ମାଳିକା ବଚନ? ପୃଥିବୀ ପୃଷ୍ଠ ଆଡକୁ ମାଡି ଆସୁଛି କି ମହା ବିପଦ? କଣ ସତରେ ଧ୍ଵଂସ ପାଇ ଯିବ ପୃଥିବୀ ପୃଷ୍ଠ? ମାଳିକା ବଚନ ରେ ଆଗତ ଭବିଷ୍ୟତକୁ ନେଇ ଯେଉଁ ସବୁ ସଂକେତ ଦିଆ ଯାଇ ଥିଲା ତାହା ଧିରେ ଧିରେ ସତ ହେବା ପାଇଁ ଯାଉଛି। ଯାହାର ଅନେକ ଉଦାହରଣ ଆମ ସାମ୍ନାରେ ରହିଛି।ଯେଉଁ ଭଳି ଭାବରେ ପୁରୀ ଶ୍ରୀ ମନ୍ଦିରକୁ ନେଇ ଗୋଟିଏ ପରେ ଗୋଟିଏ ନକାରାତ୍ମକ ସଂକେତ ମିଳି ଚାଲିଛି ଯାହାକି ସମସ୍ତଙ୍କୁ ବିଚଳିତ କରି ଦେଉଛି। ତେବେ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ପୁରୀ ଶ୍ରୀ ମନ୍ଦିରକୁ ନେଇ ମହାପୁରୁଷ ମାନେ ମାଳିକାରେ କଣ ଉଲ୍ଲେଖ କରା ଯାଇଛି। ଯାହାକୁ ଆଲୋଚନ କରିଛନ୍ତି ମାଳିକା ବିଶେଷଜ୍ଞ ବାବା ବିଦାବକ ଦାସ।
ବହୁ ବର୍ଷ ପୂର୍ବେ ଲେଖା ଯାଇଥିବା ମାଳିକା ଏବେ ଗୋଟିଏ ପରେ ଗୋଟିଏ ସତ ହେବାରେ ଲାଗିଛି । ମାଳିକାରେ ଲେଖା ଯାଇଥିବା ପ୍ରତିଟି ଘଟଣା ଏବେ ସତ ରେ ଘଟି ଚାଲିଛି ଯାହା ଫଳରେ ଲକୋଙ୍କ ମଧ୍ୟରେ ଛନକା ପଶି ଯାଇଛି।ତେବେ ଆପଣ ମାନେ ଜାଣିଥିବେ କି ନିକଟରେ ପୁରୀ ଶ୍ରୀ ମନ୍ଦିରରୁ ମିଳିଥିଲା ଏକ ନକାରାତ୍ମକ ସଂକେତ। ନୀଳ ଚକ୍ର ଉପରେ ଉଡ଼ିଥିଲେ ଶହ ଶହ ସଂଖ୍ୟାର ମାଟିଆ ଚିଲ୍। ଯାହାକୁ ନେଇ ଭୟଭୀତ ହୋଇ ପଡ଼ିଥିଲେ ଶ୍ରୀକ୍ଷେତ୍ର ବାସୀ। ତେବେ ନୀଳ ଚକ୍ର ଉପରେ ଚିଲ୍ ଉଡ଼ିବା ଘଟଣା ପୂର୍ବରୁ ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକାରେ ଉଲ୍ଲେଖ କରିଛନ୍ତି।
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ କହିବା ଅନୁଯାୟୀ ଯେବେ ନୀଳଚକ୍ର ଉପରେ ଶାଗୁଣା ବସିବ ତା ପରେ ବଡ ଦେଉଳରୁ ପଥର ଖସିବ। ଯାହା ସତ ମଧ୍ୟ ହୋଇଛି। ଏକଥା ମଧ୍ୟ କୁହା ଯାଇଛି ଯେ ଶ୍ରୀ ମନ୍ଦିରରେ ବାରମ୍ବାର ନାନା ବିପଦ ସଂକେତ ଦେଖିବାକୁ ମିଳିବ। ଏହା କେବଳ ଭାରତ ଉପରେ ନୁହେଁ ବରଂ ସାରା ବିଶ୍ବ ଉପରେ ଏହାର ପ୍ରଭାବ ପଡ଼ିବ।ତେବେ ଆପଣ ମାନେ ଦେଖିଥିବେ ଶ୍ରୀ ମନ୍ଦୀର ନୀଳଚକ୍ର ଉପରେ ମାଟିଆ ଚିଲ ଉଡ଼ିବା ପରେ ନାନା ପ୍ରକାର ବିପଦ ସଂକେତ ମିଳିଛି। ୧୨ ଦିନ ମଧ୍ୟରେ ରାଜ୍ୟରେ ଚାଟି ଚାରିଟା ଲଘୁଚାପ୍ ଦେଖିବାକୁ ମିଳିଥିଲା ଆଉ ସାରା ଓଡିଶା ଜଳବନ୍ଦୀ ହୋଇ ରହିଥିଲା। ତେବେ ଶ୍ରୀ ମନ୍ଦିର ଭିତରେ ପ୍ରଭୁ ବଳଭଦ୍ରଙ୍କ ପାଖରେ ପ୍ଲାଷ୍ଟର ଖସି ପଡିବାର ମଧ୍ୟ ଦେଖିବାକୁ ମିଳିଥିଲା।ତେବେ ମହାପୁରୁଷ କହିଛନ୍ତି ଯେ ଆଗକୁ ଆହୁରି ମହା
ବିପଦ ଆସିବା ପାଇଁ ଯାଉଛି। ବଜ୍ରପାତ ରେ କଳ୍ପବଟ ଜଳି ଯିବ ବୋଲି ମାଳିକାରେ ଉଲ୍ଲେଖ ରହିଛି। ଚାରିଧାମ ରୁ ମଧ୍ୟ ନାନା ପ୍ରକାର ବିପଦ ସଂକେତ ମିଳିବ। ତେବେ ଆଉ କେଉଁ କେଉଁ ବିପଦ ସଂକେତ ଦେଖିବାକୁ ମିଳୁଛି ତାହା ଦେଖିବାକୁ ବାକି ରହିଲା।