ସବୁ ସମୟ ଖବର ସାଥିରେ

ହେ ଭଗବାନ ଆଶ୍ଚର୍ଯ୍ୟକର କଥା ! ଶ୍ରୀମନ୍ଦିର ସାମ୍ନାରେ ଉଦ୍ଧାର ହୋଇଛି ବିରଳ ଗରୁଡ ପକ୍ଷୀ, ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଜମିଲା ଲୋକଙ୍କ ଭିଡ଼ ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ ….

0 122

ଅସରନ୍ତି ରହସ୍ୟର ଗନ୍ତାଘର ହେଉଛି ଆମ ଶ୍ରୀକ୍ଷେତ୍ର।ଶ୍ରୀକ୍ଷେତ୍ର ବିଷୟରେ ଅନେକ ରହସ୍ୟମୟ କଥାବସ୍ତୁ ରହିଛି।ଶ୍ରୀକ୍ଷେତ୍ର ରେ ଅନେକ ସମୟରେ ବହୁ ବିଚିତ୍ର ଘଟଣା ଘଟିବାର ଲୋକକଥା ରହିଛି। କାରଣ ଏହି କ୍ଷେତ୍ର ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର।ଶ୍ରୀକ୍ଷେତ୍ରର ଅନେକ ରହସ୍ୟ ଏବେ ବି ଅଭେଦ୍ୟ ହୋଇ ରହିଛି। ତେବେ ପୁଣି ଥରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା।
ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ନାନା ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ପୁରୀ ସଦର ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ କୁନି ଗରୁଡ଼ ପକ୍ଷୀ। ମୁଁହଟି ପୁରାଣରେ ବର୍ଣ୍ଣିତ ଗରୁଡ଼ ଭଳି।ତେବେ ଆପଣମାନେ ଜାଣିଥିବେ କି ହିନ୍ଦୁ ଧର୍ମ ଅନୁଯାୟୀ, ଗରୁଡ ପକ୍ଷୀ ଭଗବାନ ବିଷ୍ଣୁଙ୍କ ବାହାନ ଅଟେ। ତେଣୁ ବିଷ୍ଣୁଙ୍କ ବାହନ ଭାବେ ଗରୁଡଙ୍କୁ ଦେବତା ରୂପେ ମଧ୍ୟ ପୂଜା ଅର୍ଚ୍ଚନା ମଧ୍ୟ କରାଯାଇ ଥାଏ।

ତେବେ ଏହି ପକ୍ଷୀକୁ ପୁରୀ ସଦର ଥାନା ଛଇତନ ପଞ୍ଚାୟତ ଅନ୍ତର୍ଗତ ଗଇଣ୍ଡଳ ଗାଁରୁ ଏହି ଗରୁଡ଼ ପକ୍ଷୀଟିକୁ ଉଦ୍ଧାର କରା ଯାଇଛି। ଏହି ପକ୍ଷୀଟିକୁ ଗଇଣ୍ଡଳ ଗାଁର ଆଲୋକ ସ୍ବାଇଁ ପାଇବା ପରେ ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ଏହି ପ୍ରଜାତିର ପକ୍ଷୀ ଧିରେ ଧିରେ ବିଲୁପ୍ତ ହୋଇ ଯାଉଥିବା ବେଳେ ବର୍ତ୍ତମାନ ସମୟରେ ଏହି ପକ୍ଷୀଟି ଦେଖିବାକୁ ମିଳୁଛି। ଯାହାକୁ ଦେଖି ସମସ୍ତେ ଖୁବ୍ ଚକିତ ହୋଇ ଯାଇଛନ୍ତି।

ତେବେ ଏହି ଗରୁଡ଼ ପକ୍ଷୀର ବୟସ ପାଖା ପାଖି ୩ ବର୍ଷ ହେବ ବୋଲି ଅନୁମାନ କରା ଯାଉଛି। ଆଲୋକ ନିଜ ସାଙ୍ଗ ମାନଙ୍କ ସହ ନଦୀ ଆଡ଼କୁ ବୁଲା ବୁଲି କରିବା ପାଇଁ ଯାଇଥିଲେ। ଆଉ ସେହି ସମୟରେ ସେ ବ୍ରିଜ ନିକଟରେ ଏହି ପକ୍ଷୀଟିର ଶବ୍ଦ ଶୁଣିବାକୁ ପାଇଥିଲେ। ଆଉ ତା ପରେ ସେ ଏହି ପକ୍ଷୀଟିକୁ ଉଦ୍ଧାର କରିଥିଲେ। ଏବଂ ଉଦ୍ଧାର କରିବା ପରେ ସେ ଏହି ପକ୍ଷୀଟିକୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ ଆଉ ସେହି ପକ୍ଷୀକୁ ନିଜ ଘରକୁ ନେଇ ଆସିଥିଲେ। ହେଲେ ପରେ ଆଲୋକ ଏହି ପକ୍ଷୀଟିକୁ ବନ ବିଭାଗକୁ ହସ୍ତାନ୍ତର କରିଥିଲେ।

ଆଉ ସେହି ଗରୁଡ଼ ପକ୍ଷୀକୁ ନେଇ ଏବେ ନାନା ପ୍ରକାର ଚର୍ଚ୍ଚା ଲାଗି ରହିଛି। ଏହି ପକ୍ଷୀର ଫୋଟ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁ ଥିବାର ଦେଖିବାକୁ ମିଳୁଛି। ତେବେ କୁହା ଯାଉଛି କି ଏହି ପକ୍ଷୀଟିକୁ ପ୍ରଥମଥର ପାଇଁ ପୁରୀରେ ଦେଖିବା ପାଇଁ ମିଳୁଛି। ତେବେ ଦିନକୁ ଦିନ ଏହି ପକ୍ଷୀ ବିଲୁପ୍ତ ହୋଇ ଯାଉଥିବା ବେଳେ ଏହି ପକ୍ଷୀଟିକୁ ଦେଖି ସମସ୍ତେ ଖୁବ୍ ଚକିତ ହୋଇ ଯାଇଛନ୍ତି ଏବଂ ଏହି ପକ୍ଷୀକୁ ନେଇ ଲୋକଙ୍କ ମନରେ ନାନା ପ୍ରକାର ପ୍ରଶ୍ନ ଉଙ୍କି ମାରୁଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।