ସବୁ ସମୟ ଖବର ସାଥିରେ

EXCLUSIVE : ମୋ ମନକୁ କେବେ ଭାଙ୍ଗିନି କି କେବେ ଚୋରି କରିନି ..ନିଜେ ପରିଶ୍ରମ କରି ମୋ ପେଟ ପୋଷୁଛି,ଏ ନେଇ କଣ କହୁଛନ୍ତି ଏହି ଯୁବକ… ଦେଖନ୍ତୁ Video

0 13

ଯେ କୌଣସି ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ଜୀବନ ବଂଚିବାରେ ବହୁତ କଷ୍ଟ ହୋଇ ଥାଏ | ଦୁନିଆରେ ନିଜେ ବଂଚିବା ସହିତ ନିଜ ପରିବାରକୁ ବଞ୍ଚାଇବା ବହୁତ କଷ୍ଟକର ହୋଇ ଯାଇ ଥାଏ ସେମାନଙ୍କ ପାଇଁ | କାରଣ ଭଗବାନ ସେମାନଙ୍କୁ ପ୍ରଥମେ ଏକ ଅଙ୍ଗର ହାନି କରି ଥାନ୍ତି ଓ ତା ଉପରେ ବୟସ ବୃଦ୍ଧି ହେବା ସହିତ ରହି ଥାଏ ପରିବାରର ବୋଝୋ |

ଜୀବନରେ ଅସହାୟ ହୋଇ ସେମାନେ ଭିକ୍ଷା ବୃତ୍ତି କରିବାକୁ ଲାଗି ଥାନ୍ତି |ଏମିତି ଏକ ଜୀବନ କାଟୁ ଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇ ବାକୁ ଯାଉ ଅଛୁ | ଯିଏକି ଜଣେ ବିକଳାଙ୍ଗ ହୋଇ ଥିଲେ ସୁଦ୍ଧା ନିଜ ଗୋଡ଼ରେ ସ୍ୱାବଲମ୍ବୀ ହେବା ପାଇଁ ମନ ବଳାଇଛନ୍ତି ଏବଂ ସାଇକେଲରେ ବ୍ୟବସାୟ କରିବାକୁ ଚେଷ୍ଟା କରୁଛନ୍ତି | ସେ ଏବେ ସମସ୍ତ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ଏକ ପ୍ରେରଣା ହୋଇ ପାରିଛନ୍ତି | ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ |

ଏହି ବ୍ୟକ୍ତି ଜଣଙ୍କ ନାମ ହେଉଛି ଲିପୁନ |ତାଙ୍କର ଛୋଟ ବେଳୁ ଗୋଟିଏ ଗୋଡ ନାହିଁ | ଏବେ ସେ ଜଣେ ଯୁବକ ହେଲେଣି | ତାଙ୍କୁ ଏବେ ତିରିଶି ବର୍ଷ ବୟସ | ଘରେ ବୃଦ୍ଧ ବାପା ମାଆ ସହିତ ଜଣେ ବିକଳାଙ୍ଗ ସ୍ତ୍ରୀ ଓ ଗୋଟିଏ ଚାରି ବର୍ଷର ପୁଅ ଓ ଏକ ବର୍ଷର ଝିଅ | ପରିବାରର ପ୍ରତି ପୋଷଣ ପାଇଁ ଲଢେଇ କରି ଚାଲିଛନ୍ତି ଜୀବନ ସହ | ସେ ଭୁବନେଶ୍ୱରରେ ବିଭିନ୍ନ ଆଡେ ବୁଲି ଭିକ୍ଷା ବୃତ୍ତି କରୁ ଥିବାର କହିଛନ୍ତି | କିନ୍ତୁ ବହୁତ ବୟସ୍କ ଲୋକ ତାଙ୍କୁ ଭଲ ଉପଦେଶ ଦେଇ ତାଙ୍କୁ ନିଜ ଗୋଡ଼ରେ ନିଜେ ଛିଡା ହେବା ପାଇଁ ପ୍ରେରଣା ଦେଇ ଛନ୍ତି |

ସେହି ପ୍ରେରଣାରେ ପ୍ରେରିତ ହୋଇ ସେ ମଧ୍ୟ ନିଜେ ଭିକ୍ଷା ବୃତ୍ତି ଛାଡି ଏକ ସାଇକେଲ ଜରିଆରେ କିଛି ଖାଇବା ଜିନିଷ ବିକ୍ରି କରୁଛନ୍ତି ଓ ଆଗକୁ ବଢିବା ପାଇଁ ବହୁତ ପରିଶ୍ରମ ମଧ୍ୟ କରନ୍ତି | ବହୁତ ଦୟାଶୀଳ ବ୍ୟକ୍ତି ମାନେ ତାଙ୍କୁ ଅର୍ଥ ଆକାରରେ କିଛି ସାହାଯ୍ୟ କରନ୍ତି | ଏବଂ ସେ ଦିନକୁ ପଚାଶ ଟଙ୍କା ହେଲେ ମଧ୍ୟ ନିଜେ ପରିଶ୍ରମ କରି ଅର୍ଜନ କରିଥାନ୍ତି ବୋଲି କହିଛନ୍ତି | କାରଣ ତାଙ୍କ ପୁଅ ବଡ ହେଲେ ସେ କେମିତି କହି ପାରିବେ ଯେ ସେ ଭିକ୍ଷା ବୃତ୍ତି କରି ପରିବାର ପୋଷୁଛନ୍ତି ବୋଲି | ସେ ଜୀବନରେ କାହାର କ୍ଷତି କରନ୍ତି ନାହିଁ କି କାହାର ଚୋରି କେବେ କରି ନାହାନ୍ତି | ନିଜର ପରିଶ୍ରମ ଦ୍ୱାରା ସେ ଚଳୁଛନ୍ତି |

କିନ୍ତୁ ଆଶ୍ଚର୍ଯ୍ୟକର କଥା ଏହା ଯେ ଏହି ଭଳି ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉପରେ ସରକାରଙ୍କ ନଜର ପଡ଼ୁନାହିଁ | ସେ ସରକାରଙ୍କ ଠାରୁ ମାସକୁ ମାତ୍ର ପାଞ୍ଚ କିଲୋ ଚାଉଳ ଛଡା ଆଉ କିଛି ସହାୟତା ଏ ପର୍ଯ୍ୟନ୍ତ ପାଇ ନାହାନ୍ତି | ସେ ସରକାରଙ୍କୁ ନିବେଦନ କରି ଥିଲେ ଏକ ଦୋକାନ ଦେବା ପାଇଁ କିନ୍ତୁ ତାଙ୍କୁ ତାହା ମିଳି ନାହିଁ |ଏମିତି ସରକାରଙ୍କ ତରଫରୁ ଭିନ୍ନକ୍ଷମ ଗାଡି ମଧ୍ୟ ମିଳିନାହିଁ | ଯୋଉଁଥି ସାଧରଣ ଲୋକ ମାନେ ପଇତିରିଶି କିଲୋ ଚାଉଳ ପାଇବା ସହ ଦୋକାନ ପାଉଛନ୍ତି | ତେଣୁ ଏହି ଭଳି ଲୋକ ମାନଙ୍କ ଚଳିବା ପାଇଁ ସରକାର ନିଶ୍ଚିତ ରୂପେ ଏକ ପଦକ୍ଷେପ ନେବା ନିହାତି ଜରୁରୀ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।