
ଏହି ଦୁଇଟି ରାଶିର ଲୋକମାନେ ଗୋଡ଼ରେ କଳା ସୁତା ବାନ୍ଧୁଛନ୍ତି କି ? ଭୁଲରେ ବି ବାନ୍ଧନ୍ତୁ ନାହିଁ ନହେଲେ ହେବ ଅଚାନକ ଅକାଳ ମୃତ୍ୟୁ
ଆପଣ ମାନେ ସାଧାରଣତଃ ଜାଣି ଥିବେ ଯେ ବହୁତ ସୁନ୍ଦର ଦେଖିବା ପାଇଁ ହୋଇ ଥିବା ପିଲା ବା ବ୍ୟକ୍ତି ବହୁତ ସମୟରେ ଖରାପ ନଜର ଶିକାର ହୋଇ ଶରୀର ଖରାପ ହେବାର ଶୁଣି ଥିବେ ଏବଂ ଦେଖି ଥିବେ | ତେଣୁ ଏହି ଖରାପ ଦୃଷ୍ଟିରୁ ବଂଚିତ ହେବା ପାଇଁ ବହୁତ ଲୋକ କଳା ସୂତା ର ବ୍ୟବହାର କରି ଥାନ୍ତି | କେତେକ ଲୋକ ମଧ୍ୟ ନାଲି ସୁତାର ବ୍ୟବହାର କରି ଥାନ୍ତି |
ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଜଣାଇ ବାକୁ ଯାଉଛୁ କି କୋଉଁ ରାଶିର ବ୍ୟକ୍ତି ମାନେ କୋଉଁ ସୂତା ବ୍ୟବହାର କରିବା ଦ୍ୱାରା ଏମାନଙ୍କ ଉପରେ ଖରାପ ନଜର ଜମା ବି ପଡିବ ନାହିଁ | ଏବଂ ଏହା ବିଷୟରେ ମଧ୍ୟ ଆପଣ ଜାଣିବାକୁ ପାଇବେ କି ଶରୀରର କୋଉଁ ସ୍ଥାନରେ ଏହି ସୂତାକୁ ଆପଣ ବାନ୍ଧିବେ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଆପଣ ମାନେ ଶୁଣି ଥିବେ ଯେ କୌଣସି ଶୁଭ କାର୍ଯ୍ୟରେ କଳା ରଙ୍ଗର ବ୍ୟବହାର କରା ଯାଇ ନ ଥାଏ | କିନ୍ତୁ ଯଦି ନଜର କଥା ଆସେ ତାହେଲେ ଖରାପ ଦୃଷ୍ଟିକୁ ଭାଙ୍ଗିବା ପାଇଁ କଳା ଜିନିଷର ବ୍ୟବହାର କରା ଯାଇଥାଏ | ଯେମିତି ଛୋଟ ପିଲା ମାନଙ୍କୁ କଳା ଟୀକା ପିନ୍ଧା ଯାଏ | ଏହା ସହ କଳା ସୂତା ଓ କଳା ଜାଇ ଥିବା ବ୍ୟକ୍ତିଙ୍କୁ ଖରାପ ନଜର ପଡି ନ ଥାଏ ବୋଲି କୁହାଯାଏ | ଏହା ସହ ଯଦି ଆପଣଙ୍କର ଆର୍ଥିକ ଜନିତ କୌଣସି ସମସ୍ୟା ରହିଅଛି ତାହେଲେ ଆପଣ ଏହି ଉପାୟ ଦ୍ୱାରା ଏହି ସମସ୍ୟାକୁ ମଧ୍ୟ ଦୂର କରି ପାରିବେ |
ଯଦି ଆପଣଙ୍କର ଆର୍ଥିକ ସମସ୍ୟା ଦୂର କରିବାକୁ ଚାହୁଁଛନ୍ତି ତାହେଲେ ଭୈରବ ଦେବତାଙ୍କ ମନ୍ଦିରକୁ ଯାଇ ଏକ କଳା ସୂତାକୁ ପୂଜା କରି ଘରକୁ ଆଣିବେ | ଏହା ପରେ ଏଥିରେ ସୋରିଷ ତେଲ ଲଗାଇ ନିଜ ଡାହାଣ ହାତରେ ବାନ୍ଧି ଦେବେ | ଯଦି ଆପଣଙ୍କୁ ଖରାପ ଦଷ୍ଟି ପଡୁଅଛି ତାହେଲେ ମଙ୍ଗଳବାର ବା ଶନିବାରରେ ହନୁମାନଙ୍କ ମନ୍ଦିରକୁ ଯାଇ ଏକ କଳା ସୂତା ପୂଜା କରି ସେଥିରେ ହନୁମାନଙ୍କ ସିନ୍ଦୂର ଲଗାଇ ନିଜ ଡାହାଣ ହାତ ବା ବେକରେ ପିନ୍ଧି ପାରିବେ |
ଯଦି ଆପଣଙ୍କ ବ୍ୟବସାୟରେ କ୍ଷତି ହେଉଛି ତାହେଲେ ଶନିବାର ଦିନ ହନୁମାନ ମନ୍ଦିରକୁ ଯାଇ ଏକ କଳା ସୂତାରେ ନଟି ଗଣ୍ଠି ପକାଇ ଏହାକୁ ନେଇ ନିଜ ଘରର ସିନ୍ଧୁକ ବା ଦୋକାନରେ ରଖି ଦେବେ |
ଏହା ଛଡ଼ା ମେଷ ରାଶିର ବ୍ୟକ୍ତିଙ୍କୁ କଳା ସୂତା ବାନ୍ଧିବା ଠିକ ନୁହେଁ | କାରଣ ଏହି ରାଶିର ସ୍ୱାମୀ ହନୁମାନ ଅଟନ୍ତି ତେଣୁ ଏମାନଙ୍କୁ ନାରଙ୍ଗୀ ବା ନାଲି ରଙ୍ଗ ବାନ୍ଧିବା ଉଚିତ | ତେଣୁ ଏହି ରାଶିର ବ୍ୟକ୍ତିଙ୍କୁ ନିଜ ହାତରେ ନାଲି ସୂତା ବାନ୍ଧିବା ଦରକାର | ଏହା ସହ ବିଛା ରାଶିର ବ୍ୟକ୍ତି ବା ମହିଳା ମାନଙ୍କୁ କଳା ସୂତା ପିନ୍ଧିବା ଉଚିତ ନୁହେଁ |
ମେଷ, ସିଂହ, କନ୍ୟା, କର୍କଟ, ମିଥୁନ ରାଶିର ବ୍ୟକ୍ତି ମାନଙ୍କୁ ନାଲି ସୂତା ପିନ୍ଧିବା ଉଚିତ କାରଣ ଏହା ଦ୍ୱାରା ହନୁମାନଙ୍କର ଆଶୀର୍ବାଦ ଲାଭ ହୋଇ ଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।