ସବୁ ସମୟ ଖବର ସାଥିରେ

New Twist -ମୁଁ ଏକା ବାହାରେ ବସିଛି, ଘରେ ତାଲା ପକାଇ କୁଆଡ଼େ ପଳେଇଲେ ଦିନେଶ ପରିବାର! ଦେଖନ୍ତୁ ପୁରା video ..

0 14

ମଣିଷ ଯେତେ ନିଷ୍ଠୁର ହେଲେ ମଧ୍ୟ ତାର ମନରେ ଦୟା ଭାବ ଦିନେ ନା ଦିନେ ବାହାରି ଆସି ଥାଏ | ବ୍ରହ୍ମପୁରରେ କେ ଦୀପିକାଙ୍କ ଘଟଣାକୁ ବହୁତ ଦିନ ବିତି ଯାଇଥିଲେ ମଧ୍ୟ ସମାଧାନର କୌଣସି ରାସ୍ତା ଏତେ ପର୍ଯ୍ୟନ୍ତ ବାହାରି ପାରି ନାହିଁ |ସତରେ ଜଣା ପଡୁଛି ଦୀନେଶଙ୍କ ପରିବାର କେତେ ନିଷ୍ଠୁର | ତାଙ୍କୁ ଦୀନେଶଙ୍କ ପରିବାର ତରଫରୁ ଅଶ୍ଳୀଳ ବ୍ୟବହାର କରା ଯାଇ ଥିଲେ ମଧ୍ୟ ଦୀପିକା ତାଙ୍କ ଜିଦରେ ଅଟଳ ଅଛନ୍ତି
ସେହି ଗୋଟିଏ ସ୍ଥାନରେ ଖାଉଛନ୍ତି, ପିଉଛନ୍ତି ଏବଂ ଶୋଉଚନ୍ତି |ତାଙ୍କର ଦାବି ରହୁଛି ଯେ ତାଙ୍କୁ ସ୍ତ୍ରୀର ମାନ୍ୟତା ମିଳୁ ଏବଂ ତାଙ୍କ ପିଲାକୁ ବାପାର ମାନ୍ୟତା ମିଳୁ | ସେ କହିଛନ୍ତି କି ତାଙ୍କର କିଛି ଧନ ସମ୍ପତ୍ତି ଦରକାର ନାହିଁ | କେବଳ ତାଙ୍କ ସ୍ୱାମୀ ଦରକାର |ଯୋଉଁଥି ପାଇଁ ସେ ତାଙ୍କର ବୟଫ୍ରେଣ୍ଡଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି |ଆଜି ଆମେ ଆପଣଙ୍କୁ ଦୀପିକାଙ୍କ ବିଷୟରେ ଏକ ଭିଡିଓ ମାଧ୍ୟମରେ ତାଙ୍କ ପ୍ରତି ହେଉ ଥିବା ଅନ୍ୟାୟ ବିଷୟରେ ଜଣାଇ ବାକୁ ଯାଉଅଛୁ |

ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗୁଚି ଯୋଉଁଥିରେ ଦେଖିବାକୁ ମିଲୁଛି କି ଦୀନେଶଙ୍କ ପରିବାରର ସମସ୍ତ ଲୋକ ଏକ ଅଟୋ ସାହାଯ୍ୟରେ ଘରର ବିଭିନ୍ନ ଜିନିଷ ପତ୍ର ନେଇ ଘରେ ତାଲା ପକାଇ ଘରୁ ବାହାରକୁ ଯାଉଛନ୍ତି | ଏବଂ ଜଣେ ବ୍ୟକ୍ତି ଘରର ତାଲା ପକାଇ ଦେଉଛନ୍ତି | କିନ୍ତୁ ଦୀପିକା ସେହି ଥରେ ତଳେ ଅନାଇ ରହିଛନ୍ତି ତାଙ୍କୁ ବହୂର ଅଧିକାର ଦେବା ଆଶାରେ |

ଦୀପିକା ଏତେ ବଡ ବର୍ଷାରେ ମଧ୍ୟ ସେହି ଘର ବାହାରେ ଓଦା ହେଇ ବସି ଥିବାର ଦୃଶ୍ୟ ଆପଣ ମାନେ ଦେଖି ଥିବେ | ତାଙ୍କର ପରିବାର ଲୋକଙ୍କର ନା ଦୀପିକାଙ୍କ ପ୍ରତି ଦୟା ଅଛି ନା ତାଙ୍କର କୁନି ପୁଅଟି ପ୍ରତି ଦୟା ଆସୁଛି | ଦୀନେଶଙ୍କର ମଧ୍ୟ ନିଜ ପୁଅ ପ୍ରତି ଦୟା ଭାବ ନାହିଁ | ଏହା ନେଇ ଦିନେଶଙ୍କ ମାଆ କହି ଥିଲେ ଯେ ସେମାନଙ୍କର ଦୀପିକାଙ୍କ ସହ ବା ତାଙ୍କର ପୁଅ ସହ କୌଣସି ସମ୍ପର୍କ ନାହିଁ |ଗଣେଶ ପୂଜାରେ ତାଙ୍କର ଶାଶୁ ଓ ଦିଅର ତାଙ୍କୁ ଗାଳି ଦେବା ସହ ତାଙ୍କୁ ଗଣେଶ ପୂଜାରେ ବହୁତ ଅସୁବିଧା ମଧ୍ୟ ସୃଷ୍ଟି କରି ଥିଲେ |

ଦୀପିକା କହିଛନ୍ତି ଯେ ଦୀନେଶ ଓ ତାଙ୍କ ଭିତରେ ସମ୍ପର୍କ ବହୁତ ନିବିଡ଼ ରହି ଥିଲା, ଏମିତି କି ଦୀନେଶ ଗୋଟିଏ ଦିନ ନ ଦେଖିଲେ ରହି ପାରୁ ନ ଥିଲେ ଏବଂ କିଛି ବି ଗଣ୍ଡଗୋଳ ହେଉ ନ ଥିଲା | କିନ୍ତୁ ଯେବେଠୁଁ ଦୀନେଶ ଶୁଣିଲେ ଯେ ଦୀପିକା ପ୍ରେଗନାଣ୍ଟ ଅଛନ୍ତି ବୋଲି ସେବେଠୁ ସେମାନଙ୍କ ସମ୍ପର୍କରେ ଝଡ ସୃଷ୍ଟି ହୋଇ ଥିଲା ଓ ଦୀନେଶ ତାଙ୍କୁ ଇଗନର କରିବାକୁ ଲାଗିଥିଲେ |ଏବେ ଦେଖିବାକୁ ରହିଲା ଏହି ଘଟଣାର ଅନ୍ତ କେବେ ଘଟୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।