ସବୁ ସମୟ ଖବର ସାଥିରେ

ଭାରତ ବର୍ଷରେ ସାଂ-ଘା-ତି-କ ଘଟଣା… ହଠାତ ଆସିଲା Viper Snake ମୁଣ୍ଡରେ ମାରିଲା ଚୁଟ, ଆଉ ତା’ ପରେ… ଦେଖନ୍ତୁ Video

0 56

ସାପ କାମୁଡାରେ ମହିଳା ମୃତ।ମହିଳା ଜଣଙ୍କ ଘରେ ଶୋଇଥିବା ସମୟରେ ଏକ ଚନ୍ଦନ ବୋଡା ସାପ ଟି ତାଙ୍କ ମଶାରୀ ଭିତରକୁ ପଶି ମହିଳାଙ୍କୁ ଦଂଶନ କରି ଥିବାର ଖବର ସାମ୍ନାକୁ ଆସିଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଥିଲା। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆମ୍ବୁଲାନ୍ସରେ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରା ଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି।
ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ।ସାପଟି ଏକ ମାଟି ଘର ଭିତରକୁ ପଶି ଯାଇଥିଲା। ଯେଉଁଠି ମହିଳା ଜଣକ ତଳେ ମଶାରୀ ଟାଙ୍ଗୀ ଶୋଇଥିଲେ ଏହି ସମୟରେ ଏକ ଚନ୍ଦନ ବୋଡା ସାପ ଟି ତାଙ୍କ ମଶାରୀ ପାଖରେ ଆସି ତାଙ୍କୁ ଚୋଟ ମାରିଥିଲା।ତେବେ ସାପଟି ଡାଇରେକ୍ଟ ମହିଳାଙ୍କ ମୁଣ୍ଡକୁ ଚୋଟ ମାରିଥିଲେ। ଯେଉଁଥି ପାଇଁ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା। ଏହାପରେ ମହିଳା ଜଣଙ୍କ କଖୁବ୍ ଗୁରୁତର ହୋଇ ପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ମେଡିକାଲରେ ନିଆ ଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରା ଯାଇଥିଲା। କିନ୍ତୁ ମହିଳା ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ମହିଳାଙ୍କ ଏକ ଛୋଟିଆ ଝିଅ ରହିଛି ଯିଏକି ଦୁଃଖରେ ଭାଙ୍ଗି ପଡିଛି ଯାହାର ଚିତ୍ର ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ତେବେ ସାପଟିକୁ ମଧ୍ୟ ସୁରକ୍ଷିତ ସହିତ ଉଦ୍ଧାର କରା ଯାଇଛି। ସାପଟି ମହିଳାଙ୍କୁ ଦଂଶନ କରିବା ପରେ ଏକ କୋଣରେ ପାଖରେ ଲୁଚି ରହିଥିଲା। ତେବେ ସାପଟି ପାଖା ପାଖି ୫ ଫୁଟ ରହିଛି। ତେବେ ଆପଣ ମାନେ ଜାଣିଥିବେ କି ଦୁନିଆରେ ଯେତିକି ସରୀସୃପ ରହିଛନ୍ତି ସେଥି ମଧ୍ୟରୁ ସବୁଠୁ ଭୟଙ୍କର ସରୀସୃପ ଭାବେ ସାପ ଅନ୍ୟତମ। କିଛି ସାପ ବିଷହୀନ ହୋଇଥାନ୍ତି ଆଉ କିଛି ସାପ ଯେତିକି ଭୟଙ୍କର ସେତିକି ବିଷଧର ମଧ୍ୟ।ସାପର ବିଷ ପଶୁ ପକ୍ଷୀ ଓ ମଣିଷ ପାଇଁ ଖୁବ୍ ଘାତକ ହୋଇଥାଏ। ସାପ କାମୁଡିବା ମାତ୍ରେ ଜୀବନ ଚାଲି ଯିବାର ସମ୍ଭାବନା ବହୁତ୍ ଅଧିକ ରହିଥାଏ।

ତେବେ ଭାଇପର୍ ସ୍ନେକ ମଣିଷ ପ୍ରତି ଖୁବ୍ ଘାତକ ହୋଇଥାଏ।ଯେଉଁ ସାପ ଦଂଶନ କରିଲେ ଅବସ୍ଥା ଅତି ସାଂଘାତିକ ହୋଇ ପଡେ। ବଞ୍ଚିବାର ସମ୍ଭାବନା ଖୁବ୍ କମ୍ ରହିଥାଏ। ଏହି ସାପ କାମୁଡ଼ିଲେ ଶାରୀରିକ ଓ ମାନସିକ ସ୍ତରରେ ବିଚଳିତ ମନେ ହୋଇଥାଏ।କ୍ଷତ ସ୍ଥାନରେ ଫୁଲା ଆରମ୍ଭ ହେବା ସହିତ କିଛି ସମୟ ପରେ ବାହ୍ୟ କିମ୍ବା ଆଭ୍ୟନ୍ତରୀଣ ରକ୍ତ ସ୍ରାବ ହେବାର ସମ୍ଭାବନା ଥାଏ। ବାନ୍ତି ଲାଗିବା ସହ ପାଟିରୁ ଫେଣ ମଧ୍ୟ ବାହାରି ଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।