ସବୁ ସମୟ ଖବର ସାଥିରେ

ଆଶ୍ଚର୍ଯ୍ୟ :ଦେଖନ୍ତୁ ନିଜ ପାଟି ସାହାଯ୍ୟରେ କେମିତି ବଜାଉଛନ୍ତି ଡିଜେ… ମାତ୍ର 4 ଘଣ୍ଟାରେ 40 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 15

ସମସ୍ତ ବ୍ୟକ୍ତିଙ୍କ ପାଖରେ ନିଜର ବଂଶଗତ କାରଣ ବା ନିଜର ବୁଦ୍ଧିମତ୍ତା ଯୋଗୁଁ ବିଭିନ୍ନ କଳାର ଅଧିକାରୀ ହୋଇ ପାରିଥାନ୍ତି | ଏବଂ ସେହି ବୁଦ୍ଧି ବା ଗୁଣର ଉପଯୋଗ କରି ସେମାନେ ସମସ୍ତଙ୍କର ପ୍ରିୟର ପାତ୍ର ହୋଇ ପାରି ଥାନ୍ତି |ସୋସିଆଲ ମିଡ଼ିଆ ପାଇଁ ଆମେ ଘରେ ବସି ବିଭିନ୍ନ ଖବର ଏବଂ ମନୋରଞ୍ଜନ କରି ପାରୁଚୁ |ସୋସିଆଲ ମିଡିଆରେ କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି ଏବଂ ଏହି ସବୁ ଦ୍ୱାରା ଆମର କେତେକ ଦୁଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ |
ଭଗବାନ ପ୍ରତ୍ୟେକ ମଣିଷଙ୍କୁ କିଛି ନା କିଛି କଳା ଦେଇଥାନ୍ତି ଯାହାଦ୍ୱାରା ସେ ସମସ୍ତଙ୍କ ପାଖରେ ପରିଚିତ ହୋଇ ପାରି ଥାଏ |କିନ୍ତୁ ସେହି କଳାର କିଏ ସଠିକ ବ୍ୟବହାର କରୁଛି ତା କିଏ ବାଟବଣା ହୋଇ ଯାଉଛି | ଏବଂ ଏହି ସବୁ ଗୁଣ ଦ୍ୱାରା ଯଦି କେହି କିଛି ଭଲ କାମ କରିଥାନ୍ତି ତାହେଲେ ଲୋକ ତାଙ୍କର ପ୍ରଶଂସା କରନ୍ତି ଓ ସେ ସମସ୍ତଙ୍କ ପାଖରେ ପ୍ରସିଦ୍ଧ ହୋଇ ଯାନ୍ତି | କିନ୍ତୁ ଆମେ ବହୁତ କମ କ୍ଷେତ୍ରରେ ଦେଖିବାକୁ ପାଇଥାଉ ଯେ କେତେକ ପିଲା ବା କୌଣସି ବ୍ୟକ୍ତି ଅସାଧାରଣ କାମ କରିଥାନ୍ତି ଯାହା କି ସାଧରଣ ବ୍ୟକ୍ତି ବିଶେଷଙ୍କ ପାଖରେ ସମ୍ଭବ ନୁହେଁ |ଏବଂ ତାହାକୁ ଆମେ ଭଗବାନଙ୍କର ପ୍ରଦତ୍ତ ଏକ ଶକ୍ତି ବୋଲି ବିଶ୍ୱାସ କରିଥାଉ |
ଆପଣ ମାନେ ସାଧାରଣତଃ ବିଭିନ୍ନ ମେଳା ବା ବାହାଘରରେ ମାଇକ ଏବଂ ଡିଜେ ବାଜୁଥିବାର ଦେଖି ଥିବେ | ଯାହା ଦେଖି ଆପଣ ମଧ୍ୟ ନିଜର ପାଦକୁ ନ ସମ୍ଭାଳି ପାରି ନାଚିବାକୁ ଲାଗି ଯାନ୍ତି | ଆଜି ଆମେ ଆପଣଙ୍କୁ ଏମିତି ଏକ ବାଳକ ବିଷୟରେ କହିବାକୁ ଯାଉଛୁ କି ଯିଏ ନିଜର ଅନ୍ତର୍ନିହିତ କଳା ମାଧ୍ୟମରେ ନିଜ ପାଟି ସାହାଯ୍ୟରେ ଡିଜେ ବଜାଉଛନ୍ତି | ଯାହା ଆପଣ ମଧ୍ୟ ଦେଖିଲେ ଚକିତ ହୋଇଯିବେ | ଆସନ୍ତୁ ଜାଣିବା ଏହି ସମ୍ପର୍କରେ |

ଏହି ଭିଡିଓରେ ଦେଖିବାକୁ ମିଳିଛି କି ଏକ ବାରରୁ ତେର ବର୍ଷ ବୟସର ଏକ ବାଳକ ଯିଏକି ପାଟିରେ ବହୁତ ସୁନ୍ଦର ଡିଜେ ବଜାଇ ପାରୁଛନ୍ତି | ଅତି ସୁନ୍ଦର ତାଳ ଓ ସ୍ୱରରେ ବଜାଇ ସମସ୍ତଙ୍କୁ ଆକର୍ଷିତ କରୁଛନ୍ତି | ତାଙ୍କ ସହ ଅନ୍ୟ ଏକ ଯୁବକ ଓଡ଼ିଆ ଭଜନ ସମାଜର ସ୍ୱାନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀଚରଣଙ୍କର ଏକ ଭଜନକୁ ସୁନ୍ଦର ଭାବରେ ପରିବେଷଣ କରୁଥିବା ବେଳେ ସେହି ବାଳକ ଜଣକୁ ଠିକ ତାଳରେ ନିଜର ପାଟି ଦ୍ୱାରା ଡିଜେ ବଜାଉଛନ୍ତି | ଇଣ୍ଟେର୍ନେଟରେ ଏହି ଭିଡିଓ ପ୍ରବଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି | ଏହାକୁ ଲୋକ ମାନେ ପସନ୍ଦ କରୁଥିବାର ସହ ସେୟାର ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।