ସବୁ ସମୟ ଖବର ସାଥିରେ

Beauty Tips – ଦିନରେ ମାତ୍ର ଗୋଟିଏ ଥରେ ଲଗାନ୍ତୁ ଅପଣଙ୍କ ମୁହଁ ଏତେ ଗୋରା ହୋଇଯିବ ଆପଣ ବିଶ୍ୱାସ କରି ପାରିବେନି..

20

ସୁନ୍ଦର୍ ଦାଗବିହୀନ ତ୍ୱଚା କହାକୁ ବା ପସନ୍ଦ ନୁହେଁ। ସମସ୍ତେ ଚାହାଁନ୍ତି ସୁନ୍ଦର୍ ଦେଖା ଯିବା ସହିତ ମୁଖ ମଣ୍ଡଳ କେମିତି ଚମକି ଉଠିବ। ତେବେ ବହୁଥିବା ବୟସ, ଅସନ୍ତୁଳିତ ଜୀବନଶୈଳୀ ଓ ବଢୁଥିବା ପ୍ରଦୂଷଣ ପାଇଁ ତ୍ଵଚ଼ା କଳା ପଡ଼ିଯିବା, କଳାଦାଗ ଦେଖାଯିବା,ଚମକ କମି ଯିବା ପରି ବିଭିନ୍ନ ସମସ୍ୟା ଦେଖା ଯାଉଛୁ। ଆଉ ଯେଉଁଥି ପାଇଁ ଆଜିର ଯୁବପିଢି ମାନେ ଏ ସବୁର ମୁକ୍ତି ପାଇବା ପାଇଁ ପାଇଁ ମାର୍କେଟରେ ମିଳୁଥିବା ବହୁ ସୁଗନ୍ଧିତ କ୍ରିମ ଆଦି ବ୍ୟବହାର କରୁଛନ୍ତି। ଯାହା ଫଳରେ ତ୍ୱଚାରେ ଅନ୍ୟାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।

ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସରଳ ଓ ସହଜ ଘରୋଇ ଉପଚାର ବାବଦରେ ଜଣାଇବୁ ଯାହାକୁ ପ୍ରୟୋଗ କରି ଆପଣ ଆପଣଙ୍କର ତ୍ଵଚାକୁ ଗୋରା ଓ ସୁନ୍ଦର କରିବାରେ ସାହାଯ୍ୟ କରିବ। ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ହୋଇଥିବାରୁ ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳି ନଥାଏ। ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ପାଇଁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀ ଓ ଏହାର ପ୍ରୟୋଗ କିପରି କରିବେ।

ଆବଶ୍ୟକ ସାମଗ୍ରୀ:-

୧. ବେସନ:-ତ୍ୱଚା ପାଇଁ ବେସନ ଖୁବ୍ ଲାଭଦାୟୀ। ବେସନର ପ୍ରାକୃତିକ ଗୁଣ ତ୍ୱଚାରେ ଚମକ ଆଣିବାଠୁ ଆରମ୍ଭ କରି ସବୁ ପ୍ରକାର ତ୍ୱଚା ସମସ୍ୟାକୁ ଦୂର କରିଥାଏ। ଏହା ସହ ତ୍ଵଚାକୁ ଟାଇଟ୍ ମଧ୍ୟ ରଖିଥାଏ।
୨. ଏଲୋବେରା ଜେଲ୍:-ଏଲୋବେରା ଜେଲ୍ ତ୍ଵଚା ପାଇଁ ବହୁ ଉପକାରୀ ହୋଇଥାଏ। ଏହା ତ୍ଵଚାରେ ବ୍ରଣ ଆଦି ସମସ୍ୟା ଦୂର କରିଥାଏ। କଳା ଦାଗ ଦୂର କରିବାରେ ମଧ୍ୟ ଏଲୋବେରା ଜେଲ୍ ଖୁବ୍ ଲଭାଦାୟୀ।
୩. ହୋମ୍ ନାଇଟ୍ କ୍ରିମ:-ତ୍ଵଚା ପାଇଁ ନାଇଟ୍ କ୍ରିମ ଖୁବ୍ ଉପଯୋଗୀ ହୋଇଥାଏ।ଯାହାକି ସ୍କିନକୁ ଗଭୀରରୁ ସଫା କରି ସେଥିରେ ଉଜ୍ଜ୍ୱଳତା ଆଣିବା ସହିତ ନରମ ମଧ୍ୟ ରଖିଥାଏ। ତେବେ ଆପଣ ହୋମ୍ ମେଡ୍ ନାଇଟ୍ କ୍ରିମ ବ୍ୟବହାର କରନ୍ତୁ।

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ଏକ ପାତ୍ରକୁ ଏକ ଚାମଚ୍ ବେସନ ନିଅନ୍ତୁ ଏଥିରେ ଏକ ଚାମଚ୍ ଏଲୋବେରା ଜେଲ୍ ଓ ଏକ ଚାମଚ୍ ହୋମ୍ ନାଇଟ୍ କ୍ରିମକୁ ଦେଇ ଭଲ ଭାବରେ ମିକ୍ସ କରି ଦିଅନ୍ତୁ। ଏହା ପରେ କିଛି ସମୟ ଏହାକୁ ସେହି ଭଳି ଭାବେ ରଖି ଦିଅନ୍ତୁ।ଏବେ ଏହାକୁ ଆପଣ ବ୍ୟବହାର କରି ପାରିବେ।

ପ୍ରୟୋଗ:-

ଏବେ ଆପଣ ଗାଧୋଇବା ପୂର୍ବରୁ ଏହାକୁ ହତାରେ ନେଇ ଧିରେ ଧିରେ ଆପଣଙ୍କର ତ୍ଵଚାରେ ଲଗାନ୍ତୁ। ଏବଂ ୧୦-୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ। ଏକ ସପ୍ତାହ ପର୍ଯ୍ୟନ୍ତ ଏମିତି କରନ୍ତୁ ଦେଖିବେ ଆପଣଙ୍କ ତ୍ୱଚା ଚମକି ଉଠିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।