
ଜଣେ ସାଧାରଣ ଝିଅ “ଜାଇ” କିପରି ହୋଇଗଲା ମା “କାଳିଜାଇ” ପୀଠ ର ମହାତ୍ମୀୟତା ବିଷୟରେ ଜାଣିଲେ ଅବାକ୍ ହୋଇଯିବେ
ଓଡ଼ିଆ ର ଚିଲିକା ହ୍ରଦ ର ଏକ ଛୋଟ ଦ୍ୱୀପ ମଧ୍ୟରେ ଅବସ୍ଥିତ। ନୀଳ ଜଳର ଚଦର ରେ ଆବୃତ ହୋଇଥିବା ଏହି ପବିତ୍ର ସ୍ଥାନ ଓଡ଼ିଆ ପର୍ଯ୍ୟଟନ ର ଏକ ଐତିହାସିକ କିମ୍ବଦନ୍ତୀ ଭାବେ ଜଣାଶୁଣା। ପ୍ରାୟ ୩୮ ଏକର ପାହାଡ଼ ରେ ପରିପୂର୍ଣ୍ଣ ଏହି ଦ୍ୱୀପ ରେ ମା କାଳିଜାଇ ପୂଜା ପାଉଛନ୍ତି। କାଳିଜାଇ ଚିଲିକା ର ଏକ ସ୍ୱତନ୍ତ୍ର ଆକର୍ଷଣ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ମା ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ମକର ସଂକ୍ରାନ୍ତି ରେ ମା କାଳିଜାଇ ପୀଠ ରେ ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହୋଇଥାଏ। ଜାନୁଆରୀ ମାସରେ ପଡ଼ୁଥିବା ମକର ମେଳା ଏଠାକାର ଏକମାତ୍ର ଲୋକପ୍ରିୟ ପର୍ବ ଅଟେ। ଏହି ପର୍ବ ରେ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।
କିମ୍ବଦନ୍ତୀ ଅନୁସାରେ ମା କାଳି ଓ ଜାଇ ଙ୍କର ଦୁଇ ଜଣ ପୃଥକ ପୃଥକ ସ୍ୱରୂପ। ମା କାଳୀ ହିନ୍ଦୁ ଧର୍ମ ର ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ହୋଇଥିବା ବେଳେ ଜାଈ ସ୍ଥାନୀୟ ଅଞ୍ଚଳର ଜଣେ ସାଧାରଣ ଝିଅ ଥିଲା। ଯିଏକି କୌଣସି ସମୟରେ ଚିଲିକା ର ଗଭୀର ଗଣ୍ଡ ମଧ୍ୟରେ ବିଲୀନ ହୋଇ ଯାଇଥିଲା। ସେଠାରେ ଅବସ୍ଥିତ ଅନ୍ୟ ଏକ ଦ୍ୱୀପ ପାରିକୁଦ କୁ ପାରି କରି ନିଜ ପିତାଙ୍କ ସହ ଯାଉଥିବା ବେଳେ ଭୟଙ୍କର ଝଡ଼ ର ସମ୍ମୁଖୀନ ହୋଇଥିଲା। ଝଡ଼ ର ପ୍ରଭାବ ଅତି ତୀବ୍ର ଥିବାରୁ ନାଆ ଟି ସେହି ଗଣ୍ଡ ମଧ୍ୟରେ ଓଲଟି ପଡ଼ିଥିଲା।
ଥରେ ଜାଈ ର ପିତା ଓ ନାବିକ ବର୍ତ୍ତି ଯାଇଥିଲେ। ମାତ୍ର ଜାଈ ର କୌଣସି ପତ୍ତା ମିଳି ନଥିଲା। ଶୁଣିବାକୁ ମିଳିଛି ଏହି ଘଟଣା ର କିଛି ଦିନ ପରେ ସେହି ବାଟ ଦେଇ ଯାଉଥିବା ନାବିକ ମାନେ ଜାଈ ର କାନ୍ଦଣା ଶୁଣିବାକୁ ପାଉଥିଲେ। ତେଣୁ ଧୀରେ ଧୀରେ ତାଙ୍କୁ ମା କାଳୀ ଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ। ଐତିହାସିକ ତଥ୍ୟ ଅନୁସାରେ ମା କାଳିଜାଇ ଙ୍କ ମନ୍ଦିର ପ୍ରାୟ ୧୭୧୭ ମସିହା ରେ ପାରିକୁଦ ର ରାଜା ଶ୍ରୀ ଜଗନ୍ନାଥ ମାନସିଂ ଙ୍କ ଦ୍ୱାରା ନିର୍ମାଣ ହୋଇଥିଲା।
ଏହା ପରଠୁ ମା ସେଠାରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି। ଲକ୍ଷ ଲକ୍ଷ ଲୋକ ଚିଲିକା ହ୍ରଦ ଉପରେ ନିଜର ଜୀବିକା ନିର୍ବାହ ପାଇଁ ନିର୍ଭର କରନ୍ତି। ମାଛ ଓ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିବା ପାଇଁ ପ୍ରତିଦିନ ସେମାନଙ୍କୁ ଚିଲିକା ର ଗଭୀର ଗଣ୍ଡ ମଧ୍ୟ କୁ ଯିବାକୁ ପଡ଼ିଥାଏ। ବିଶ୍ୱାସ ଅଛି ଯେ ସେହି ମତ୍ସ୍ୟଜୀବୀ ମାନଙ୍କୁ ମା କାଳିଜାଇ ପ୍ରତି ବିପଦ ମୁହୂର୍ତ୍ତରେ ବିଭିନ୍ନ ଝଡ଼ ଝଞ୍ଜା ରୁ ରକ୍ଷା କରିଥାନ୍ତି।
ତେଣୁ ଚିଲିକା ର ମତ୍ସ୍ୟଜୀବୀ ମାନେ ତାଙ୍କୁ ଇଷ୍ଟ ଦେବୀ ରୂପେ ପୂଜା କରନ୍ତି। କାଳିଜାଇ କୁ ଯିବାକୁ ହେଲେ ପ୍ରଥମେ ରାଜଧାନୀ ଭୁବନେଶ୍ଵର ରୁ ସଡ଼କ ପଥରେ ବାଲୁକା ପର୍ଯ୍ୟନ୍ତ ପ୍ରାୟ ଅତିକ୍ରମ କରିବା ପାଇଁ ପଡ଼ିବ। ଏହାପରେ ବାଲୁକା ଠାରୁ ୧୮ କିମି ଦୂର କାଳିଜାଇ କୁ ଜଳପଥରେ ଯିବାକୁ ହେବ। ଏହା ପାଇଁ ବିଭିନ୍ନ ଲଞ୍ଚ୍ ଓ ବୋଟ୍ ର ସୁବିଧା ରହିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।