ସବୁ ସମୟ ଖବର ସାଥିରେ

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଇଟାଲି ର ଦମ୍ପତି…ଦେଖନ୍ତୁ ଭିଡ଼ିଓ

0 2

ହଁ ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଏକ ଭିଡ଼ିଓ | ଯେଉଁ ଭିଡ଼ିଓ ରେ ଦେଖା ଯାଇଛି ଯେ ଗଜପତି ରୁ ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି ଇଟାଲୀ ଜଣେ ଦମ୍ପତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ତେବେ ସୂଚନା ଅନୁଯାୟୀ ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର 33 ନମ୍ବର ସନ୍ତାନ କୁ ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଇଟାଲୀ ଦେଶର ଏକ ଦମ୍ପତି ଙ୍କୁ ହସ୍ତାନ୍ତର କରିଛନ୍ତି | ତେବେ ଏ ନେଇ ଜିଲ୍ଲାପାଳ କହିଛନ୍ତି ଯେ ଏହି ପ୍ରକ୍ରିୟା ଗତ 4 ବର୍ଷ ହେବ ଆରମ୍ଭ ହେଇଛି | ଏହା ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟରତ ହେଉଛି ବୋଲି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଖବର ଉପରେ ଟିକିଏ ନଜର ପକାଇବା |


ତେବେ ମିଳିଥିବା ସୂଚନା ଅନୁଯାୟୀ ପାଞ୍ଚ ବର୍ଷ ତଳେ ଏହି ଶିଶୁ ସନ୍ତାନଟିକୁ ମୋହନା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ଚାଇଲଡ ଲାଇନ ଦ୍ଵାରା ଉଦ୍ଧାର କରାଯାଇ, ପ୍ରେସ ଷ୍ଟାର ହୋମ,ଚରମ ମୋହନା ଏବଂ ଶିଶୁ ଯତ୍ନ ଅନୁଷ୍ଠାନ ରେ ରଖି ଏହାର ସମସ୍ତ ଯତ୍ନ ଓ ସୁରକ୍ଷା ଗଜପତି ଜିଲ୍ଲାପାଳଙ୍କ ଦ୍ୱାରା ଦିଆଯାଉଥିଲା ବୋଲି କୁହାଯାଇଛି | ତେବେ ଶିଶୁଟି ଉଦ୍ଧାର ହେବା ପରେ ଜିଲ୍ଲା ସୁରକ୍ଷା ୟୁନିଟର ହସ୍ତକ୍ଷେପ ପରେ ମା,ଶିଶୁ ମଙ୍ଗଳା ସମିତି ଗଜପତି ଆଗରେ ସମର୍ପଣ କରିଥିଲେ |

ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ଶିଶୁମଙ୍ଗଳା ସମିତି ଗଜପତି ଆଇନ ଭୁକ୍ତ ଭାବେ ପ୍ରାୟ ଚାରି ବର୍ଷ ହେବ ଘୋଷଣା କରିଥିଲେ | ସେହି ପରି ପରବର୍ତ୍ତୀ ସମୟରେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ନିସ୍ଵାମ ସ୍ୱଲାମ ପାରଳାଖେମୁଣ୍ଡି ମାଧ୍ୟାମ ରେ ପୁଅ ଟିକୁ ପୋଷ୍ୟ ସନ୍ତାନ ରୂପେ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରରେ ପୋର୍ଟାଲ ରେ ଉପଲୋଡ଼ କରାଯାଇଥିଲା |ଯାହା ଦ୍ୱାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତି ପାଖକୁ ଯାଇପାରିବେ | ତାହା ସମସ୍ତ ଙ୍କୁ ପୋର୍ଟାଲ ମାଧ୍ୟମ ରେ ଜଣାଇ ଦିଆଯାଇଛି | ସେହିପରି ପରବର୍ତ୍ତୀ ମୁହୂର୍ତ୍ତରେ 4 ବର୍ଷ ଧରି ଏକ ପୋଷ୍ୟ ସନ୍ତାନ ପାଇଁ ଅନଲାଇନ ଆବେଦନ କରି ଅପେକ୍ଷା ରେ ରହିଥିଲେ | ତାପରେ ଏହି ପୋଷ୍ୟ ସନ୍ତାନ ଟିକୁ ଇଟାଲୀ ଦମ୍ପତିକୁ ପୋଷ୍ୟ ସନ୍ତାନ କେନ୍ଦ୍ର ଅନୁମୋଦନ ଦେଇଛି |

ତେବେ ଏହା ପାଇଁ ଆବଶ୍ୟକ ଦସ୍ତାବିଜ ପୋଷ୍ୟ କେନ୍ଦ୍ର ଏବଂ ଶିଶୁ ସୁରକ୍ଷା କେନ୍ଦ୍ର ରେ ଗଜପତି ପ୍ରସ୍ତୁତ କରିଛନ୍ତି | ତାପରେ ସମସ୍ତ ଦସ୍ତାବିଜ ଜିଲ୍ଲାପାଳ ଓ ମାନ୍ୟବର କୋର୍ଟ ଯାଞ୍ଚ କରିବା ପରେ ଶିଶୁ ଟିକୁ ଇଟାଲୀ ଦମ୍ପତିଙ୍କୁ ହସ୍ତାନ୍ତର କରାଯାଇଛି | ଆଉ ଯାହା କୁ ପାଇବା ପରେ ସେମାନେ ବେଶ ଖୁସି ଥିବାର ମଧ୍ୟ ଦେଖବାକୁ ମିଳିଛି | ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।