
ଡାଡା ମତେ ଏଠି ଭଲ ଲାଗୁନି, ତୁମେ ଆସି ମୋତେ ନେଇ ଯାଅ…ବାବୁସାନ ,ପୁଅ ଗ୍ବାନଙ୍କ ସହିତ ଭିଡିଓ କଲ ରେ କଥା ହେଲେ! ଆଉ ବାବୁସାନ ଏମିତି କହିଲେ…
ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ଘଟଣାକୁ ବହୁତ ଦିନ ବିତି ଯାଇ ଥିଲେ ମଧ୍ୟ ଏହି ଘଟଣା ଥମିବାର ନାମ ନେଉନି | ଏହି ଘଟଣା ପରେ ଉଭୟ କଳାକାର ହୋଇ ଥିବାରୁ ସେମାନଙ୍କର ପ୍ରତ୍ୟେକ ଫେନ ମାନଙ୍କୁ ଗଭୀର ଭାବରେ ଆଘାତ କାରୀ ଥିଲା | ସମସ୍ତଙ୍କର ଇଚ୍ଛା ଏବଂ ଆକାଂକ୍ଷା ଥିଲା ଯେ ବାବୁସାନ ପୁଣି ପୂର୍ବ ଭଳି ତାଙ୍କ ପରିବାର ସହିତ ଖୁସିରେ ରୁହନ୍ତୁ ଏବଂ ଚଳଚିତ୍ରରେ ହିରୋ ରୋଲ କରନ୍ତୁ |
ଗତ କିଛି ଦିନ ପୂର୍ବରୁ ଏକ ଭିଡିଓକୁ ଗଣ ମାଧ୍ୟମ ଜରିଆରେ ପୋଷ୍ଟ କରି ବାବୁସାନ କହି ଥିଲେ ଯେ କିଛି ଦିନ ପୂର୍ବରୁ ଯୋଉଁ ଘଟଣା ଘଟି ଥିଲା ସେଥି ପାଇଁ ସେ ସାମଗ୍ର ଓଡିଶା ବାସୀଙ୍କୁ କ୍ଷମା ମାଗିବା ସହିତ ଓ ତାଙ୍କ ସ୍ତ୍ରୀ ତୃପ୍ତି ଓ ତାଙ୍କ ବାପା ଲଳିତ ଶତପଥିଙ୍କୁ ମଧ୍ୟ କ୍ଷମା ମାଗିଥିଲେ | ଏବଂ ଏ କଥା ମଧ୍ୟ କହି ଥିଲେ ଯେ ମୋ ପାଇଁ ସେମାନେ ଓ ସେମାନଙ୍କ ପରିବାର ବହୁତ କଷ୍ଟ ପାଇଛନ୍ତି | ତାଙ୍କ ସ୍ତ୍ରୀ ଓ ତାଙ୍କ ଶ୍ୱଶୁର ବହୁତ କଷ୍ଟ ପାଇଛନ୍ତି | ଏବଂ ସେ ଶପଥ କରି ଥିଲେ ଯେ ଆଜିଠାରୁ ସେମାନଙ୍କର କିଛି କ୍ଷତି ହେବାକୁ ଦେବେ ନାହିଁ ବା ଏମିତି ଭୁଲ କେବେ ବି କରିବେ ନାହିଁ |
ଏହି ଘଟଣା ଘଟିବାର ଠିକ ପର ଦିନ ପ୍ରକୃତି ମିଶ୍ର ହାଇକୋର୍ଟର ଦ୍ୱାରସ୍ଥ ହୋଇ ତୃପ୍ତି ଶତପଥୀ ଓ ତାଙ୍କ ବାପା ଲଳିତ ଶତପଥୀଙ୍କ ଉପରେ ମାନହାନି କେସ କରି ଥିବାର ସୂଚନା ମିଳି ଥିଲା | ସେ କହିଛନ୍ତି କି ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ନ ନେବାରୁ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି | ସେ ପ୍ରଥମେ ହାଇକୋର୍ଟ ଓ ତାପରେ ଜିଲ୍ଲା ଦୌରା କୋର୍ଟରେ ପହଂଚି ମାନହାନି ମୋକଦମା କରିଛନ୍ତି |ଏବଂ ବାବୁସାନଙ୍କ ସ୍ତ୍ରୀ ଓ ଶ୍ୱଶୁରଙ୍କ ଉପରେ ପାଞ୍ଚ ଲକ୍ଷ ଦଶ ହଜାର ତାଙ୍କର ଜୋରିମାନା ଲଗାଇଛନ୍ତି |
ହେଲେ ଆଜି ଅନ୍ୟ ଏକ ବାବୁସାନଙ୍କର ଭିଡିଓ ଦେଖିବାକୁ ମିଳିଛି ଯୋଉଁ ଭିଡିଓରେ ଦେଖିବାକୁ ମିଳୁଛି କି ବାବୁସାନ ତାଙ୍କ କୁନି ପୁଅ ଗୋୱାନ ସହିତ ବହୁତ ଖୁସି ହୋଇ କଥା ହେଉଛନ୍ତି | ଏବଂ ତାଙ୍କ ପୁଅକୁ ତୃପ୍ତି ଧରି ଥିବାର ନଜର ଆସିଛି | କିନ୍ତୁ ବାବୁସାନ ତୃପ୍ତିଙ୍କ ସହିତ କୌଣସି କଥା ହେବାର ଭିଡିଓରେ ଦେଖା ଯାଇନାହିଁ | ଏହି ଭିଡିଓ ଦେଖି ବାବୁସାନଙ୍କ ସମସ୍ତ ପ୍ରଶଂସକ ମାନଙ୍କ ମଧ୍ୟରେ ଏକ ଖିସିରେ ଲହରୀ ଖେଳି ଯାଇଛି | ଏହି ଭିଡିଓ ଦେଖି ଜଣା ପଡୁଛି କି ବାବୁସାନ ଓ ତୃପ୍ତିଙ୍କ ପରିବାର ଭିତରେ ବୁଝାବଣା ଠିକ ହୋଇ ଯିବ ବୋଲି |
ବାବୁସାନଙ୍କ ଜନ୍ମଦିନରେ ତାଙ୍କ ଶ୍ୱଶୁର ଲଳିତ ଶତପଥୀ ମଧ୍ୟ ଉପସ୍ଥିତ ହୋଇ ବାବୁସାନଙ୍କୁ କେକ ଖୁଆଇ ଥିବାର ନଜର ଆସିଥିଲେ ଏବଂ ବାବୁସାନ ମଧ୍ୟ ତାଙ୍କୁ ଖୁଆଇ ଥିଲେ | ବାବୁସାନ କହିଥିବା କଥା ଯେ ତାଙ୍କ ଶ୍ୱଶୁର ଓ ସ୍ତ୍ରୀଙ୍କ ସହିତ ସେ ସବୁବେଳେ ରହିବେ ତାହା ହୁଏ ତ ସେ ନିଶ୍ଚୟ ପାଳନ କରିବାକୁ ଚେଷ୍ଟା କରୁଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।