ସବୁ ସମୟ ଖବର ସାଥିରେ

ଏବେ ଏବେ Seriel ଜଗତରୁ ଆସିଲା ବଡ଼ ଦୁଃଖ ଖବର – ଆଉ ନାହାଁନ୍ତି ଏହି ଓଡ଼ିଆ Seriel ହିରୋ,ଅକସ୍ମାତ ଘଟିଲା ମୃତ୍ୟୁ….

0 16

ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ ଯାହାକୁ କେହି କେବେ ହେଲେ ଏଡାଇ ଦେଇ ପାରିବେ ନାହିଁ | ପ୍ରତ୍ୟେକ ଦିନ ଗଣ ମାଧ୍ୟମର ଜରିଆରେ ବିଭିନ୍ନ ଘଟଣା ଦେଖିବାକୁ ମିଳୁଛି | କେତେ ବେଳେ କିଏ ଜୀବନ ହାରି ଦେଉଛି ମାନସିକ ଭାରସାମ୍ୟ ହରାଇ ଓ କେତେ ବେଳେ କାହାକୁ ହଠାତ କରି ମୃତ୍ୟୁ ହେଇ ଯାଉଛି | ଆଜିକାଲି ବହୁତ ଲୋକ ଆତ୍ମହତ୍ୟା କରୁ ଥିବାର ଦେଖିବାକୁ ମିଳୁଛି | କିନ୍ତୁ ଏହା ସମ୍ପୂର୍ଣ ରୂପେ ଅନୁଚିତ |ମଣିଷ ଜୀବନ ଦୁର୍ଲଭ ହୋଇ ଥାଏ ତେଣୁ ଏହାକୁ ସୁନ୍ଦର ଭାବେ ବଂଚିବା ସହିତ ଉପଭୋଗ କରିବା ଉଚିତ |
ଅନେକ ଯୁବ ପିଢିଙ୍କ କ୍ଷେତ୍ରରେ ହୃଦ ଘାତର ପରିମାଣ ବୃଦ୍ଧି ହେବାର ଦେଖିବାକୁ ମିଲୁଛି | ଆଜି ଆମେ ଏକ ଦୁଖଦଃ ଖବର ବିଷୟରେ ଜଣାଇବାକୁ ଯାଉଛୁ | ପରୀ ସିରିଏଲରେ ଅଭିନୟ କରୁଥିବା ସତ୍ୟ ପୁରୋହିତ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |ସତ୍ୟ ପୁରୋହିତ ପରୀ ସିରିଏଲରେ ଅଭିନୟ କରି ବେଶ ପ୍ରଶଂସା ସାଉଁଟି ଥିଲେ | କିନ୍ତୁ ଆଜି ଏକ ଦୁଃଖ ଦାୟକ ଖବର ଶୁଣିବାକୁ ମିଳିଛି | ଆଜି ହୃଦ ଘାତରେ ତାଙ୍କର ମୃତ୍ୟୁ ଘଟିଛି | ସେ ଖୁବ କମ ବୟସରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି | ତାଙ୍କୁ ଏବେ ମାତ୍ର ବତିଶି ବର୍ଷ ବୟସ | ସେ ଜଣେ ଜଣା ଶୁଣା ସମ୍ବଲପୁରୀ ତଥା ମେଗା ଧାରାବାହିକ ଅଭିନେତା ଅଟନ୍ତି | ତାଙ୍କର ଗତକାଲି ଏକ ଘୋରାଇ ହସ୍ପିଟାଲରେ ମୃତ୍ୟୁ ଘଟିଛି |

ପୂର୍ବରୁ ସେ କୌଣସି ଅଜଣା ରୋଗରେ ପୀଡିତ ହୋଇ ସୁସ୍ଥ ହୋଇ ଥିଲେ | ତେବେ ଗତ କାଲି ସକାଳ ସମୟରେ ତାଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ଆରମ୍ଭ ହୋଇ ଥିଲା | ପରିବାର ଲୋକେ ତାଙ୍କୁ ପ୍ରଥମେ କଣ୍ଟାବାଞ୍ଚି ସହରର ଏକ ଘୋରାଇ ହସ୍ପିଟାଲକୁ ନେଇ ଯାଇ ଥିଲେ | ସେଠାରେ ଡାକ୍ତର ତାଙ୍କୁ ଅନ୍ୟତ୍ର ଯିବା ପାଇଁ ପରାମର୍ଶ ଦେଇ ଥିଲେ | ପରେ କଣ୍ଟାବାଞ୍ଚି ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜକୁ ନେଇ ଯାଉ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇ ଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଥିଲେ |

ସତ୍ୟଜିତ ଅନେକ ସମ୍ବଲପୁରୀ ଓ ନାଗପୁରି ଗୀତରେ ଅଭିନୟ କରି ଥିବା ବେଳେ ସାର୍ଥକ ଚେନେଲରେ ଆସୁ ଥିବା ମେଗା ଧାରା ବାହିକ ପରୀରେ ଅଭିନୟ କରି ଥିଲେ | ତାଙ୍କ ଘର କଣ୍ଟାବାଞ୍ଚି ହୋଇ ଥିବା ବେଳେ ସେ ଭୁବନେଶ୍ୱରରେ ରହୁ ଥିଲେ | ତେବେ କିଛି ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ ସେ ଘରକୁ ଫେରି ଯାଇ ଥିଲେ | ତାଙ୍କ ମୃତ୍ୟୁ ଖବର ଶୁଣି ଚାରି ଆଡେ ଶୋକର ଛାୟା ଖେଳି ଯାଇଛି |

ତେବେ ତାଙ୍କର ବହୁତ କମ ବୟସରେ ମୃତ୍ୟୁ ବରଣ ହୋଇ ଥିଲା | ତାଙ୍କ ଅଭିନୀତ ସମ୍ବଲପୁରୀ ଭୋଳା ପାଗଳ ଦ୍ୱାରା ସେ ଘରେ ଘରରେ ପରିଚିତ ହୋଇ ପାରି ଥିଲେ |ଏହା ସହିତ ସେ ପରୀ ସିରିଏଲରେ ଅଭିନୟ କରି ଥିବାରୁ ଓଡିଶାର ଘରେ ଘରେ ପରିଚିତ ହୋଇ ପାରି ଥିଲେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।