ସବୁ ସମୟ ଖବର ସାଥିରେ

health tips- ଚାହା ପିଇସାରି ଖଆନ୍ତୁ ନାହିଁ ଏହି ଜିନିଷ, ନଚେତ୍ ମାଡିଯିବ ଏହି ଚର୍ମରୋଗ…….

0 110

ଚାହା ହେଉଛି ସବୁଠାରୁ ଲୋକପ୍ରିୟ ଗରମ ପାନୀୟ। ଚାହା ପିଇବା ପାଇଁ ବହୁତ୍ ଲୋକେ ପସନ୍ଦ କରିଥାନ୍ତି।ଚାହା ପିଇବା ଦ୍ବାରା ଶରୀରକୁ ସତେଜତା ମିଳିଥାଏ। କେବଳ ଏତିକି ନୁହେଁ ଚାହାରେ ବହୁତ ପ୍ରକାର ଔଷଧୀୟ ଗୁଣ ମଧ୍ୟ ରହିଛି। ଚାହାରେ କେଟୋଚିନ୍, ଥିୟାପ୍ଲେବିନ୍ସ ଏବଂ ଥେରୁବିଗିନସରେ ଅନେକ ଆଣ୍ଟି-ଡିପ୍ଲୋମେଟରୀ, କର୍କଟରୋଧକ, କାର୍ଡିଓପ୍ରୋଟେକ୍ଟିଭ ଗୁଣ ଭରି ରହିଛି, ଯାହା ଶରୀରକୁ ବିଭିନ୍ନ ଉପାୟରେ ସାହାଯ୍ୟ କରେ। ତେଣୁ ଅନେକ ଏହା ଶରୀର ପାଇଁ ଖୁବ୍ ଲାଭକାରୀ ବୋଲି ମନେ କରିଥାନ୍ତି।

କିନ୍ତୁ ଆପଣ ଜାଣିଛନ୍ତିକି କିଛି ଖାଦ୍ୟ ରହିଛି ଯଦି ଆମେ ଚାହା ପି ସାରିବା ପରେ ତାହାକୁ ଖାଇଥାଉ ତେବେ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଗୁଡ଼ିକ ଦେଖିବାକୁ ମିଳିଥାଏ। ତେବେ ଆଜି ଆମେ ଆପଣଙ୍କୁ ଚାହା ପି ସାରିବା ପରେ କେଉଁ ଖାଦ୍ୟ ଖାଇବା ଉଚିତ୍ ନୁହେଁ ସେ ବାବଦରେ ଜଣାଇବୁ। ତେବେ ଆସନ୍ତୁ ଚାହା ପି ସାରିବା ପରେ କଣ କଣ ଖାଦ୍ୟକୁ ଆଭୋଏଡ କରିବା ଉଚିତ୍।

୧. ବତୁରା ମୁଗ,ବୁଟ:-

ଚାହା ପି ସାରିବା ପରେ ଭୁଲ ରେ ବି କେବେ ବତୁରା ବୁଟ ଓ ବତୁରା ମୁଗକୁ ଖାଉନ୍ତୁ ନାହିଁ। ଏହା ଖାଇବା ଦ୍ବାରା ମୁହଁରେ ଧଳା ଧଳା ଦାଗ ହେବା ସହିତ ଏହା ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ସ୍ଥାନରେ ସ୍କିନ ଇନଫେକ୍ସନ ହେବାର ଚାନ୍ସ ରହିଥାଏ।

୨. ପାଣି:-

ଗରମ ଚାହା ପି ସାରିବା ପରେ କେବେବି ପାଣି ପିଅନ୍ତୁ ନାହିଁ। ଏମିତି କାଟିବା ଦ୍ବାରା ଦାନ୍ତ ସମସ୍ୟା ଦେଖା ଯାଇଥାଏ। ଦାନ୍ତ ଥଣ୍ଡା ଲାଗିବା ଝିମ୍ ଝିମ୍ ହେବା ସହ ଦାନ୍ତ ଭାଙ୍ଗିବା ଦାନ୍ତରେ କଷ୍ଟ ଅନୁଭବ ହେବା ଭଳି ଅନେକ ସମସ୍ୟା ଦେଖା ଦେଇଥାଏ। ତେବେ ଚାହା ପି ସାରିବା ପରେ କେବେ ପାଣି ପିଇବା ଉଚିତ୍ ହୋଇ ନଥାଏ।

୩. ଲେମ୍ବୁ:-


ଚାହା ପି ସାରିବା ପରେ ଲେମ୍ବୁ ବା ଲେମ୍ବୁରେ ତିଆରି ଖାଦ୍ୟ ଖାଇବା ଉଚିତ୍ ହୋଇ ନଥାଏ। ଚାହା ପରେ ଲେମ୍ବୁ ଖାଇବା ଦ୍ବାରା ଏହା ଶରୀରରେ ବିଷ ହୋଇ ଯାଇଥାଏ । ଏହା ଶରୀର ପାଇଁ ଖୁବ୍ ଘାତକ ଏବଂ ହାନି କାରକ ହୋଇଥାଏ।

୪. ହଳଦୀ ଏବଂ ବେସନ:-

ଚାହା ପି ସାରିବା ପରେ କେବେ ବେସନରେ ତିଆରି ଖାଦ୍ୟ ଓ ହଳଦୀ ପଡ଼ିଥିବା ଖାଦ୍ୟକୁ ଖାଆନ୍ତୁ ନାହିଁ। ଏହା ଦ୍ବାରା ଆମ କେଶ ଖୁବ୍ ଶୀଘ୍ର ଧଳା ହୋଇ ଯାଇଥାଏ। ଏଥି ସହିତ କେଶ ମଧ୍ୟ ଖଡ଼ି ଯାଇଥାଏ। ତେବେ ଚାହା ପି ସାରିବା ପରେ ହଳଦୀ ଏବଂ ବେସନରେ ତିଆରି ଖାଦ୍ୟକୁ ଆଭୋଏଡ କରନ୍ତୁ।

ତେବେ ଚାହା ପି ସାରିବା ପରେ ଏଭଳି ଜିନିଷ ନ ଖାଇ ଏକ ଘଣ୍ଟା ବ୍ୟବଧାନ ପରେ ଖାଆନ୍ତୁ। ନଚେତ୍ ଚାହା ପିଇବାର ଏକ ଘଣ୍ଟା ପୁର୍ବରୁ ଖାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।