
ଦେଖନ୍ତୁ shocking ଭିଡିଓ ରାତିରେ ଦେହ ବ୍ୟବସାୟ କଲେ ଅଧିକ ପଇସା ରୋଜକାର ହେଉଛି…ଶୁଣନ୍ତୁ ଏହି କିନ୍ନର ଙ୍କ ମୁହଁରୁ…
ଆମ ସମାଜରେ ବିଭିନ୍ନ ପ୍ରକାର ଲୋକ ମାନେ ରହିଥାନ୍ତି | ପୁରୁଷ ଓ ମହିଳା ମାନଙ୍କ ଭଳି କିନ୍ନର ମାନେ ମଧ୍ୟ ଆମ ସମାଜର ଜଣେ ଜଣେ ବ୍ୟକ୍ତି ଅଟନ୍ତି | ସେମାନଙ୍କୁ ଲୋକ ମାନେ ଘୃଣ୍ୟ ଚକ୍ଷୁରେ ଦେଖି ଥାନ୍ତି | କିନ୍ତୁ ଏହା ସମ୍ପୂର୍ଣ ମାତ୍ରାରେ ଏକ ଭୁଲ କାରଣ ସେମାନେ ମଧ୍ୟ ଆମ ଭଳି ଜଣେ ଜଣେ ମଣିଷ | ସେମାନଙ୍କର ମଧ୍ୟ ସମାଜରେ ପ୍ରତିଷ୍ଠିତ ହେବା ନିହାତି ଜରୁରୀ | ସେମାନେ ମଧ୍ୟ ବହୁତ ଦୟାଳୁ ଏବଂ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ବାରେ ସକ୍ଷମ ଅଟନ୍ତି |
ବିଭିନ୍ନ ଆଡେ ଲୋକ ମାନଙ୍କ ଦ୍ୱାରା ସେମାନେ ଅବହେଳିତ ହୋଇ ଥାନ୍ତି | କିନ୍ନର ହେବା ଏକ ଶରୀରର ପରିବର୍ତ୍ତନ | ଏଥିରେ ସେମାନଙ୍କର କିଛି ଭୁଲ ନ ଥାଏ | ତାହା ପରେ ମଧ୍ୟ ସେମାନଙ୍କୁ କାହାର ସହଯୋଗ ମିଳି ନ ଥାଏ | ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳି ଥାଏ ଯେ ସେମାନଙ୍କୁ ନିଜ ଘରୁ ତଡ଼ି ଦିଆ ଯାଇଥାଏ | ଘରୁ ବାହାରି ଆସି ସେମାନେ ସେମାନଙ୍କ କିନ୍ନର ସଂଘରେ ମିଶି ଯାଇ ଥାନ୍ତି ଓ ନିଜର ପାଳନ ପୋଷଣ ପାଇଁ ଜୀବନ ସାରା ଲଢେଇ କରି ଥାନ୍ତି |ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳି ଥାଏ ଯେ କିନ୍ନର ମାନେ ପେଟ ପୋଷିବା ପାଇଁ ଭିକ ମାଗିଥାନ୍ତି |
ସେମାନଙ୍କ ମଧ୍ୟରୁ ବହୁତ ଉଚ୍ଚ ଶିକ୍ଷିତ ହୋଇ ଥିଲେ ମଧ୍ୟ ସେମାନଙ୍କୁ ସରକାରଙ୍କ ତରଫରୁ କୌଣସି ସୁବିଧା ବା କୌଣସି ନିଯୁକ୍ତି ମଧ୍ୟ ମିଳି ନ ଥାଏ | ଆଜି ଆମେ ଆପଣଙ୍କୁ କିନ୍ନର ମାନେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଓ ସରକାରଙ୍କ ଠାରୁ ଶିକ୍ଷିତ ମାନେ ନିଯୁକ୍ତି ପାଇବା ପାଇଁ ଭୁବନେଶ୍ୱର ରାସ୍ତା ଉପରେ ଧାରଣା ଦେଇ ଥିବାର ଦେଖିବାକୁ ମିଳିଛି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଏହି ଧାରଣାରେ ଦୁଇ ଶହରୁ ଉର୍ଦ୍ଧ କିନ୍ନର ଯୋଗ ଦାନ ଦେଇଥିବା ସହ ସେମାନେ ନିଜର ହକ ନ ପାଇବା ପର୍ଯ୍ୟନ୍ତ ଧାରଣା ଦେବେ ବୋଲି କହିଛନ୍ତି | ସେମାନେ କହିଛନ୍ତି ଯେ ଦୀର୍ଘ ଦିନ କିନ୍ନର ମାନଙ୍କ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଛି ଭୁବନେଶ୍ୱରରେ| ସେମାନଙ୍କର ଦାବି ରହିଛି କି ଚାକିରୀ କରେଇବା ଲୋଭ ଦେଖାଇ ଯୋଉଁ ପ୍ରକଳ୍ପ ଆସୁଛି ସେହି ଗୁଡିକରେ ସେମାନଙ୍କୁ ନିଯୁକ୍ତି ଦିଆ ଯାଉ ନାହିଁ |
ତାହାର ପ୍ରତି ବଦଳରେ ଅନ୍ୟ ମାନଙ୍କୁ ନିଯୁକ୍ତି ଦିଆ ଯାଉଛି | ମିଛରେ କୁହା ଯାଉଛି କି କିନ୍ନର ମାନଙ୍କର ଇଚ୍ଛା ନାହିଁ ବୋଲି |କିନ୍ନର ମାନଙ୍କର ବିଭିନ୍ନ ସମସ୍ୟା ହେତୁ ସେମାନେ ପାଠ ବେଶୀ ପଢି ପାରି ନ ଥାନ୍ତି | କିନ୍ତୁ ସେମାନଙ୍କ ଚାକିରୀ ନାମରେ ବହୁତ ଟଙ୍କା ଲୁଟ କରା ଯାଉଛି | ସେହି ସବୁ ଗୁଡିକୁ ବନ୍ଦ କରିବା ପାଇଁ ଓ ଶିକ୍ଷିତ କିନ୍ନର ମାନଙ୍କୁ ନିଯୁକ୍ତି ଦେବ ପାଇଁ ସେମାନଙ୍କର ଦାବି ରହିଛି |
ପାଠ ପଢି ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ସେମାନେ ନିଯୁକ୍ତି ପାଇ ପାରୁ ନାହାନ୍ତି ଓ ପଇସା ଅଭାବରୁ ଆଗକୁ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ପଢି ପାରୁ ନାହାନ୍ତି | କିନ୍ନର ମାନଙ୍କର ଭିକ୍ଷା ବୃତ୍ତି ବା ସେକ୍ସ ୱର୍କ ଏହି ସବୁ ପାଇଁ ବଢିଛି ବୋଲି କହିଛନ୍ତି | ବହୁତ କିନ୍ନର ମାନଙ୍କୁ ଶାରୀରିକ, ମାନସିକ ଓ ଯୌନ ନିର୍ଯ୍ୟାତନାର ମଧ୍ୟ ଶିକାର ହେଉଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।