
ଶ୍ରୀ କୃଷ୍ଣ କୁହନ୍ତି – ଯେଉଁ ବ୍ୟକ୍ତି ର ଶରୀରରେ ଏହି ଚିହ୍ନ ଥାଏ ସେ ନର୍କ କଷ୍ଟ ଭୋଗିଥାଏ ଜାଣନ୍ତୁ କେଉଁ ଚିହ୍ନ….
ତେବେ ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମ ହିନ୍ଦୁ ସଭ୍ୟତା ରେ ଆମେ ବିଭିନ୍ନ ପ୍ରକାରର ଧର୍ମ ଶାସ୍ତ୍ର ଆଉ ପୁରାଣ ଉପରେ ନିର୍ଭର କରିଥାଉ | ତେବେ ଆମେ ଜାଣିଛୁ କି ମଣିଷ ମୃତ୍ୟୁ କରିବା ପରେ ତାକୁ ନର୍କଗାମୀ ହୋଇଥାଏ | ଆଉ ଶ୍ରୀକୃଷ୍ଣ ଙ୍କ ବାଣୀ ଅନୁସାରେ ସେହି ନର୍କ ଗାମୀ କରି ଆସିବା ପରେ ମଣିଷ ଜନ୍ମ ପାଇବା ପରେ ମଣିଷ ର ଦେହ ରେ କୌଣସି ଚି଼ହ୍ନ ବା ସଂକେତ ରହିଥାଉ | ଆଉ ଯାହାକୁ ଦେଖିଲା ପରେ ଆମେ ମାନେ ଜାଣି ପାରିବା କି ପୂର୍ବ ଜନ୍ମ ରେ ଆମେ କେଉଁ ସବୁ ପାପ କରିଥିଲେ ଆଉ ଯାହା ପାଇଁ ଆମେ ଏହିଭଳି ଦଣ୍ଡ ପାଇଛେ | ତାହେଲେ ଆସନ୍ତୁ ସେ ବିଷୟରେ ଜାଣିବା |
ତେବେ ଯାହା କୁହାଯାଉଛି କି ଆମର ବିଭିନ୍ନ କର୍ମ କୁ ନେଇକି ଆମର ଭାଗ୍ୟ ଫଳ ନିର୍ଧାରିତ ହୋଇଥାଏ | ଯଦି ଆମେ ଠିକ ଭାବରେ କାମ କରିଥିବା ପୂର୍ବ ଜନ୍ମରେ ବା ଆ ତାହେଲେ ଆମକୁ ଭଲ ଫଳ ମିଳିଥାଏ ବୋଲି ମଧ୍ୟ କୁହାଯାଉଛି | ଆଉ ସେହି ଭାଗ୍ୟଫଳ କୁ ଆଧାର କରିକି ଆମର ଜନ୍ମ ସହିତ ବିଭିନ୍ନ ଗୁଣ ଯୋଡ଼ିତ ହୋଇଥାଏ ବୋଲି କୁହାଯାଉଛି | ତେବେ ଗରୁଡ଼ ପୁରାଣ ରେ କୁହାଯାଇଛି ଏହି ସବୁ ଘଟଣା ବିଷୟରେ | ଆଉ ଯେଉଁଠି କୁହାଯାଉଛି କୁ ଶ୍ରୀକୃଷ୍ଣ ବତେଇଥିଲେ ଏହି ସବୁ କଥା ଗରୁଡ଼ କୁ ଯାହା ଏଠାରେ ଶୁଣିବାକୁ ମିଳିଛି | ତେବେ ଆସନ୍ତୁ କଣ ସବୁ ଚି଼ହ୍ନ ରହିଥାଏ ନର୍କ ପ୍ରାପ୍ତି ପରେ ସେ ସବୁ ବିଷୟରେ ଜାଣିବା |
1- ଯଦି ଆପଣ ମାନେ ପୂର୍ବ ଜନ୍ମ ରେ ଅସତ୍ୟ କହୁଥିଲେ ଆଉ କାହାକୁ ଖାତିରି କରୁ ନ ଥିବେ ତାହେଲେ ଆପଣ ଗୁଙ୍ଗୀ ବା ଖୋନା ହୋଇ ଜନ୍ମ ହେବେ ବୋଲି କୁହାଯାଉଛି |
2- ଯଦି ଆପଣ ସବୁବେବେ ପାପ କାର୍ଯ୍ୟରେ ଲିପ୍ତ ହୋଇଥିବେ ଆଉ ପାପ କାର୍ଯ୍ୟ କରୁଥିବେ ତାହେଲେ ଆପଣ ଗୁଙ୍ଗା ହେବା ସହିତ ବିଭିନ୍ନ ପ୍ରକାରର ଅସୁବିଧାର ଲକ୍ଷଣ ଦେଖାଯିବ |
3-ଯଦି ଆପଣ ପୂର୍ବ ଜନ୍ମରେ କାହାକୁ ହତ୍ୟା କରିଥିବେ ତାହେଲେ ଛଉ ଭଳି ରୋଗ ଆପଣଙ୍କ ପାଖରେ ଦେଖା ଯିବ |
4-ଯଦି ଆପଣ ମଦ୍ୟ ପାନ କରୁଥିବେ ତାହେଲେ ମଧ୍ୟ ନର୍କ ଗାମୀ ହୋଇଥାନ୍ତି | ଆଉ ଯାହା ଫଳରେ ଆପଣଙ୍କ ର ଦାନ୍ତ ତେଢା ମେଢ଼ା ହେବ ଓ କଳା ଦେଖାଯିବ |
5-ଯଦି ଗୁରୁଙ୍କ ପ୍ରତି ଖରାପ ବ୍ୟବହାର ଦେଖାଇଥିବେ ଓ ଗୁରୁଙ୍କ ପତ୍ନୀ ଙ୍କୁ ଅସତ ବ୍ୟବହାର ଦେଖାଉଥିବେ ତାହେଲେ କୋମାରେ ଆକ୍ରାନ୍ତ ହେବେ ବୋଲି କୁହାଯାଉଛି |
6-ଯଦି ଆପଣ ପୂର୍ବ ଜନ୍ମରେ ଦାନ ଆଉ ଧର୍ମ କରି ନ ଥିବେ ତାହେଲେ ନର୍କ ପ୍ରାପ୍ତି ପରେ ଗବିବ ଭିକାରୀ ହୋଇ ଜନ୍ମ ହେବେ ବୋଲି କୁହାଯାଉଛି |
7- ଯଦି ଆପଣ ପୂର୍ବ ଜନ୍ମରେ ସତୀ ସ୍ତ୍ରୀ ଙ୍କୁ କଷ୍ଟ ଦେଇଥିବେ ତାହେଲେ ଆପଣଙ୍କର ମନ୍ଦ ଗୁଣ ଥିବା ସ୍ତ୍ରୀ ମିଳିବ ନର୍କ ଗାମୀ ପରେ |
8- ଯଦି ଆପଣ ମାତା ଓ ପିତା ଙ୍କ କଷ୍ଟ ଦେଉଥିବେ ସବୁବେଳେ ତାହେଲେ ଆପଣଙ୍କର ମୂର୍ଖ ସନ୍ତାନ ଜାତ ହେବ ବୋଲି କୁହାଯାଉଛି |
9- ଯଦି ଆପଣ ପୂର୍ବ ଜନ୍ମରେ ଧର୍ମ ଗ୍ରନ୍ଥ ଚୋରି କରିଥିବେ ତାହେଲେ ନର୍କ ଗାମୀ ପରେ ଅନ୍ଧ ହୋଇ ପରେ ଜନ୍ମ ହେବେ |
ତେବେ ଏହା ଥିଲା ସେହି ଚି଼ହ୍ନ ଯାହା ସାହାଯ୍ୟରେ ଆମେ ଜାଣି ପାରିବା କି ସେ ନର୍କ ଗାମୀ ହୋଇଥିଲେ ବୋଲି |