ସବୁ ସମୟ ଖବର ସାଥିରେ

ସ୍କୁଲ ରେ ପାଠ ପଢାଇବା ବଦଳରେ ସାର ପିଲାଙ୍କୁ ପଠାଉଛନ୍ତି ସଉଦା ଆଣିବା ପାଇଁ, ଆଉ ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି …

0 4

ତେବେ ଆପଣ ମାନେ ସମସ୍ତେ ବହୁତ ଭଲ ଭାବରେ ଜାଣିଥିବେ କି ବିଦ୍ୟାଳୟ କୁ ବିଦ୍ୟାର ମନ୍ଦିର ବୋଲି କୁହାଯାଇଥାଏ | ଆଉ ଯେଉଁଠି ପିଲାମାନ ଙ୍କର ଭବିଷ୍ୟତ କୁ ଗଢ଼ା ଯାଇଥାଏ | ଆଉ ପିଲାମାନ ଙ୍କର ସୁରକ୍ଷା ପାଇଁ ସେମାନଙ୍କ ଭଲ ଭବିଷ୍ୟତ ସହିତ ସେମାନ ଙ୍କର ସବୁ କ୍ଷେତ୍ରରେ ବିକାଶ କରିବା ପାଇଁ ମଧ୍ୟ ସରକାର ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି | ତାହା ସହିତ ପିଲାମାନେ ମାନ ଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର ଫେସିଲିଟି ମଧ୍ୟ ଦିଆଯାଉଛି ସରକାର ଙ୍କ ତରଫରୁ | ତେବେ ଏହି ଭଳି ଭାବରେ ସବୁ ପ୍ରକାରର ସୁବିଧା ପରେ ସ୍କୁଲ ରେ ଶିକ୍ଷକ ପିଲାଙ୍କୁ ପାଠ ପଢେଇବା ବଦଳରେ ସଉଦା କରିବା ପାଇଁ ପିଲାଙ୍କୁ ବଜାରକୁ ପଠାଉଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଯେଉଁଠାକୁ ପିଲାମାନେ ପାଠ ପଢି ଯାଇଥାନ୍ତି କିଛି ଜ୍ଞାନ ଆରୋହଣ କରିବା ପାଇଁ | ଆଉ ଶିକ୍ଷା ର ପ୍ରସାର କରିବା ପାଇଁ ସେଭଳି ସ୍ଥଳରେ ଜଣେ ତୃତୀୟ ଶ୍ରେଣୀର ଛାତ୍ର ସାଜିଛନ୍ତି ଗୁମାସ୍ତା | ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସଦାନନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ସେହି ସ୍କୁଲ ର ପ୍ରଧାନ ଶିକ୍ଷକ ବିଜୟ କୁମାର ପଣ୍ଡା ସଉଦା ଆଣିବା ପାଇଁ ପଠେଇଥିଲେ ସ୍କୁଲ ର ଜଣେ ପିଲାଙ୍କୁ |


ତେବେ ପିଲା ଜଣଙ୍କ ଦିନ 11 ତା ସମୟରେ ପାଠ ନ ପଢି ଯାଇଥିଲା ସଉଦା ଆଣିବା ପାଇଁ, ଆଉ ଆଳୁ, ପିଆଜ ଆଜି ସଉଦା କରି ଫେରୁଥିବା ବେଳେ ଏଭଳି ଘଟଣା ବିଷୟରେ ସମସ୍ତ ସୂଚନା ମିଳିଥିଲା | ତେବେ ସ୍କୁଲ ରେ ଖାଦ୍ୟ ତିଆରି ପାଇଁ ଯେଉଁ ସଉଦା ପତ୍ର ଆଣିବା କଥା ସେହି ସଉଦା କୁ ରୋଷେଇ କରୁଥିବା ଲୋକ ନ ଆଣିକି ଓ ସ୍କୁଲ ରେ ଶିକ୍ଷକ ସେହି କଥା କୁ ନ ବୁଝିକି ପାଠ ପଢା ସମୟରେ ଜଣେ ତୃତୀୟ ଶ୍ରେଣୀ ର ଛାତ୍ର ଙ୍କୁ ପଠେଇଥିଲେ ସଉଦା ଆଣିବା ପାଇଁ |

ଆହୁରି ମଧ୍ୟ ଏହି ଶିକ୍ଷକ ଙ୍କ ନାଁ ରେ ପୂର୍ବରୁ ଅଭିଯୋଗ ଅଛି କି ସେ ପିଲାମାନ ଙ୍କୁ ଏହି ଭଳି ଭାବରେ କାମ କରିବା ପାଇଁ ଦିଅନ୍ତି | ତେବେ ବିଦ୍ୟାଳୟ ର ପାଖରେ ଗୋଟିଏ ପୋଖରୀ ମଧ୍ୟ ରହିଛି, ଆଉ ଯେଉଁଠି ପାଚେରୀ ମଧ୍ୟ ନାହିଁ | ଆଉ ପିଲା ମାନ ଙ୍କୁ ଏହିଭଳି ଭାବରେ କାମ କରିବାକୁ କହିବା ଫଳରେ ସେହି ଶିକ୍ଷକ ବିଜୟ କୁମାର ପଣ୍ଡା ଙ୍କ ନା ରେ ଅଭିଯୋଗ ଆସିଛି | ଆଉ ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।