ସବୁ ସମୟ ଖବର ସାଥିରେ

ଆଶ୍ଚର୍ଯ୍ୟ ! ମାତ୍ର ଗୋଟିଏ ଥର ଶୁଣନ୍ତୁ ବଳଭଦ୍ର ଜେନାଙ୍କ କଣ୍ଠରୁ ଭଜନ ଓ ଆଧୁନିକ ଗୀତର ରିମିକ୍ସ ( Rimix )…ମାତ୍ର 4 ଘଣ୍ଟାରେ Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 14

ଆଜିକାଲି ଆମେ ଗଣ ମାଧ୍ୟମ ଜରିଆରେ ବିଭିନ୍ନ ଖବର ଦେଖିବାକୁ ପାଉଛୁ | ସୋସିଆଲ ମିଡ଼ିଆ ପାଇଁ ଆମେ ଘରେ ବସି ବିଭିନ୍ନ ଖବର ଏବଂ ମନୋରଞ୍ଜନ କରି ପାରୁଚୁ |ସୋସିଆଲ ମିଡିଆରେ କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି ଏବଂ ଏହି ସବୁ ଦ୍ୱାରା ଆମର କେତେକ ଦୁଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ |
ଭଗବାନ ପ୍ରତ୍ୟେକ ମଣିଷଙ୍କୁ କିଛି ନା କିଛି କଳା ଦେଇଥାନ୍ତି ଯାହାଦ୍ୱାରା ସେ ସମସ୍ତଙ୍କ ପାଖରେ ପରିଚିତ ହୋଇ ପାରି ଥାଏ |କିନ୍ତୁ ସେହି କଳାର କିଏ ସଠିକ ବ୍ୟବହାର କରୁଛି ତା କିଏ ବାଟବଣା ହୋଇ ଯାଉଛି | ଏବଂ ଏହି ସବୁ ଗୁଣ ଦ୍ୱାରା ଯଦି କେହି କିଛି ଭଲ କାମ କରିଥାନ୍ତି ତାହେଲେ ଲୋକ ତାଙ୍କର ପ୍ରଶଂସା କରନ୍ତି ଓ ସେ ସମସ୍ତଙ୍କ ପାଖରେ ପ୍ରସିଦ୍ଧ ହୋଇ ଯାନ୍ତି | ଆଜି ଆମେ ଆପଣଙ୍କୁ ଏକ ଭାଇରଲ ଭିଡିଓ ବିଷୟରେ ଜଣାଇବୁ | ଯୋଉଁଥିରେ ଆପଣ ଏକ ବ୍ୟକ୍ତିଙ୍କୁ ଭଜନ ସହ ଆଧୁନିକ ଗୀତକୁ ରିମିକ୍ସ କରି ଗାଉ ଥିବାର ଦେଖିବାକୁ ପାଇବେ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି | ଏଥିରେ ଯୋଉଁ ବ୍ୟକ୍ତି ଜଣକ ଗୀତ ବୋଲୁଛନ୍ତି ତାଙ୍କ ନାମ ହେଉଛି ବଳରାମ ଜେନା | ଏଥିରେ ମଧ୍ୟ ତାଙ୍କ ସାଥି କଳାକାର ମାନେ ମଧ୍ୟ ଗୀତ ଗାଉଥିବାର ଦେଖା ଯାଉଛି | କିନ୍ତୁ ଏମାନେ ଏକ ନିଆରା ଭଙ୍ଗୀରେ ଗୀତ ଗାଉଛନ୍ତି | କୌଣସି ଏକ ସ୍ଥାନରେ ଦାସ କାଠିଆ ଓ ପାଲା ସମାରୋହ ହେଉଥିବା ସମୟରେ ଭଜନର ପରିବେଷଣ କରା ଯାଉ ଥିଲା |

କିନ୍ତୁ ଏମାନେ ଭଜନ ସଂଗୀତ ଗାଇବା ସହିତ ବିଭିନ୍ନ ଆଧୁନିକ ରୋମାଣ୍ଟିକ ଗୀତକୁ ରିମିକ୍ସ କରି ଗାଉ ଥିବାର ଲକ୍ଷ୍ୟ କରା ଯାଇଛି | ଏମିତି କି ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଭଜନ ସହିତ କିଛି ଦିନ ପୂର୍ବରୁ ହିଟ ହୋଇ ଥିବା ଆଧୁନିକ ଗୀତ ଗୁଆଘିଅକୁ ରିମିକ୍ସ କରି ଗାଉଛନ୍ତି | ଯାହାକୁ ତାଙ୍କର ସାଥି କଳାକାର ମାନେ ମଧ୍ୟ ସହଯୋଗ କରୁ ଅଛନ୍ତି |ସେଠାକାର ଲୋକ ମାନେ ଏହି ଗୀତକୁ ଉପଭୋଗ ମଧ୍ୟ କରୁଛନ୍ତି |

ଏହି ଭିଡିଓଟିକୁ ମାତ୍ର କୋଡିଏ ଘଣ୍ଟା ଭିତରେ ୱାନ ମିଲିୟନ ପାଖାପାଖି ଲୋକ ଦେଖି ଥିବାର ନଜର ଆସିଛି | ହେଲେ କିଛି ଲୋକ ଏହାକୁ ପସନ୍ଦ କରୁଥିବା ସହ କିଛି ଲୋକ ଏହାକୁ ନାପସନ୍ଦ କରୁ ଅଛନ୍ତି | କାରଣ ଆଧ୍ୟାତ୍ମିକ ଭଜନ ମଧ୍ୟରେ ଆଧୁନିକତା ଶୋଭା ପାଉ ଣା ଥିବା ବେଳେ ଏହା ଆମ ସଂସ୍କାର ଓ ସଂସ୍କୃତିକୁ ପାସୋରି ଯାଉଛନ୍ତି ବୋଲି ଲୋକ ମାନେ ମାତା ଦେଇ ଥିବାର ଦେଖିବାକୁ ମିଳୁଛି | ଏବଂ ଏମିତି ଗୀତ ଗାଇବା ଦ୍ୱାରା ଏହା ସମାଜରେ କୁପ୍ରଭାବ ପକାଇବ ବୋଲି କେତେ ଜଣ କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।