ସବୁ ସମୟ ଖବର ସାଥିରେ

ଆଶ୍ଚର୍ଯ୍ୟ ! ଘରର କାନ୍ଥରେ ସ୍ୱୟଂ ଆବିର୍ଭୁତ ହେଲେ ମହାପ୍ରଭୁ କୋଟି ଓଡିଆଙ୍କ ମଉଣମଣି ଜଗନ୍ନାଥ ,ଆଉ ତାପରେ ଯାହା ହେଲା ..

0 18

ଓଡ଼ିଆ ମାନଙ୍କର ମଉଡ ମଣୀ ଶ୍ରୀ ଜଗନ୍ନାଥଙ୍କର ଅପାର ମହିମା କାହାକୁ ବା ଅଜଣା | ସମସ୍ତଙ୍କର ବିଶ୍ୱାସ ଯେ ପ୍ରଭୁ ସବୁଠି ଅଛନ୍ତି | ପ୍ରତ୍ୟେକ ପ୍ରାଣୀ, ଗଛ ଲତା ସବୁଠି ଥାନ୍ତି ସେ | ସେଇଥି ପାଇଁ ତାଙ୍କୁ ସର୍ବବିଦ୍ୟମାନ ବୋଲି କୁହା ଯାଇଥାଏ | ଏବଂ ଭକ୍ତର ଭକ୍ତି ତାଙ୍କୁ ଟାଣି ନେଇ ଥାଏ | ଜାତି, ଧର୍ମ, ବର୍ଣ୍ଣ ତାଙ୍କର କିଛି ବାଛ ବିଚାର ନ ଥାଏ | ଭକ୍ତିରେ ସେ ପ୍ରସନ୍ନ ହୋଇ ତାଙ୍କର ଅପାର କରୁଣା ବର୍ଷାଇ ଥାନ୍ତି | ଏହି ଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ ଜଣାଇବୁ ଯୋଉଁଥି ପ୍ରତ୍ୟକ୍ଷ ଭଗବାନ ଜଗନ୍ନାଥ ଭକ୍ତଙ୍କୁ ଦର୍ଶନ ଦେଇ ଅଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଘଣ୍ଟ ଘଣ୍ଟି ଶଙ୍ଖ ଓ ହୁଳହୁଳି ଭିତରେ ଶୁଭିଲା ଶ୍ରୀ ଜଗନ୍ନାଥଙ୍କ ନାମରେ ପ୍ରତିଦ୍ବନି | ସମସ୍ତଙ୍କ ମୁହଁରେ ଖାଲି ଜଗନ୍ନାଥଙ୍କ ଧ୍ୱନି | ଦୁଇ ହାତ ଟେକି ଶରଣ ପଶିଲେ ଭକ୍ତ ମାନେ | ଭାବ ବିହ୍ଵଳ ହୋଇ ଆଖିରୁ ଝରି ଯାଉଛି ଧାର ଧାର ଲୁହ | ଆଖିରେ ଦେଖିଲେ ମଧ୍ୟ କାଳିଆର କରୁଣାକୁ ବିଶ୍ୱାସ କରି ପାରୁ ନ ଥିଲେ କେହି ଏମିତି ଏକ ଅବାସ୍ତବ ପୂର୍ଣ୍ଣ ଲୀଳାକୁ |

ସମସ୍ତଙ୍କ ମନରେ ଆଜି ଅସୁମାରୀ ଖୁସି ମହାପ୍ରଭୁଙ୍କୁ ଦେଖି | ଭକ୍ତ ଭାବରେ ବନ୍ଧା ଭାବ ବିନୋଦିଆ ଠାକୁର ସବୁ ବେଳେ ଭକ୍ତ ପାଇଁ ବ୍ୟାକୁଳ ହୋଇ ଥାନ୍ତି | ଭାବ ଭକ୍ତି, ଶ୍ରଦ୍ଧାରେ ତାଙ୍କୁ ଯିଏ ଥରୁଟିଏ ଡାକିଥାଏ ସେ ଦୌଡ଼ି ଆସି ସେ କାହିଁକି ନ ସେ ଭକ୍ତ ପାଇଁ ବ୍ୟାକୁଳ ହୋଇ ଥାନ୍ତି | ଏବେ ପୁଣି ଠାରେ ମଉଡମଣୀ ଭକ୍ତଙ୍କ କାନ୍ଥରେ ଆବିର୍ଭୁତ ହୋଇ ଛନ୍ତି |

ମହାପ୍ରଭୁ ସବୁବେଳେ ବିଭିନ୍ନ ରୂପରେ ଭକ୍ତଙ୍କୁ ଦେଖା ଦେଇଥାନ୍ତି | ଏଭଳି ଏକ ଚମତ୍କାର ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଅନ୍ତର୍ଗତ ବଣିଆ ଟାଙ୍ଗୀ ଗାଁର ନାରାୟଣ ସାହୁଙ୍କ ଘରେ | ଘରର କାନ୍ଥରେ ସ୍ୱୟଂ କାଳିଆ ସାଆନ୍ତ ଆବିର୍ଭୁତ ହୋଇଛନ୍ତି | ନାରାୟଣ ନିଜେ ଗଣ ମାଧ୍ୟମ ଆଗରେ କହିଛନ୍ତି କି ସେ ରାତି ୮ଟା ବେଳେ ଘରକୁ ଫେରି ଆସିଲା ପରେ ତାଙ୍କ ଝିଅ ତାଙ୍କୁ ଜଣାଇଥିଲେ ଯେ କାନ୍ଥରେ ପ୍ରଭୁଙ୍କର ମୁଖ ଦେଖା ଯାଉଛି ବୋଲି | ସେ ମଧ୍ୟ ଦେଖିଥିଲେ ପ୍ରଭୁଙ୍କର ଚକା ଚକା ଆଖି ଓ ନାକ ଚଣା ଦେଖିଥିଲେ | ତାଙ୍କ ଝିଅ ଟୁଇସନ କରିବା ସମୟରେ କାନ୍ଥ ଉପରେ ନଜର ପଡିଥିଲା |

ତାପରେ ଏଇ ତାଙ୍କ ଭାଇଙ୍କୁ ଜଣାଇ ଥିଲେ ଓ ପାଠ ପଢ଼ାଉଥିବା ପିଲା ମାନଙ୍କୁ ମଧ୍ୟ ଦେଖିବା ପାଇଁ କହିଥିଲେ | ତାପରେ ତାଙ୍କ ସରପଞ୍ଚ ଓ ଆଖ ପାଖ ଲୋକ ମାନେ ଦେଖିଥିଲେ |ଦେଖିଲା ପରେ ସେମାନେ ବିଶ୍ୱାସ କରି ପାରିଲେ ଯେ ସତରେ ଜଗନ୍ନାଥ ଆବିର୍ଭାବ ହୋଇଛନ୍ତି | ତା ପରଠୁ ଭଗବାନଙ୍କର ପ୍ରତ୍ୟେକ ରୀତିନୀତି ଅନୁସାରେ ସମସ୍ତ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି | ଜଗନ୍ନାଥ ତାଙ୍କ ଘରେ ଦେଖା ଦେଇଥିବାରୁ ସେମାନେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି |