ସବୁ ସମୟ ଖବର ସାଥିରେ

Exclusive – ଦୀପାବଳୀରେ ଅର୍ଚ୍ଚନାଙ୍କ ପୁଅ ବାରମ୍ବାର ପଚାରୁଛି ! ମା ଓ ବାପା କୁଆଡେ ଗଲେ? | ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 14

ଧନତେରସକୁ ବେସ ଧୁମଧାମରେ ପାଳନ କରୁଥିଲେ ଉଭୟ । ଆଉ କିଣୁଥିଲେ ଭେରାଇଟର ସୁନାଗହଣା । ଏଥର କିନ୍ତୁ ଲେଡି ବ୍ଲାକମେଲରଙ୍କ ପାଇ ମହଙ୍ଗା ପଡିଛି ବ୍ଲାକମେଲିଂ ଓ ଟଙ୍କା ହଡପ କରିବା । ଯାହାକୁନେଇ ଜେଲରେ ଚାରିକାନ୍ଥ ଏବେ ନାଗ ଚାନ୍ଦ ଦମ୍ପତି ପାଇ ହୋଇଛି ପାପର ପ୍ରାୟଶ୍ଚିତ ସ୍ଥାନ ।

ଆଜି ଦୀପାବଳୀ ରେ ପୁଅ ଅର୍ଚ୍ଚନା ନାଗ କୁ ଖୋଜୁଛି ମୋ ମାଆ ଓ ବାପା କୁଆଡେ଼ ଗଲେ ଏତେ ବଡ ଘର ରେ ଏକୁଟିଆ ତାଙ୍କ ମାଉସୀ କୁ ପଚାରୁଛନ୍ତି ସେ କିଛି କହୁନାହିଁ ଗୋଟିଏ ଫୋନ୍ ଧରେଇ ଦେଇ ଉଛନ୍ତି । ତାପରେ ପିଲା ଟି କହୁଛନ୍ତି ଯେ ମୋ ବାପା ଥିଲେ ଆମେ କେତେ ବାଣ ଫୁଟାଇ ଥାଆନ୍ତୁ । ଆଜି ସେମାନେ କୁଆଡେ ଯାଇଛନ୍ତି ।

 ଏବେ ରବିବାର ସମୟ ଦିନ ୧୧ଟା ୧୫ରେ ଝାରପଡ଼ା ଜେଲ​ ଅଫିସରେ ବ୍ଲାକମେଲର୍ ଦମ୍ପତି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା। ପ୍ରାୟ ୨୦ ମିନିଟ୍‌ ଧରି ଜେଲ୍‌ ଅଫିସରେ ସ୍ୱାମୀ-ସ୍ତ୍ରୀ କଥାବାର୍ତ୍ତା ହୋଇଥିଲେ। ଜେଲ୍‌ ମାନୁଆଲ ଅନୁସାରେ ଜେଲ୍‌ ଅଧିକାରୀ, ପୁରୁଷ ୱାର୍ଡେନ ଓ ମହିଳା ୱାର୍ଡେନଙ୍କ ଉପସ୍ଥିତିରେ ଉଭୟ କଥାବାର୍ତ୍ତା ହୋଇଥିଲେ।

ଜଗବନ୍ଧୁଙ୍କୁ ଦେଖି ଅର୍ଚ୍ଚନା କାନ୍ଦିଥିଲେ। ପରସ୍ପରକୁ ଦେଖି ଦମ୍ପତି ଭାବବିହ୍ବଳ ହୋଇ ପଡ଼ିଥିଲେ। ଦେହ କେମିତି ଅଛି ବୋଲି ଅର୍ଚ୍ଚନା ପଚାରିଥିଲେ। ଜଗବନ୍ଧୁ କହିଥିଲେ, ଭଲ ଅଛି । କଥା କହିଲା ବେଳେ ଟିକେ କଷ୍ଟ ଅନୁଭବ କରୁଛି । ପୁଅ କେମିତି ଅଛି ଓ କାହା ପାଖରେ ଅଛି ବୋଲି ଅର୍ଚ୍ଚନା ପଚାରିଥିଲେ।

ପୁଅ ଘରେ ମା’ ପାଖରେ ଅଛି, ଭଲ ଅଛି ବୋଲି ଜଗବନ୍ଧୁ କହିଥିଲେ। ଓକିଲଙ୍କ ସହ କଥା ହୋଇଥିଲ, ହଁ, ମହାପାତ୍ର ବାବୁଙ୍କୁ କହିଛିି, ସେ ସେସନ୍ସ ଅଦାଲତରେ ଆବେଦନ କରିବେ କହିଛନ୍ତି। ତୁମ ଦେହ କେମିତି ଅଛି ବୋଲି ଜଗବନ୍ଧୁ ପଚାରିଥିଲେ, ଖାଇବା ଠିକ୍‌ଠାକ୍‌ କରୁଛ, ହଁ କହିଥିଲେ ଅର୍ଚ୍ଚନା। ପୁଲିସ ସବୁ ନେଇଯାଇଛି, ମୋବାଇଲ, ଡାଏରୀ, ପେନ୍‌ଡ୍ରାଇଭ ବି ନେଇଛି, ହଁ ଟିଭିରେ ଦେଖୁଥିଲି, କହିଥିଲେ ଅର୍ଚ୍ଚନା।

ଜଗବନ୍ଧୁଙ୍କ ଡାଏରୀକୁ ନେଇ ସନ୍ଦେହ ଘନୀଭୂତ ହେଉଛି। ଡାଏରୀରେ କେଉଁମାନଙ୍କ ନାମ ରହିଛି, ସେ ନେଇ କମିସନରେଟ ପୁଲିସ ତଦନ୍ତ କରୁଛି। ଅର୍ଚ୍ଚନାଙ୍କ ପରି ଜଗବନ୍ଧୁଙ୍କ ଡାଏରୀ ଭିତରେ ମଧ୍ୟ ମାଳ ମାଳ ନେତା, ମନ୍ତ୍ରୀଙ୍କ ନାଁ ରହିଛି। ହେଭିୱେଟଙ୍କ ନାଁକୁ ଦେଖି ପୁଲିସ ଛାତି ଧଡ଼ଧଡ଼ ହେଉଛି।

କିପରି ମାମଲା ପରିଚାଳନା କରିବ ସେ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ତଦନ୍ତକାରୀ ଦଳର ଗୁପ୍ତ ବୈଠକ ବସୁଛି। ସେପଟେ ନାଗ-ଫାଶରେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ସମେତ କମିସନରେଟ ପୁଲିସର କେତେକ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି, ତେବେ ସେହି ଅଫିସରମାନେ କିଏ ତାଙ୍କ ନାଁ ତଦନ୍ତ ଆଢ଼ୁଆଳରେ ରଖାଯାଇଛି କିମାମଲାର ତଦନ୍ତ କରୁଥିବା!

ଅଧିକାରୀଙ୍କ ମଧ୍ୟରେ କେହି ନୁହନ୍ତି ତ । ଏହଭଳି ବିଭିନ୍ନ ପ୍ରଶ୍ନ ଉଠୁଛି। ଯଦି ସେପରି କେହି ଅଧିକାରୀଙ୍କ ସମ୍ପୃକ୍ତି ରହିଥିବ, ତେବେ ଘଟଣା ଉପରୁ ପରଦା ହଟିବା କଷ୍ଟକର ବ୍ୟାପାର। ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ ପରେ ଏବେ ଖଗେଶ୍ୱର ପାତ୍ର ଓରଫ ବାଇନକୁ ପୁଲିସ ଖୋଜୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।