ସବୁ ସମୟ ଖବର ସାଥିରେ

Beauty Tips- ଗାଧୋଇବା ପୁର୍ବରୁ ବେକରେ ଲଗାନ୍ତୁ ଏହି ଜିନିଷ, ପୁରା ସଫା ହେଇଯିବ ଆପଣଙ୍କ ବେକର କଳା ପଣ 100 % ଗ୍ୟାରେଣ୍ଟି

0 9

ସୁନ୍ଦର ଦେଖା ଯିବା ପାଇଁ କିଏ ବା ଚାହିଁ ନଥାଏ। ସୁନ୍ଦର ଦେଖା ଯିବା ପାଇଁ କେବଳ ମୁହଁର ଆବଶ୍ୟକତା ନଥାଏ ଏଥି ପାଇଁ ହାତ ପାଦ ଏମିତିକି ବେକର ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ। ତେବେ ଅଧିକାଂଶ ଲୋକଙ୍କ ବେକରେ କଳା ଦାଗ ଦେଖିବାକୁ ମିଳିଥାଏ ଯାହା ଆଦୌ ସୁନ୍ଦର ଦେଖା ନଥାଏ। ତେବେ ବେକର ଦେଖା ଯାଉଥିବା କଳା ଦାଗକୁ ଘରୋଇ ଉପଚାର ଦ୍ୱାରା ମଧ୍ୟ କରା ଯାଇପାରେ ।ଯଦି ଆପଣଙ୍କ ବେକର ରଙ୍ଗ ଶରୀରର ବାକି ଅଙ୍ଗର ରଙ୍ଗ ତୁଳନାରେ କଳା ପଡି ଯାଇଛି ତେବେ ଚିନ୍ତା କରିବା ଦରକାର ନାହିଁ ଆମେ ଆଜି ଆପଣମାନଙ୍କ ପାଇଁ ଏମିତି କିଛି ସହଜ ଓ ସରଳ ଉପାୟ ନେଇ ଆସିଛୁ ଯାହାକୁ ବ୍ୟବହାର କରି କିଛି ମିନିଟ୍ ମଧ୍ୟରେ ଆପଣଙ୍କର ଏହି ସମସ୍ୟାକୁ ସମାଧାନ କରି ପାରିବେ।
୧. କଞ୍ଚା ଅମୃତଭଣ୍ଡା ଓ ଗୋଲାପ ଜଳ:-କଞ୍ଚା ଅମୃତଭଣ୍ଡା ଆମ ଶରୀର ପାଇଁ ଖୁବ୍ ଉପକାରୀ ହୋଇଥାଏ। ଏଥିରେ ଭିଟାମିନ-ଏ, ଭିଟାମିନ- ସି,ଭିଟାମିନ-ଇ ଏବଂ ଅନ୍ୟାନ ପୋଷକ ତତ୍ତ୍ୱ,ଭରପୂର ମାତ୍ରାରେ ରହି ଥାଏ। ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢ଼ାଇ ଥାଏ। ଏହା ଛଡା ଏହା ସ୍କିନ ପାଇଁ ମଧ୍ୟ ବହୁ ଉପକାରୀ ହୋଇଥାଏ ଏଥିରେ ଥିବା ପୋଷକ ତତ୍ତ୍ୱ ତ୍ୱଚାକୁ ସୁସ୍ଥ ରଖିଥାଏ।ତେବେ ଆପଣ ଆପଣଙ୍କର ବେକର କଳରଙ୍ଗ ଦୂର କରିବା ପାଇଁ ଏକ କଞ୍ଚା ଅମୃତଭଣ୍ଡାର ନିଅନ୍ତୁ। ଏହାର ଚୋପା ଛଡାଇ ଏହାକୁ ଛୋଟ ଛୋଟ ଖଣ୍ଡ କରି ଗ୍ରାଇଣ୍ଡିଂ କରି ନିଅନ୍ତୁ। ଏବେ ସେଥିରେ କିଛି ଗୋଲାପ ଜଳ ମିଶାଇ ବେକରେ ଲଗାନ୍ତୁ। ଏବଂ କିଛି ସମୟ ପରେ ଧୋଇ ଦିଅନ୍ତୁ।
୨. ଲେମ୍ବୁ ଓ ମହୁ:-ଲେମ୍ବୁରେ ଅନେକ ଔଷଧୀୟ ଗୁଣ ରହିଛି।ଏଥିରେ ସାଇଟ୍ରିକ୍ ଅମ୍ଳ, ଜାସ୍କୋନିକ୍ ଅମ୍ଳ, ମାଲିକ୍ ଅମ୍ଳ, ଫସ୍ଫରିକ୍ ଅମ୍ଳ, ଗ୍ଲୁକୋଜ୍ ଆଦି ରହିଛି। ତ୍ୱଚା ପାଇଁ ଲେମ୍ବୁ ରସ ଖୁବ୍ ଲାଭଦାୟକ ହୋଇଥାଏ। ମହୁ ମଧ୍ୟ ତ୍ବଚା ପାଇଁ ଖୁବ୍ ଉପକାରୀ ହୋଇଥାଏ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରରେ ରହିଥାଏ ଯାହା ତ୍ୱଚା ଓ କେଶକୁ ଆବଶ୍ୟକ ପରିମାଣରେ ପୋଷକତତ୍ୱ ଯୋଗାଇ ଥାଏ। ତେଣୁ ଆପଣ ଗୋଟିଏ ଲେମ୍ବୁର ରସରେ ଏକ ଏକ ଚାମଚ ମହୁ ମିଶାଇ ବେକରେ ଲଗାଇ ଏହା ଶୁଖି ଗଲା ପରେ ଧୋଇ ଦିଅନ୍ତୁ।
୩.ଆଲୋବେରା ଜେଲ୍‌:-ଆଲୋବେରା ମଧ୍ୟ ତ୍ଵଚା ପାଇଁ ଖୁବ୍ ଉପକାରୀ ଏଥିରେ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ଅଧିକ ଥିବାରୁ ସ୍କିନରେ ଥିବା କଳା ଦାଗକୁ ଦୂର କରିଥାଏ। ତେବେ ଆପଣ ପ୍ରତି ଦିନ ଆପଣଙ୍କ ବେକରେ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଆଲୋବେରା ଜେଲକୁ ଲଗାଇ ମସାଜ୍ କରନ୍ତୁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।