ସବୁ ସମୟ ଖବର ସାଥିରେ

Viral ଭିଡ଼ିଓ – ଶାଶୁ ବୋହୂ କଳି ଯୋଗୁଁ ୧୦ଫୁଟ୍ ତଳକୁ ଖସିଲା କାର୍ । ଆଉ ତାପରେ ଯାହା ଘଟିଲା ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ……

0 10

ଆଜିର ସମାଜରେ କେତେବେଳେ ଯେ କଣ ଘଟି ଯାଉଛି ତାହା ଶବ୍ଦରେ ପ୍ରକାଶ କରି ହେବ ନାହିଁ | ଆଜି କାଲି ସୋସିଆଲ ମିଡିଆରେ ସମାଜରେ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି | କେତେବେଳେ କୋଉଠି କଳି ଝଗଡା,ହତ୍ୟା, ଗଣ ଦୁଷ୍କର୍ମ ଓ ଚୋରି ଡକାୟତି ତ କେତେବେଳେ ପରକିଆ ପ୍ରୀତିକୁ ନେଇ ହେଇ ଯାଉଛି ହତ୍ୟା | ଆଜି ଆମେ ଏମିତି ଏକ ଖବର ବିଷୟରେ ଆପଣଙ୍କୁ ଜଣାଇବୁ ଯାହା ଶୁଣିଲେ ଆପଣ ବି ଥରେ ଚିନ୍ତା କରିବେ ଯେ କଣ ଏମିତି ମଧ୍ୟ ଝଗଡା ହୋଇଥାଏ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |

ଏହି ଘଟଣାଟି ଘଟିଛି କେନ୍ଦୁଝର ଆନନ୍ଦପୁର ଥାନା ଫକୀରପୁର ବାଲୁଙ୍କେଶ୍ୱର ଛକ ନିକଟରେ | ଡୁଡୁ ଗାଁର ଏହି ଏହି ପରିବାର ଦୁଇ ଦିନ ତଳେ ଏହି ଶିଶୁକନ୍ୟାକୁ ଘରକୁ ନେଉଥିବା ବେଳେ ବାଲୁଙ୍କେଶ୍ୱର ଛକ ନିକଟରେ ଏକ ଟାଟା ଏସି କାରକୁ ଧକା ଦେବାରୁ ଦୁର୍ଘଟଣାଟି ଘଟିଥିଲା | ଶାଶୁ ବୋହୂ କଳିରୁ ଆଜି ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି | ସୂଚନା ମୁତାବକ ଏହି କାର ଭିତରେ ଏହି ଶାଶୁ ବହୂ ଦୁଇଜଣ ବହୁତ ଜୋରରେ କଳି ଲଗାଇ ମାରପିଟ କରିବା ଆରମ୍ଭ କରି ଥିବାରୁ ତାଙ୍କ ସ୍ୱାମୀ କାରର ଭାରସାମ୍ୟ ହରାଇ କାରଟିକୁ ଏକ ଖାଲ ମଧ୍ୟରେ ଦୁର୍ଘଟଣା ଘଟଇଛନ୍ତି |

ଜଣା ପଡିଛି କି ନବ ଜାତ ଶିଶୁ କନ୍ୟାଟିକୁ ଘରକୁ ନେଇ ଯାଉ ଥିଲେ ପରିବାର | ହେଲେ ଏହି କାର ଭିତରେ ଝଗଡା ଆରମ୍ଭ ହୋଇ ଯାଇଥିଲା | ଦୁର୍ଘଟଣା କେବେ ଜାଣି ଶୁଣି ଆସେ ନାହିଁ | ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ ଯେ ଏହି ଶାଶୁ ବୋହୂ କେମିତି ଏହି ଦୁର୍ଘଟଣା ଘଟାଇଛନ୍ତି |

ଆପଣ ଏହି ଭିଡିଓ ଦେଖିଲେ ଆପଣଙ୍କର ଛାତି ଥରି ଉଠିବ | ଏହି କାର ଭିତରେ ତିନି ଦିନର ଏକ ଶିଶୁ କନ୍ୟା ଥିଲା ବେଳେ ଚାରି ବର୍ଷର ଏକ ପୁଅଟିଏ ମଧ୍ୟ ରହି ଥିଲା | କାରଟି ବହୁତ ଜୋରରେ ଖାଲକୁ ଖସି ପଡିଥିବାର ଦୃଶ୍ୟ ସେଠାକାର ଲୋକ ମାନଙ୍କ ଛାତି ଥରାଇ ଦେଇଥିଲା | ସେମାନେ ଭାବିଥିଲେ ଯେ କେହି ହୁଏ ତ ବଞ୍ଚି ନା ଥିବେ | ହେଲେ ଭଗବାନଙ୍କ କୃପାରୁ କାହାର କିଛି ବି କ୍ଷତି ହୋଇ ନା ଥିଲା | କେବଳ ଶାଶୁ ଜଣଙ୍କ ମୁଣ୍ଡଟି ଫାଟି ଯାଇଥିବା ବେଳେ ଅନ୍ୟ ସମସ୍ତେ ଠିକ ଥିଲେ |


ନବଜାତ ଶିଶୁକୁ ନେଇ ଘରକୁ ଫେରୁଥିବା ସମୟରେ କାର ଭିତରେ କୌଣସି କଥାକୁ ନେଇ ଝଗଡା ଆରମ୍ଭ ହୋଇ ଯାଇଥିଲା | ଏ ନେଇ ଯୁବକ ଜଣଙ୍କ ନିଜ ମାଆ ଓ ସ୍ତ୍ରୀଙ୍କୁ ବୁଝାଉଥିଲେ | ହେଲେ ପୁଅ କଥା ମାଆ କିମ୍ବା ସ୍ୱାମୀ କଥା ସ୍ତ୍ରୀ ଶୁଣୁ ମା ଥିଲେ | କିଛି ସମୟ ପରେ ଯୁବକ ଜଣକ ମାନସିକ ଭାରସାମ୍ୟ ହରାଇ ରାସ୍ତାର ଦଶ ଫୂଟ ତଳକୁ ଏକ ଖାଲରେ ଖସି ପଡିଥିଲା | ଖାଲରେ ଖସି ପଡିବା ପରେ ମଧ୍ୟ ଶାଶୁ ବୋହୁଙ୍କ କଳି ଥମି ନା ଥିଲା |

ଯୁବତୀ ଜଣଙ୍କ ଭୁଲି ଯାଇଥିଲେ ଯେ ତାଙ୍କର ତିନି ଦିନର ଶିଶୁ କନ୍ୟାଟିଏ ଅଛି ବୋଲି | ଏହା ମଧ୍ୟରେ ଶିଶୁଟିର ବାପା ଝିଅଟିକୁ ନେଇ ବାହାରକୁ ପଳେଇ ଆସିଥିଲେ | ଅନ୍ୟ ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ସମସ୍ତେ ସୁରକ୍ଷିତ ଥିବାର ଜଣା ପଡିଛି | ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବାର ଜଣା ପଡିଛିଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।