
ଫ୍ରିଜରେ ଏହି ୧୦ ଟି ଖାଦ୍ୟ ରଖି ଖାଇଲେ ହୋଇପାରେ କ୍ୟାନସର ଭଳି ସାଙ୍ଘାତିକ ରୋଗ ! ଜାଣି ରଖନ୍ତୁ କେଉଁ କେଉଁ ଖାଦ୍ୟ..
ଆମର ଆଧୁନିକ ଜୀବନ ଶୈଳୀରେ ଆମେ ସମସ୍ତେ ଫ୍ରିଜ ବ୍ୟବହାର କରିଥାଉ | ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ କେଉଁ କେଉଁ ଜିନିଷ ଆପଣ ଫ୍ରିଜରେ ରଖିବେ ଓ କେଉଁ ଜିନିଷ ଆପଣ ଫ୍ରିଜରେ ରଖିବା ଦ୍ୱାରା କ୍ୟାନ୍ସର ଭଳି ବିଭିନ୍ନ ମାରାତ୍ମକର ଶିକାର ହୋଇ ଯିବେ | ଏବଂ ଏହା ଆପଣଙ୍କୁ ଜାଣିବା ନିହାତି ଦରକାର | ତେବେ ଆସନ୍ତୁ ଜାଣି ନେବା ସେ ସମ୍ପର୍କରେ |
ସାଧାରଣତଃ ବଜାରରୁ ଆଣି ଥିବା ସବୁ ପରିବା ପତ୍ର ବା ଅନ୍ୟ କୌଣସି ଖାଇବା ଜିନିଷ ବହୁତ ଦିନ ଫ୍ରେସ ରହିବା ପାଇଁ ଫ୍ରିଜର ବ୍ୟବହାର କରି ଥାଉ | ଫ୍ରିଜରେ ଏହା ଅଧିକ ଦିନ ତାଜା ମଧ୍ୟ ରହି ଥାଏ | ତେବେ ଆପଣ ମାନେ ଏହି ବିଷୟରେ ମଧ୍ୟ ଜାଣି ରଖନ୍ତୁ ଯେ କିଛି ଜିନିଷ ବେଶୀ ଦିନ ଫ୍ରିଜରେ ରଖିଲେ ତାହା ଆମ ଶରୀର ପ୍ରତି ଖରାପ ହୋଇ ଥାଏ |
ପ୍ରଥମ ଜିନିଷ ହେଉଛି ଆପେଲ, ଏହାକୁ ବହୁତ ଫଳକୁ କିଣି ଆମେ ତାଜା ରଖିବା ପାଇଁ ଫ୍ରିଜରେ ରଖି ଥାଉ | କିନ୍ତୁ ଆପଣ ଜାଣିଛନ୍ତି କି ଫ୍ରିଜରେ କେବେ ବି ସେଓ ରଖିବା ଉଚିତ ନୁହେଁ | ଯଦି ଆପଣ ଏହାକୁ ଫ୍ରିଜରେ ରଖୁଛନ୍ତି ତାହେଲେ କାଗଜରେ ଗୁଡ଼ାଇ ରଖନ୍ତି | ଏବଂ ମଞ୍ଜି ଥିବା ଫଳ ଗୁଡିକୁ ଫ୍ରିଜରେ ରଖିବା ଉଚିତ ନୁହେଁ | ଏହି ଫଳ ସବୁ ଥଣ୍ଡାରେ ରହିଲେ ଏଥିରେ ଥିବା ଏଞ୍ଜାଇମ ସକ୍ରିୟ ହୋଇ ଥାଏ |
ଦ୍ୱିତୀୟଟି ହେଲା ବ୍ରେଡ,ଏହାକୁ ବାହାରେ ରଖିବା ଦ୍ୱାରା ଖରାପ ହୋଇ ଯିବା ଭୟରେ ଆମେ ଏହାକୁ ଫ୍ରିଜରେ ରଖି ଥାଉ | କିନ୍ତୁ ଆପଣ ମାନେ ଲକ୍ଷ୍ୟ କରିବେ ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଶୁଖି ଯାଇ ଥାଏ | ଏବଂ ଏହା ଖାଇବା ଦ୍ୱାରା ଆମ ଦେହ ଖରାପ ହେବାର ଆଶଙ୍କା ଥାଏ | ତେଣୁ ଏହାକୁ ଆପଣ ଫ୍ରିଜରେ ରଖନ୍ତୁ ନାହିଁ |
ତୃତୀୟଟି ହେଉଛି ମହୁ, ମହୁ ବାହାରେ ରହିଲେ ଖରାପ ହୋଇ ଯିବ ଭାବି କିଛି ଲୋକ ଫ୍ରିଜରେ ରଖି ଥାନ୍ତି କିନ୍ତୁ ଏହା ଫ୍ରିଜରେ ରଖିବା ଦ୍ୱାରା ଏଥିରେ ବଲ ଆକାରରେ ହୋଇ ଯାଇଥାଏ | ଯାହା ଦ୍ୱାରା ମହୁ ବହୁତ ଶୀଘ୍ର ଖରାପ ହୋଇ ଯାଇ ଥାଏ |
ଚତୁର୍ଥଟି ହେଉଛି ପିଆଜ | ପିଆଜକୁ ଫ୍ରିଜରେ ରଖିଲେ ଏହା ଅତି ଶୀଘ୍ର ଶୁଖି ଯାଇ ଥାଏ | ପଞ୍ଚମଟି ହେଲା ଆଳୁ, ଆଳୁକୁ ବେଶୀ ଦିନ ଫ୍ରିଜରେ ରଖିଲେ ଏହା ଖରାପ ହୋଇ ଯାଇଥାଏ | ତେଣୁ ଏହାକୁ ଆପଣ ମାନେ ବାହାରେ ରଖନ୍ତୁ | ଷଷ୍ଠଟି ହେଲା ଆଚାର | ଯେଉଁ ଆଚାରରେ ଭିନେଗାର ରହି ଥାଏ ସେଗୁଡିକୁ ସାଧାରଣ ତାପମାତ୍ରାରେ ରଖନ୍ତୁ | କାରଣ ଏହାକୁ ଫ୍ରିଜରର ରଖିଲେ ଏହା ଶୀଘ୍ର ଖରପ ହୋଇ ଯାଇଥାଏ |
ସପ୍ତମରେ ହେଉଛି କଦଳୀ | କଦଳୀକୁ ଯଦି ଆପଣ ଫ୍ରିଜରେ ରଖୁଛନ୍ତି ତାହେଲେ ରଖନ୍ତୁ ନାହିଁ | ଏଥିରୁ ଇଥାଇଲିନ ନାମକ ଗ୍ୟାସ ବାହାରି ଅନ୍ୟ ଜିନିଷକୁ ଖରାପ କରି ଥାଏ | ଏହାଛଡା କଖାରୁ, ରସୁଣ ଓ ଟମାଟୋକୁ ଫ୍ରିଜରେ ରଖି ଖାନ୍ତୁ ନାହିଁ | ନିୟୁଜଲାଣ୍ଡ ବିଶେଷଜ୍ଞଙ୍କ ମତରେ ଟମାଟୋକୁ ଫ୍ରିଜରେ ରଖି ଖାଇଲେ କର୍କଟ ହେବାର ସମ୍ଭାବନା ରହି ଥାଏ