ସବୁ ସମୟ ଖବର ସାଥିରେ

viral ଭିଡ଼ିଓ -ମୁଁ ଗର୍ଭବତୀ ମୋତେ ନ୍ୟାୟ ଦିଅ,ପ୍ରେମରେ ଧୋକା ଦେଲା ପ୍ରେମିକ ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 39

ଆଜିକାଲି ସମାଜରେ ଭଲ ପାଇ ଧୋକା ଦେବା ଏକ ସାଧାରଣ କଥା ହୋଇ ଗଲାଣି। ଦିନକୁ ଦିନ ପ୍ରେମ ନାରେ ଏମିତି କିଛି ଚିତ୍ର ସାମ୍ନାକୁ ଆସୁଛି ଯାହା ଖୁବ୍ ହୃଦୟ ବିଦାରକ। ବିବାହର ପ୍ରତିଶ୍ରୁତି ଦେଇ ଧୋକା ଦେବାର ଘଟଣା ସତେ ଯେମିତି ନିତି ଦିିନିଆ ହୋଇଗଲାଣି। ବିବାହର ପ୍ରତିଶ୍ରୁତି ଦେଇଧୋକା ଦେଲେ ଯୁବକ ଏମିତି ଘଟଣାଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ତେବେ ପୁଣି ଥରେ ସେମିତି ଏକ ପ୍ରେମ ଓ ଧୋକାର କରୁଣ ପରିସ୍ଥିତି ଦେଖିବାକୁ ମିଳୁଛି।

ଗର୍ଭରେ ପିଲାକୁ ଧରି ଧାରଣାରେ ମା। ନ୍ୟାୟ ଅପେକ୍ଷାରେ ଗର୍ଭବତୀ। କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଆନନ୍ଦପୁରର ଜଣେ ମହିଳା ନ୍ୟାୟ ଦାବିରେ ଥାନାରେ ଉପସ୍ଥିତ ହୋଇ ଛନ୍ତି। ତାଙ୍କର ଅଭିଯୋଗ ହେଉଛି ଜଣେ ଯୁବକ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରି ଚାଲିଛି।

ମହିଳା ଜଣକ ଦିଲ୍ଲୀପ ବେହେରା ନାମକ ଏକ ଯୁବକଙ୍କୁ ପ୍ରେମ କରୁଥିଲେ। ଏଥି ସହିତ ଏହି ମହିଳା ଜଣକ ଉକ୍ତ ଯୁବକଙ୍କ ସହ ଦୁଇ ବର୍ଷ ଧରି ରିଲେସନରେ ରହିଥିଲେ। ତେବେ ସିଏ ଏହି ଗୋଟେ ମାସ ଧରି ଘରକୁ ଆସିଛନ୍ତି। ତେବେ ମହିଳାଙ୍କ ପ୍ରେମିକ ଦିଲ୍ଲୀପ ତାଙ୍କର କୌଣସି କଥାକୁ ଶୁଣୁ ନଥିବାର ଯୁବତୀ ଜଣକ କହିଛନ୍ତି। ବିବାହ କରିବା କଥା କହିବାରୁ ମହିଳାଙ୍କୁ ବିଭିନ୍ନ କଥା କହି ଠକି ଚାଲିଛନ୍ତି।

ସଂପୃକ୍ତ ମହିଳାଙ୍କ ଅଭିଯୋଗ କ୍ରମେ ସେ ନିଜ ବିବାହିତ ସ୍ବାମୀଙ୍କୁ ଦୁଇ ବର୍ଷ ପୂର୍ବେ ଛାଡପତ୍ର ଦେଇ ସେ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବନିଆପଶି ଗ୍ରାମର ଦିଲ୍ଲୀପ ବେହେରା ନାମକ ଏକ ଯୁବକଙ୍କୁ ପ୍ରେମ କରି ତାଙ୍କ ସହିତ ଚାଲି ଯାଇଥିଲେ। ସେମାନେ ଦୁହେଁ ଯାଇ ବାଙ୍ଗୁଲୁରୁର ଏକ ଭଡ଼ା ଘରେ ରହୁଥିଲୁ। ଯୁବକ ଜଣକ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେବା ପରେ ଏମାନଙ୍କ ମଧ୍ୟରେ ଶାରୀରିକ ସଂପର୍କ ଗଢ଼ି ଉଠିଥିଲା।


କିଛିଦିନ ତଳେ ଦିଲ୍ଲୀପ ବେଙ୍ଗାଲୁରୁରୁ ନିଜ ଘରକୁ ଆସିବା ପରେ ସଂପୃକ୍ତ ମହିଳାଙ୍କ ସହିତ ସମ୍ପର୍କ ଛିନ୍ନ କରି ଦେଇଥିଲେ। ଏହା ପରେ ମହିଳା ଜଣକ ତିନି ଦିନ ତଳେ ଆସି ଉକ୍ତ ଯୁବକଙ୍କୁ ଦେଖା କରିଥିଲେ। ତେବେ ବିବାହ କରିବା ପାଇଁ ମହିଳା ଜଣକ ଜିଦ୍ କରିବାରୁ ତାଙ୍କୁ ଆକ୍ରମଣ କରି ଥିବାର ନେଇ ଦିଲ୍ଲୀପଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ମହିଳା।

ତେବେ ମହିଳା ଜଣକ ବର୍ତ୍ତମାନ ଏକ ମାସର ଗର୍ଭବତୀ ଥିବାର ସେ କହିଛନ୍ତି। ଏଥି ସହିତ ମହିଳାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ମହିଳାଙ୍କ ଅଭିଯୋଗ କ୍ରମେ ଉକ୍ତ ଯୁବକ ସମୃକ୍ତ ମହିଳାଙ୍କୁ ବିବାହ କରନ୍ତୁ। ଏଥି ନିମନ୍ତେ ନ୍ୟାୟ ଦାବିରେ ଦିଲ୍ଲୀପଙ୍କ ନାରେ ମହିଳା ଥାନାରେ ଲିଖି ଅଭିଯୋଗ କରିଛନ୍ତି। ଏଥି ସହିତ ମହିଳାଙ୍କ ଆକୁଳ ନିବେଦନକୁ ଅତି ଗୁରୁତର ସହିତ ନେଇଛନ୍ତି ରାମଚନ୍ଦ୍ରପୁର ପୋଲିସ ଅଧିକାରୀ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।