ସବୁ ସମୟ ଖବର ସାଥିରେ

ସାଧୁବାଣି – ରାସ୍ତା ଉପରେ ପଡ଼ିଥିବା ପଇସା କେବେ ପାଇଛନ୍ତି କି, ଏହାର ରହିଛି ଏକ ମହତ୍ତ୍ଵପୂର୍ଣ୍ଣ ରହସ୍ୟ ଜାଣନ୍ତୁ କଣ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ..

0 134

ଭଗବାନଙ୍କ ଏ ସୃଷ୍ଟି ଖୁବ୍ ବିଚିତ୍ର। ଭଗବାନଙ୍କ ଏହି ବିଚିତ୍ରସୃଷ୍ଟି ନୀତି ନିୟମରେ ବନ୍ଧା। ଯାହାକୁ ପାଳନ କରିବା ଦ୍ୱାରା ବ୍ୟକ୍ତିର ଖୁବ୍ ମଙ୍ଗଳ ହୋଇଥାଏ। ତେବେ ଆମେ ରାସ୍ତାରେ ଯାଉଥିବା ସମୟରେ ବେଳେ କିଛି ନା କିଛି ଜିନିଷ ଆମକୁ ମିଳିଥାଏ। ଏହି ଜିନିଷ ଗୁଡ଼ିକ ମଧ୍ୟରୁ ଆମକୁ ବେଳେବେଳେ ଟଙ୍କା ମିଳିଥାଏ।କେତେଥର ଆମକୁ ନୋଟ ମିଳିଥାଏ ତ କେତେ ଥର ଆମକୁ କଏନ ମିଳିଥାଏ।

ତେବେ ଆମ ଶାସ୍ତ୍ର ଅନୁଯାୟୀ ରାସ୍ତାରେ ପଡ଼ିଥିବା ଟଙ୍କାର ସମ୍ବନ୍ଧ ଆଧ୍ୟାତ୍ମିକତା ସହ ଯୋଡ଼ି ହୋଇ ରହିଛି। ରାସ୍ତାରୁ ମିଳିଥିବା ଟଙ୍କା ଆମକୁ କିଛି ସୂଚନା ଦେଇଥାଏ। ତେବେ ଆଜି ଆମେ ଜାଣିବା ରାସ୍ତାରେ ପାଇଥିବା ଟଙ୍କା କି ସଂକେତ ଦେଇଥାଏ ଏବଂ ଏହା ଘରକୁ ନେବା ଶୁଭ କି ଅଶୁଭ ଏଥି ସହିତ ଏହି ଟଙ୍କାକୁ ଖର୍ଚ୍ଚ କରିବା ଉଚିତ୍ କି ନୁହେଁ। ସେ ସବୁ ବିଷୟରେ ଆମେ ଆଜି ଆପଣଙ୍କୁ ଜଣାଇବୁ।

ରାସ୍ତାରେ ମିଳିଥିବା ଟଙ୍କା ଆମକୁ ଶୁଭ ସଂକେତ ଦେଇଥାଏ। କୁହାଯାଇଥାଏ କି ଯଦି ଅମକୁ ରାସ୍ତାରୁ ଟଙ୍କା ମିଳିଥାଏ ତେବେ ଆମକୁ ଆମ ପୂର୍ବପୁରୁଷ ମାନଙ୍କ ଆଶ୍ରିବାଦ ଆଶୀର୍ବାଦ ମିଳିଥାଏ।

ଯଦି ଆପଣ ପଡ଼ିଥିବା ଟଙ୍କାକୁ ଛାଡ଼ି ଦିଅନ୍ତି ତେବେ ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ।ରାସ୍ତାରୁ ପାଇଥିବା ଏହି ଟଙ୍କା ପଇସା ଆପଣଙ୍କ ଉନ୍ନତିର କାରଣ ମଧ୍ୟ ହୋଇଥାଏ। ଆପଣ ରାସ୍ତାରୁ ପାଇଥିବା ଟଙ୍କାକୁ ସାଇତି ରଖିବା ଉଚିତ୍।ଏବଂ ଘରେ ରହିଥିବା ଟଙ୍କା ଠୁ ପାଇଥିବା ଟଙ୍କାକୁ ଅଲଗା ଭାବେ ସାଇତି ରଖିବା ଉଚିତ୍।

ପଇସା ମିଳିବା ସମୟରେ ଆପଣଙ୍କ ମନରେ କେଉଁ କେଉଁ ବିଚାର ଚାଲିଛି ତାହା ବହୁତ ମହତ୍ତ୍ଵପୂର୍ଣ୍ଣ ହୋଇଥାଏ।କାରଣ ଏହି ଧନ ରାଶିର ମିଳିବା ଆପଣଙ୍କୁ ସଂକେତ ଦେଇଥାଏ କି ଆଗକୁ ଆପଣଙ୍କୁ କେଉଁ ଦିଗରେ ବଢିବାର ଅଛି।

ଯଦି ଆପଣ ରାସ୍ତାରୁ କଏନ ମିଳିଥାଏ ତେବେ ଆପଣଙ୍କୁ ଆପଣଙ୍କ ପୂର୍ବପୁରୁଷ ମନେ ପକାଇଥାନ୍ତି। ଯଦି ରାସ୍ତାରେ ଯାଉଥିବା ସମୟରେ ଆପଣଙ୍କୁ ନୋଟ ମିଳିଥାଏ ତାହେଲେ ଏହାର ଅର୍ଥ ଆପଣଙ୍କ ମନରେ ବିଚାର ରହିଛି।

ଯେଉଁ କାରଣରୁ ଆପଣ ମାନସିକ ଚାପ ଓ ସମସ୍ୟାର ଅନୁଭବ କରୁଛନ୍ତି।ନୋଟ ମିଳିବ ସୂଚନା ଦିଏ କି ଆପଣକୁ ନିଜ ଅନ୍ତର ଆତ୍ମାର କଥା ଶୁଣିବା ଉଚିତ।ଏହି ନୋଟ ଯୋଗେ ଆପଣଙ୍କ ପିତୃ ଲୋକ ଆପଣଙ୍କୁ ଠିକ ମାର୍ଗରେ ଯିବାର ସନ୍ଦେଶ ଦେଇଥାନ୍ତି।

ଯଦି ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଓ ଆପଣଙ୍କୁ ଟଙ୍କା ମିଳିଯାଏ ତେବେ ଆପଣଙ୍କୁ ନିଜ କାର୍ଯ୍ୟରେ ସଫଳତା ମିଳିବାର ସଂକେତ ମିଳିଥାଏ।ଯଦି କୌଣସି କାରଣ ବଶତଃ ଆପଣଙ୍କ କାମ ଅଟକି ଯାଏ ତେବେ ବହୁତ ଶୀଘ୍ର ସେହି କାର୍ଯ୍ୟ ପୂରଣ ହେବ।ଯଦି ବାହାର ସ୍ଥାନରୁ ଘରକୁ ଆସୁଥିବା ସମୟରେ ଟଙ୍କା ମିଳେତେବେ ଆପଣକୁ ଆର୍ଥିକ ଲାଭ ହେବାର ସଂକେତ ମିଳିଥାଏ।ଏହି ସବୁ ଟଙ୍କାକୁ ଖର୍ଚ୍ଚ କରିବା ଏବଂ ଦାନ କରିବା ଉଚିତ ହୋଇ ନଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।