
ଯୋନିରେ ସଂକ୍ରମଣ ( Vaginal Infection )ହେଲେ କେମିତି କରିବେ ଉପଚାର? Dr. Srilata purunaik
ଆଜିକାଲି ବଜାରରେ ବହୁତ ଗୁଡିଏ ଏବଂ ବିଭିନ୍ନ କମ୍ପାନୀର ଯେନିଟାଲ ହାଇଜିନକୁ ମେନଟେନ କରିବା ପାଇଁ ବହୁତ ପ୍ରକାରର ପ୍ରଡକ୍ଟ ମିଳୁଛି | ଯୋଉଁଟା କି କେତେକାଂଶରେ ଲୋକ ମାନଙ୍କର ବିଭିନ୍ନ ରୋଗ ସୃଷ୍ଟି କରୁଛି |ଏବେ ଅଧିକାଂଶ ଲୋକ ମହିଳାଙ୍କ କ୍ଷେତ୍ରରେ ଏହି ଅସୁବିଧା ଦେଖିବାକୁ ମିଳୁଛି | ତେଣୁ ଆପଣ ମାନେ ସତର୍କତାର ଶହ ଏହାକୁ ଗ୍ରହଣ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ନ ହେଲେ ଏହା ଭବିଷ୍ୟତରେ କ୍ଷତିକାରକ ହୋଇପାରେ | ତ ଆଜି ଆମେ ଆପଣଙ୍କୁ ବତେଇବୁ କି କେମିତି ଆପଣ ଭାଜିନାକୁ ସଫା ରଖିବେ ଓ କେମିତି ହାଇଜିନକୁ ଗୁରୁତ୍ୱ ଦେବେ |
କାରଣ :-ଯଦି ଆପଣଙ୍କୁ ଜଣା ପଡୁଛି କି ଆପଣଙ୍କର ଅଧିକ ଡିସ୍ଚାର୍ଜ ହେଉଛି ବା ଭେଜିନା କୁଣ୍ଡାଇ ହଉଛି ତାହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ | ଯଦି ଆପଣଙ୍କର ଡାଇବେଟିସ ରହୁଛି ତାହେଲେ ଆପଣଙ୍କୁ ଟେଷ୍ଟ କରିବାକୁ ପଡିବ | କାରଣ ଡାଇବେଟିସରେ ଇନଫେକ୍ସନ ବେଶୀ ହେବାର ଚାନ୍ସ ରହିଥାଏ | ଯଦି ଆପଣଙ୍କର ବାକଟେରିଆଲ ଇନଫେକ୍ସନ ହୋଇଥାଏ ତାହେଲେ ମେଟ୍ରୋନିଡ଼ାଯ଼ୋଲ ଟାବଲେଟ ଏବଂ ଫୋଙ୍ଗଲ ଇନଫେକ୍ସନ ହେଲେ ଫ୍ଲୁକନାଜ଼ଲ ଟାବଲେଟ ଖାଇବା ପାଇଁ ଦିଆ ଯାଇଥାଏ | ଯଦି କୌଣସି ମହିଳା ଗର୍ଭବତୀ ଥାନ୍ତି ତାଙ୍କୁ ଏହି ମେଡ଼ିସିନ ଦିଆ ଯାଇ ନା ଥାଏ | ସେମାନଙ୍କୁ ଭେଯାଇନା ପେସେରୀ ମେଡ଼ିସିନ ଦିଆ ଯାଇଥାଏ | ଏହି ସବୁ ମେଡ଼ିସିନ ତିନିରୁ ପାଞ୍ଚ ଦିନ ଖାଇଲେ ଭଲ ହୋଇଯାଇଥାଏ |
ଚିକିତ୍ସା :-ଏହା ଛଡା ଆପଣଙ୍କୁ ସବୁବେଳେ ନିଜ ଭାଜିନାକୁ ସଫା ଏବଂ ହାଇଜିନ ରଖିବା ପାଇଁ ଚେଷ୍ଟା କରିବେ | ନିଜର ଅଂଡରଓୟାରକୁ ଚେଷ୍ଟା କରିବେ ଗରମ ପାଣିରେ ଧୋଇ ସଫା ରଖିବାକୁ ଏବଂ ଭଲ ଭାବେ ଶୁଖିଗଲା ପରେ ଏହାକୁ ବ୍ୟବହାର କରିବେ | କାରଣ ଅପରିଷ୍କାର ଅଂଡରଓୟାରକୁ ପିନ୍ଧିଲେ ଇନଫେକ୍ସନ ବେଶୀ ମାତ୍ରାରେ ହୋଇ ଥାଏ | ବିଶେଷ କରି ନିଜର ପିରିୟଡ଼ସ ସମୟରେ ବେଶୀ ହାଇଜିନ ମେଣ୍ଟେନ କରିବେ | ଭାଜିନାରେ କେବେ ମଧ୍ୟ ସାଧାରଣ ସାବୁନ ବା କୌଣସି ଭେଜାଇନାଲ ୱାଶ ବ୍ୟବହାର କରିବେ ନାହିଁ ଏବଂ ଏହି ଜାଗାଟିକୁ ସଫା ଓ ଶୁଖିଲା ରଖିବା ପାଇଁ ଚେଷ୍ଟା କରିବେ |
ଯଦି ଆପଣ କଂସିଭ କରିବା ପାଇଁ ଚାହୁଁଛନ୍ତି ବା ପ୍ରେଗନାଣ୍ଟ ଅଛନ୍ତି ତାହେଲେ ନିହାତି ଭାବରେ ଡକ୍ତରଙ୍କ ପରାମର୍ଶରେ ମେଡ଼ିସିନ ଖାନ୍ତୁ କାରଣ ବିଭିନ୍ନ ମେଡ଼ିସିନ ଥାଏ ଯୋଉଁଗୁଡ଼ାକ ପ୍ରେଗନାଣସି ସମୟରେ ଦିଆ ଯାଇନାହିଁ | ଭେଜାଇନାଲ ହେଲଥକୁ ମେଣ୍ଟେନ ରଖିବା ପାଇଁ ଆପଣଙ୍କୁ ପ୍ରଚୁର ପାଣି ଓ ଘୋଳ ଦହି ପିଇବା ଉଚିତ| ଏହା ପିଇବା ଦ୍ୱାରା ଲକ୍ଟୋବାସିଲିଆ ନାମକ ବେକଟେରିଆ ଭାଜିନାକୁ ଠିକ ରଖିଥାଏ
ସତର୍କତା :-ନିଜର ଅଂଡରଓୟାରକୁସବୁବେଳେ ସଫା ରଖିବା ସହିତ ପିରିୟଡ଼ସ ସମୟରେ ଅଧିକ ହାଇଜିନ ମେଣ୍ଟେନ କରିବେ |ଇନଫେକ୍ସନ ସମୟରେ ସୂତା କପଡା ପିନ୍ଧିବେ | ନିଜର ଇଣ୍ଟର କୋର୍ସ ପରେ ପରିସ୍ରା ଯିବା ସହ ଭେଜାଇନାଲ ଏରିଆକୁ ସଫା କରିବେ | ଆପଣଙ୍କର ଭାଜିନାରେ ଯାହା ବି ଅସୁବିଧା ହେଲେ ଦୋକାନରୁ ମେଡ଼ିସିନ ନା ଖାଇ ଡାକ୍ତରଙ୍କ ପରାମର୍ଶରେ ମେଡ଼ିସିନ ଖାନ୍ତୁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।