
Jyotisha Shastra -କେଉଁ ମାସରେ ଘର ତିଆରି କଲେ ହୁଏ ( ଧନର ବର୍ଷା ) – ନହେଲେ ସର୍ବନାଶ,ଜଣାନ୍ତୁ…
ଘର କରିବାର ସ୍ବପ୍ନ ପ୍ରାୟ ସମସ୍ତଙ୍କ ମନରେ ରହି ଥଏ | ହେଲେ ଏହି ଘର କରିବାର ପଦ୍ଧତି ଯଦି ଠିକ ଣା ହୋଇ ଥାଏ ତାହେଲେ ଘର ହୋଇ ଗଲା ପରେ ବିଭିନ୍ନ ପ୍ରକାର ବାସ୍ତୁ ଦୋଷ ଦେଖା ଦେଇ ଥାଏ | ଯାହା କାରଣରୁ ଘରେ ନାନା ଅସୁବିଧା ଓ ଅଚାନକ ଦୁର୍ଘଟଣା ଦେଖା ଦେଇ ଥାଏ |ତେଣୁ ଏହା ପାଇଁ ଏକ ନିର୍ଦିଷ୍ଟ ସମୟ ରହିଥାଏ | ଏହି ସମୟ ମଧ୍ୟରେ ଆପଣ ଘର କଲେ ଘରେ ଧନ ସମ୍ପତ୍ତି ବୃଦ୍ଧି ହେବା ସହିତ ସୁଖ ସମୃଦ୍ଧି ବୃଦ୍ଧି ହୋଇ ଥାଏ | ଘର ଗୋଟିଏ ଏମିତି ଜିନିଷ ଯଦି ଏହା ଆପଣ ଠିକ ସମୟରେ ଣା କରୁଛନ୍ତି ତାହେଲେ ଅନର୍ଥ ହୋଇଥାଏ | ବହୁତ ଲୋକ ଙ୍କର ଘର ମଧ୍ୟ ଅଧାରୁ ଅଟକି ଯାଇଥାଏ ଏବଂ ନିଜର ସ୍ୱପ୍ନର ଘର ତୋଳିବାରେ ସେମାନେ ଅସମର୍ଥ ହୋଇଥାନ୍ତି |
ଆଗ କାଳରେ ଲୋକ ମାନେ ଘର କରିବା ପାଇଁ କୌଣସି ବାସ୍ତୁ ବା ଜ୍ୟୋତିଷ୍କଙ୍କୁ ନ ପଚାରି ନିଜ ଇଚ୍ଛାରେ କରୁଥିଲେ | ହେଲେ ଏବେ ସମସ୍ତେ ବାସ୍ତୁ ଶାସ୍ତ୍ର ଅନୁସାରେ ଘର କରୁଛନ୍ତି | ଘର କରିବା ପାଇଁ କିଛି ମାସ ବହୁତ ଶୁଭ ହୋଇଥାଏ | ଯଦି ଆପଣ ଏହି ମାସ ଗୁଡିକ ବିଷୟରେ ଜାଣି ରଖିବେ ତାହେଲେ ଆପଣଙ୍କୁ କାହାକୁ ପଚାରିବାର ଦରକାର ପଡିବ ନାହିଁ |
ଆଜି ଆମେ ଏହି ଭିଡିଓରେ ଏହି ମାସ ଗୁଡିକ ବିଷୟରେ ଆଲୋଚନା କରିବାକୁ ଯାଉଛୁ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |ଘର କରିବା ପାଇଁ ସବୁଠାରୁ ଶୁଭ ହୋଇଥାଏ ମୁଖ୍ୟଦ୍ୱାର | ଘରର ମୁଖ୍ୟଦ୍ୱାର ଠିକ ଦିଗକୁ ରହିଲେ ଏହା ସୁଖ ସମୃଦ୍ଧି ବଢ଼ାଇଥାଏ | ପୂର୍ଵ ବା ଉତ୍ତର ଦିଗକୁ ଘରର ମୁଖ୍ୟ ଦ୍ୱାର ରଖିଲେ ଶୁଭ ହୋଇଥାଏ |
ଯଦି ଆପଣ ବୈଶାଖ ମାସ ଘର ଆରମ୍ଭ କରିବାକୁ ଯାଉଛନ୍ତି ତାହେଲେ ଏହା ବହୁତ ଶୁଭ ଦାୟକ ହୋଇଥାଏ | ଏହି ମାସରେ ଘର କଲେ ଧନରତ୍ନର ଲାଭ ସହିତ ଉନ୍ନତି ମଧ୍ୟ ହୋଇଥାଏ | ଯଦି ଆପଣ ମାନେ ଜ୍ୟେଷ୍ଠ ମାସରେ ଘର କରୁଛନ୍ତି ତାହେଲେ ଗୃହକର୍ତ୍ତାଙ୍କର ମୃତ୍ୟୁ କାର୍ଯ୍ୟରେ ବାଧା ହେବ ଏବଂ ତା ସହିତ ଘର ଅଧାରେ ଅଟକି ଯିବାର ସମ୍ଭାବନା ରହିଥାଏ | ସେଥି ପାଇଁ ଭୁଲରେ ମଧ୍ୟ ଜ୍ୟେଷ୍ଠ୍ ମାସରେ ଘର ଆରମ୍ଭ କରନ୍ତୁ ନାହିଁ | ଆଷାଢ଼ ମାସ ଘର କଲେ ଧନ ପ୍ରାପ୍ତି ସହ ଗୃହପାଳିତ ପଶୁ ମାନଙ୍କର ବୃଦ୍ଧି ହେବ | ଶ୍ରାବଣ ମାସରେ ଘର ଆରମ୍ଭ କଲେ ସବୁ କାର୍ଯ୍ୟରେ ଆପଣ ସିଦ୍ଧି କରି ପାରିବେ |
ଭାଦ୍ର ମାସରେ ଘର କଲେ ସବୁ କାର୍ଯ୍ୟ ସଫଳ ହୋଇଥାଏ | ଆଶ୍ୱିନ ମାସରେ ଘର କଲେ ରୋଗବୃଦ୍ଧି ହୋଇଥାଏ | କାର୍ତିକ ମାସରେ ଘର କଲେ ଘରେ ଚୋରି ହେବାର ସମ୍ଭାବନା ରହିଥାଏ | ମାର୍ଗଶିର ମାସରେ ଘର କଲେ ଧନଧାନ୍ୟ ପୂରି ଉଠିଥାଏ କାରଣ ଏହା ହେଉଛି ମାଆ ଲକ୍ଷ୍ମୀଙ୍କ ମାସ | ଏହି ମାସରେ ଆପଣ ନିଶ୍ଚୟ ଘର ତିଆରି କରି ପାରିବେ | ପୌଷ ମାସରେ ଘର କଲେ ମଧ୍ୟ ଚୋରି ହୋଇଥାଏ | ମାଘ ମାସରେ ଘର କଲେ ସୁବର୍ଣ୍ଣ ଅଳଙ୍କାର ବୃଦ୍ଧି ହୋଇଥାଏ | ଫାଲ୍ଗୁନ ମାସରେ ଆପଣ ଘର କଲେ ସୁବର୍ଣ୍ଣ ଓ ଧନର ଲାଭ ହୋଇଥାଏ | ଚୈତ୍ର ମାସରେ ଘର କଲେ ଆପଣ ଦୁଃଖ ଓ କଷ୍ଟରେ ରହିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।