
ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ ! 5 ଦିନ ହେଲା ବାପ ଝିଅ ଏହି ଟ୍ରକ ଭିତରେ ଜୀବନ କାଟୁଛନ୍ତି….ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ
ଓଡ଼ିଶାରେ ବିଭିନ୍ନ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇ ଥିବା ବେଳେ ବିଭିନ୍ନ ସ୍ଥାନରେ ବହୁତ ଧନ ଜୀବନ ନଷ୍ଟ ହେଲାଣି | ଲୋକ ମାନେ ଭୋକ ଉପାସରେ ଦିନ କାଟୁଥିବା ବେଳେ ବହୁତ ଅସୁବିଧାର ସମ୍ମୁଖୀନ ହେଉ ଥିବାର ଭିଡିଓ ଆମର ଗଣ ପ୍ରତିନିଧି ମାନଙ୍କ ଦ୍ୱାରା ଆମେ ଏହାର ଭିଜୁଆଲ ସୋସିଆଲ ମିଡିଆରେ ଦେଖିବାକୁ ପାଉ ଅଛୁ | ଲୋକ ମାନେ ଗୋଟିଏ ଅଳିର ଖାଦ୍ୟ ମଧ୍ୟ ଠିକ ସେ ପାଉ ନାହାନ୍ତି |ଏହି ଥର ଓଡିଶାରେ ଏକ ଭୟଙ୍କର ବନ୍ୟା ଆସିଥିବାର କୁହା ଯାଉଛି |
ସରକାରଙ୍କ ତରଫରୁ ଖାଦ୍ୟ ଉପଦ୍ରବ ସହିତ ରହିବା ପାଇଁ ବିଭିନ୍ନ ଆସବା ପତ୍ର ଯୋଗାଇ ଦିଆ ଯାଉଛି | ଚୁଡା, ଗୁଡ, ଚାଉଳ, ଚିନି ଇତ୍ୟାଦି ବିଭିନ୍ନ ଖାଦ୍ୟ ଲୋକ ମାନଙ୍କୁ ଦିଆ ଯାଉଛି | ଗୃହ ପାଳିତ ପଶୁ ମାନଙ୍କ ପାଇଁ ଖାଦ୍ୟ ଏବଂ ଚୋକ ଡ଼ ପ୍ରଦାନ କରା ଯାଉଛି |ବିଭିନ୍ନ ସ୍ଥାନରେ ଲୋକ ମାନେ ବହୁତ ହଇରାଣ ହରକତ ହେଉ ଅଛନ୍ତି| ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ ଜଣାଇବୁ ଯାହା ଦେଖିଲେ ଆପଣ ମଧ୍ୟ ଜାଣି ପାରିବେ ଏହି ବନ୍ୟା ପାଇଁ ଲୋକ ମାନେ କେତେ କ୍ଷତି ଗ୍ରସ୍ତ ହୋଇଛନ୍ତି | ଆସନ୍ତୁ ଜାଣିବା ସେ ବିଷୟରେ |
ଜଣେ ବ୍ୟକ୍ତି ନିଜ ପରିବାର ସହିତ ପାଞ୍ଚ ଦିନ ହେଲାଣି ଟ୍ରକ ଭିତରେ ଜୀବନ ଯାପନ କରୁ ଅଛନ୍ତି | କାରଣ ଏହି ବନ୍ୟାରେ ତାଙ୍କର ଘର ବୁଡି ରହିଛି | ଏମିତି ଏକ ଅଭାବନୀୟ ଘାଟଣା ଦେଖିବାକୁ ମିଳିଛି ବାଲି ପାଟଣା ବ୍ଲକ ଅନ୍ତର୍ଗତ ରାଜସ୍ବ ପଂଚାୟତ ଗୋରିଆ ଗ୍ରାମରେ | ଏହି ଗାଁଟି ପାଞ୍ଚ ଦିନ ହେଲା ଜଳରେ ବୁଡି ରହିଛି ଏବଂ ସମସ୍ତ ଘରେ ପାଣି ପଶି ରହିଛି |
ଏକ ଭିଡିଓରେ ଦେଖିବାକୁ ମିଳୁଛିଙ୍କି ଏକ ଘର ସମ୍ପୂର୍ଣ ରୂପେ ପାଣି ଭିତରେ ବୁଡି ରହିଛି | ସେଥିରେ ଥିବା ପରିବାର ଆସି ଏକ ଟ୍ରକ ଭିତରେ ରହୁଛନ୍ତି | ଘରେ ଥିବା ସମସ୍ତ ଜିନିଷ ପତ୍ର ସହ ମଧ୍ୟ ଟ୍ରକ ଭିତରେ ରଖିଛନ୍ତି |
ଦିନ ରାତି ଏହି ଟ୍ରକ ଭିତରେ କଟାଉଥିଲା ବେଳେ ଖାଇବା ପିଇବା ମଧ୍ୟ ଏହା ଭିତରେ କରୁଛନ୍ତି | ଏହି ବ୍ୟକ୍ତିଙ୍କ ନାମ ହେଉଛି ସନ୍ତୋଷ କୁମାର ସାହୁ | ପ୍ରତ୍ୟେକ ଥର ବନ୍ୟାରେ ଧନିଆ ନଦୀ ଦ୍ୱାରା ପ୍ରଥମେ ଗୋରିଆ ଗାଁଟି ପ୍ରଭାବିତ ହେଇଥାଏ ବୋଲି କହିଛନ୍ତି | ପାଞ୍ଚ ଦିନ ହେଲା ଶୁଖିଲା ଖାଦ୍ୟ ଖାଇ ରହୁଥିଲା ବେଳେ ପାଖ ଗାଁରେ ଗଲେ ରନ୍ଧା ଖାଦ୍ୟ ମିଳିଥାଏ ଏବଂ ପ୍ରଶାସନ ପକ୍ଷରୁ ମାତ୍ର ଦୁଇ ଦିନ ରନ୍ଧା ଖାଦ୍ୟ ପାଇ ଥିଲେ | ପାଣି ଆଣିବା ପାଇଁ ବହୁତ ଦୁରକୁ ଯିବାକୁ ପଡୁଛି |
ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ କଲେ ସେ ପୁଣି ଏକ ଘର ତିଆରି କରିବାରେ ସକ୍ଷମ ହେବେ ବୋଲି କହିଛନ୍ତି | ପ୍ରତ୍ୟେକ ଚାରି ପାଞ୍ଚ ବର୍ଷକୁ ସେଠାରେ ବନ୍ୟା ଦ୍ୱାରା ବହୁତ କ୍ଷତି ହୋଇଥାଏ | କିନ୍ତୁ ଏହି ବର୍ଷ ବେଶୀ ମାତ୍ରାରେ କ୍ଷତି ହୋଇଛି ବୋଲି କହିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।