
ଦେଖନ୍ତୁ live ଭିଡ଼ିଓ – ହେ ଭଗବାନ ଭୟଙ୍କର ହୋଇ ଆସୁଛି ବର୍ଷା..ଆଜି ରାତିରେ ବାତ୍ୟା ରୂପ.. ଭିଡିଓ ଦେଖିଲେ ଛାତି ଥରି ଉଠିବ…
କିଛି ଦିନ ପୂର୍ବରୁ ଓଡ଼ିଶାରେ ଲଘୁଚାପ ଯୋଗୁଁ ପ୍ରବଳ ବୃଷ୍ଟିପାତ ଯୋଗୁଁ ଲୋକ ମାନେ ବହୁତ ହଇରାଣ ହେବାର ଦେଖା ଯାଇଥିଲା | ପୁଣି ଥରେ ୧୯ ତାରିଖ ଠାରୁ ଲଘୁଚାପ ହେବାର ସମ୍ଭାବନା ପାଣି ପାଗ ପକ୍ଷରୁ ନିର୍ଦେଶ ଦିଆ ଯାଇଥିଲା | ଭାରତରେ ଏବେ ଅଧିକାଂଶ ସ୍ଥାନରେ ପ୍ରବଳ ବୃଷ୍ଟିପାତ ହେଉଛି | ପାଣିପାଗ ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ରେଡ ଏଲର୍ଟ ତ କୋଉଁ ରାଜ୍ୟକୁ ଅରେଞ୍ଜ ଏଲର୍ଟ ଜାରି କରା ଯାଉଛି
ମୌସୁମୀର ପ୍ରଭାବରେ ଦେଶର ଅଧିକାଂଶ ସ୍ଥାନରେ ପ୍ରବଳରୁ ପ୍ରବଳ ବୃଷ୍ଟିପାତ ହେଉ ଅଛି | ଏହି ବର୍ଷା ଅତି ଜୋରରେ ହେଲାରୁ କେତେକ ରାଜ୍ୟରେ ବନ୍ୟାର ପ୍ରକୋପ ଦେଖା ଯାଉ ଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ବନ୍ୟାର ଆଶଙ୍କା କରା ଯାଉଛି | ଏଥି ଲାଗି ସରକାରଙ୍କ ତରଫରୁ ଲୋକ ମାନଙ୍କ ପ୍ରତି କିଛି ସାହାଯ୍ୟ ମଧ୍ୟ କରା ଯାଉଅଛି |
ଏହି ବର୍ଷା ପାଇଁ ଅଧିକାଂଶ ଲୋକେ ବହୁତ ହଇରାଣ ହରକତ ହେଉ ଥିବା ବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉ ଛନ୍ତି | ବନ୍ୟାର ପ୍ରକୋପ ପାଇଁ ଲୋକ ମାନେ ଖାଇବା ପିଇବାରେ ବହୁତ ଅସୁବିଧା ଭୋଗୁଛନ୍ତି | ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ସହ ବହୁତ କ୍ଷୟ କ୍ଷତି ହୋଇଛି | ଲୋକ ମାନଙ୍କ ଘରେ ପାଣି ପଶିଯିବା ଯୋଗୁଁ ଲୋକ ମାନଙ୍କର ରହିବା ଅସହ୍ୟ ହୋଇ ପଡିଛି |
ବର୍ଷା ଯୋଗୁଁ ଚାରି ଆଡେ ଜଣା ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି | କୋଉଁଠି ଘର ଭିତରେ ପାଣି ପଶି ଯାଉଛି ତ କୋଉଠି ମନ୍ଦିର ଭିତରେ ପାଣି ପଶି ଯାଉଛି | କେତେ ସମୟରେ ପାଣିର ପ୍ରଖର ସୁଅରେ ଗାଡି ଭାସି ଯିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି | ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଲୋକ ମାନେ ଏହି ପ୍ରବଳ ବୃଷ୍ଟିପାତରେ କେମିତି ଜୀବନ ଯାପନ କରୁଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ବାରମ୍ବାର ଲଘୁଚାପ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା କରା ଯାଉଥିଲେ ମଧ୍ୟ ବିଭିନ୍ନ ଲୋକ ଭୋକ ଉପାସରେ ଜୀବନ କାଟୁଛନ୍ତି | ଜଗତସିଂହପୁର ଜିଲ୍ଲାର ତିର୍ତୋଲ ଅଂଚଳରେ ଦେଖିବାକୁ ମିଳିଛି ଯେ କିଛି ପରିବାର ଆଜିକୁ ପାଞ୍ଚ ଦିନ ହେଲାଣି ଏକ କେନାଲ ଭିତରେ ରହି ଆସୁଅଛନ୍ତି କାରଣ ବନ୍ୟା ଯୋଗୁଁ ସେମାନଙ୍କ ଘର ପାଣି ଭିତରେ ରହିଛି |
ସେମାନେ ଏକ ପଲା କରି ତା ଭିତରେ ଯୋଉଁଥି ମଣିଷ ରହୁଛନ୍ତି ସେଇଥି ହିଁ ଗାଈ ଏବଂ ମଇଁଷି ମାନଙ୍କୁ ରଖିଛନ୍ତି | ସରକାରଙ୍କ ତରଫରୁ ବିଭିନ୍ନ ଜିନିଷ ରିଲିଫ ଦିଆ ଯାଉଥିଲେ ମଧ୍ୟ ସେମାନଙ୍କୁ ବଳକା ଖାଦ୍ୟ ଦିଆ ଯିବ ବୋଲି କୁହାଯାଇଛି ଏବଂ ମିଛରେ ସେମାନଙ୍କର ଫୋଟୋ ଉଠା ଯାଇଛି | ସେମାନେ କେବଳ ଗୋରୁ ଦାନା ଓ ପାଲ ପାଇଛନ୍ତି ଓ ତା ଛଡା ଅନ୍ୟ ଖାଇବା ପାଇ ନାହାନ୍ତି | ଛୋଟ ପିଲା ମାନଙ୍କୁ ନେଇ ରହିବା ପାଇଁ ବହୁତ ଆଶଙ୍କା କରୁଛନ୍ତି |ଚୁଡା ଗୁଡ଼ ଓ କୌଣସି ଖାଇବା ଠିକ ସେ ପାଉନାହାନ୍ତି | ତେଣୁ ସରକାରଙ୍କୁ ସେମାନେ ଏହି ସବୁ ଦିଗରେ ଲକ୍ଷ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।