
ରତା ରାତି Viral ହେବାକୁ ଲାଗିଛନ୍ତି ଏହି ଯୁବକ ! ଗଛ ଟିଏ ଲଗାନ୍ତୁ ,ନିଜକୁ ସୁରକ୍ଷିତ ରଖନ୍ତୁ…କଣ କହୁଛନ୍ତି ଯୁବକ ଦେଖନ୍ତୁ..
ବୃକ୍ଷ ହେଉଛି ଆମର ଅମୁଲ୍ୟ ସମ୍ପଦ | ଯୋଉଁଥିରୁ ଆମେ ନିଜର ଜୀବନ ଯାପନ କରୁଛୁ | ଏହା ସହିତ ମାନବ ଜାତି ବଞ୍ଚି ରହିବା ପାଇଁ ବୃକ୍ଷର ବହୁତ ଆବଶ୍ୟକତା ରହିଛି କାରଣ ବୃକ୍ଷ ନା ହେଲେ ପ୍ରାଣୀ ଜଗତର ଶ୍ୱାସ କ୍ରିୟା ସମ୍ଭବ ହୋଇ ପରିବ ନାହିଁ | ଆମ ଦେଶ ଭାରତରେ ଜନ ସଂଖ୍ୟା ବୃଦ୍ଧି ପାଇଁ ଯେତେ ବି ଯୋଜନା ସରକାରଙ୍କ ଦ୍ୱାରା ନିୟୋଜିତ ହୋଇ ଥିଲେ ମଧ୍ୟ୍ୟ ଜନ ସଂଖ୍ୟା ବୃଦ୍ଧି ଥମିବାର ନାମ ନେଉ ନାହିଁ | ଯାହା ପାଇଁ ଆମ ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବଢିବା ସହିତ ଅମ୍ଳଜାନର ପରିମାଣ କମିବାରେ ଲାଗିଛି |
ସାଧାରଣତଃ ଆମ ବାୟୁ ମଣ୍ଡଳରେ ଏକୋଇଶି ଭାଗ ଅମ୍ଳଜାନ ଦେଖା ଯାଉଥିବା ବେଳେ ଏକ ଭାଗ ଅଙ୍ଗାରକାମ୍ଳ ଦେଖା ଯାଇ ଥାଏ | କିନ୍ତୁ ଏବେ ଏହା ବଢ଼ିବାରେ ଲାଗିଛି | କାରଣ ଜନ ସଂଖ୍ୟା ବଢିବା ହେତୁ ବିଭିନ୍ନ ଯାନ ବାହନର ସଂଖ୍ୟା ମଧ୍ୟ ବୃଦ୍ଧି ହୋଇ ଯାଇଛି | ଏବଂ ଏହି ଯାନ ବାହନରୁ ବିଭିନ୍ନ କ୍ଷତି କାରକ ଗ୍ୟାସ ନିର୍ଗତ ହେଉ ଅଛି | କାର୍ବନ ଡ଼ାଇ ଅକ ସାଇଡ, କାର୍ବନ ମନ ଅକ୍ସାଇଡ,ମିଥେନ, ସୋଲଫୋର ଇତ୍ୟାଦି ଗ୍ୟାସ ଦ୍ୱାରା ଆମ ବାୟୁ ମଣ୍ଡଳ ବହୁତ ପରିମାଣରେ ଦୂଷିତ ହୋଇ ଥାଏ |
ଏହା ସହିତ ଲୋକ ମାନଙ୍କର ବାସ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଗଛ କାଟିବା ସହିତ ବହୁତ ଜଙ୍ଗଲ ମଧ୍ୟ ସଫା ହେବାକୁ ଯାଉ ଅଛି | ଏବଂ ସେହି ସ୍ଥାନରେ ବଡ଼ ଅଟ୍ଟାଳିକା ସହିତ ବିଭିନ୍ନ ଇଣ୍ଡୋଷ୍ଟ୍ରି ମାନ ତିଆରି ହୋଇ ଗଲାଣି | ଯୋଉଁଥି ପାଇଁ ଗରମର ପ୍ରକୋପ ବଢିବା ସହିତ ବହୁତ ସମୟରେ ବର୍ଷାର ଅନିୟମିତତା ଦେଖା ଦେଉ ଅଛି | ଆମ ପରିବେଶ ମଧ୍ୟ ନିଜର ସନ୍ତୁଳନ ହରାଇ ବସୁଛି | ଯାହା ଦ୍ୱାରା ଆମ ପରିବେଶରେ ବହୁତ ଅସୁବିଧା ଦେଖା ଯାଉଛି |
ଏଥି ପାଇଁ ପରିବେଶର ସନ୍ତୁଳନ ବଜାୟ ରଖିବା ପାଇଁ ସରକାରଙ୍କ ଦ୍ୱାରା ବୃକ୍ଷ ରୋପଣ ପାଇଁ ବିଭିନ୍ନ ଯୋଜନା ଏବଂ ବନ ମହତ୍ସବ ପାଳନ କରା ଯାଇ ଥାଏ | ଏବଂ ବହୁତ ଲୋକଙ୍କୁ ନିଜର ଜନ୍ମଦିନରେ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ପ୍ରତ୍ସାହନ କରା ଯାଉଛି | ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ବିଷୟରେ ଜଣାଇ ବାକୁ ଯାଉ ଅଛୁ | ଯୋଉଁ ଥିରେ ଜଣେ ଯୁବକ ଗଛ ଲଗାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି | ଆସନ୍ତୁ ଜାଣିବା ସେ ବିଷୟରେ |
ଆଜି ଇଂଟରନେଟରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରକ ହେବାରେ ଲାଗୁଚି | ଏହି ଭିଡିଓଟିରେ ଦେଖିବାକୁ ମିଳୁଛି କି ଏକ ଯୁବକ ଜଣକ ସାରା ଜଗତଜୁ ଏକ ଭଲ ଚେତାବନୀ ଦେଉଛନ୍ତି | ସେ ଏକ ବୋତଲ ଭିତରେ ଏକ ଗଛକୁ ରୋପଣ କରି ତ ଠାରୁ ଏକ ପାଇପ ସାହାଯ୍ୟରେ ଅକ୍ସଇଜେନ ମାସ୍କ ଲଗାଇ ଛନ୍ତି ଏବଂ ଏକ ସ୍ଲେଟରେ ଏହି ସ୍ୱାଧୀନତା ଦିବସରେ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରୁଛନ୍ତି | ଏହି ଭିଡିଅଟି ସମାଜ ଉପରେ ଭଲ ପ୍ରଭାବ ପକାଇବା ସହ ଲୋକ ମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।