
“ମୋ ଧନକୁ ଛାଡିଦିଅ, ମୁଁ ଆଉ କାହାକୁ ବାହା ହେବିନି” ଏମିତି କହି ଚିତ୍କାର କରୁଛି ପ୍ରେମିକା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ପ୍ରେମ ଅଢେଇ ଅକ୍ଷର, କିନ୍ତୁ ଏହାର ଅର୍ଥର ପରିସୀମାକୁ ମାପି ହେବ ନାହିଁ। ପ୍ରେମରେ ପଡ଼ିଥିବା ଦୁଇ ପକ୍ଷୀ ଉଡ଼ି ବୁଲନ୍ତି ସ୍ବପ୍ନ ସାଗରରେ। ପ୍ରେମ ପରିବ୍ୟାପ୍ତ ସାଗରର ସୀମାହୀନ ଢ଼େଉ। ସାତ ଦରିଆଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ପ୍ରେମ ଆଉ ହୃଦୟର ସମ୍ପର୍କ ବହୁ ନିବିଡ଼ । ପ୍ରେମ ଅନ୍ଧ ହୋଇଥାଏ। ପ୍ରେମ ଧନୀ ଗରିବ ଜାତି ବୟସ କିଛି ଦେଖେ ନାହିଁ।ପ୍ରେମ ଏକ ଭାବନାକୁ ବୁଝାଇଥାଏ । ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ ।
ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ, ପ୍ରଣୟ ଇତ୍ୟାଦି ପ୍ରେମର ଏକ ରୂପ । ପ୍ରେମ ଶବ୍ଦଟି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ବ୍ୟବହାର ହୋଇଥାଏ। ହେଲେ ଆଜିର ପିଢ଼ି ମାନେ ପ୍ରେମକୁ ଯେଉଁ ଭଳି ଗ୍ରହଣ କରୁଛନ୍ତି ତାହାର କରୁଣ ପରିସ୍ଥିତି ଦେଖିବା ପାଇଁ ମିଳୁଛି।
ପ୍ରେମ ପାଇଁ ମହାଭାରତ, କଥାଟା ସିନେମାର ଶୁଣିବା ପାଇଁ ଓ ଦେଖିବା ପାଇଁ ଖୁବ୍ ଭଲ ଲାଗେ କିନ୍ତୁ ରିଅଲ ଲାଇଫରେ ଯଦି ପ୍ରେମ ପାଇଁ ମହାଭାରତ କରାଯାଏ ତେବେ ତାର ପରିସ୍ଥିତି କିପରି ହୋଇ ପାରେ ତାହା ବର୍ତ୍ତମାନ ସମୟରେ ପ୍ରେମ ନାରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଚିତ୍ରିତ କରୁଛି।
ଭିଡିଓରେ ଦେଖିବା ପାଇଁ ମିଳୁଛି କାନ୍ଦି କାନ୍ଦି ଜଣେ ନାବାଳିକା କହୁଛି ମୋ ପ୍ରେମିକକୁ ଛାଡ଼ି ଦିଅ ମୁଁ ତାକୁ ବାହା ହେବି। ମୁଁ ତା ସହ ସମ୍ପର୍କ ରଖିବି। ହେଲେ ଏକଥାକୁ ଶୁଣୁଛି ବା କିଏ। ଛତିଶଗଡ଼ର ପୋଲିସ ଟାଣି ନେଇ ଯାଉଛି ତା ପ୍ରେମିକକୁ। ହେଲେ ପୋଲିସ କଣ ସହଜରେ ପ୍ରେମିକା ପାଖରୁ ପ୍ରେମିକକୁ ଛଡେଇ ନେଇ ପାରୁଛି। ପୋଲିସ ମଧ୍ୟ ନାକେଦମ୍ ହେବାକୁ ପଡ଼ିଛି
ଭିଡିଓରେ ଆପଣ ଦେଖିବାକୁ ପାଉଥିବେ ପୋଲିସ ଜଣେ ନାବାଳକକୁ ଟାଣି ଟାଣି ନେଉଛି ଏବଂ ପାଖରେ ଗୋଟିଏ ନାବାଳିକା ହଳଦିଆ ରଙ୍ଗର ଡ୍ରେସ୍ ପିନ୍ଧି ଛିଡା ହୋଇଛି। ଦୁହେଁ ଦୁହିଁଙ୍କୁ ଫେସ୍ ବୁକରେ ମନ ଦିଆ ନିଆ ହୋଇଥିଲେ।
ବିବାହ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏହା ପରେ ଝିଅ ଛତିଶଗଡ଼ ଛାଡି ଚାଲି ଆସିଥିଲା ପୁଅଟି ପାଖକୁ। ଦୁହେଁ ମିଶି ରହୁଥିଲେ ମଧ୍ୟ। ଅପର ପକ୍ଷରେ ଝିଅର ପରିବାର ଲୋକେ ଏହାକୁ ନେଇ ଛତିଶଗଡର ଥାନାରେ ଏହାପରେ ପୋଲିସ ଆସି ପହଁଚି ଯାଇଥିଲା କେନ୍ଦୁଝରର ଯୋଡ଼ାରେ। ଏହା ପରେ ଉଭୟଙ୍କୁ ଥାନାକୁ ଅଣା ଯାଇଥିଲା ତାପରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।
ଭିଡିଓରେ ଦେଖନ୍ତୁ କିଭଳି ଭାବରେ ପ୍ରେମିକକୁ ଟେକି ନେଉଛି ପୋଲିସ ଆଉ ପ୍ରେମିକା କାନ୍ଦି କାନ୍ଦି ତାର ପ୍ରେମିକକୁ ଛାଡି ଦେବା ପାଇଁ କାକୁତି ମିନତି ହେଉଛି। ଅପରିପକ୍ବ ବୟସର ଏହି ପ୍ରେମ୍ କାହାଣୀ ଦୁଇ ଜଣକୁ ଏପରି ବ୍ୟଥିତ କରିଛି ଯେ ତାଙ୍କ ସହିତ ତାଙ୍କ ପରିବାର ଲୋକ ମଧ୍ୟ ଜଡ଼ି ହୋଇ ଯାଇଛନ୍ତି। ଏହି ଘଟଣାକୁ ଦେଖି ଅନେକ ଲୋକକୁ ବ୍ୟଥିତ କରିବା ସହିତ ଏହାକୁ ନେଇ ଅନେକ ଲୋକେ ଆପତ୍ତି କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।