ସବୁ ସମୟ ଖବର ସାଥିରେ

Faacebook ପ୍ରେମ ବିବାହିତା ମହିଳା କୁ କଲା ଘାଇଲା ! ପୁଅ ଓ ସ୍ୱାମୀକୁ ଛାଡ଼ି ଛୁ ମାରି ଏବେ କହୁଛି ଏମିତି…ଦେଖନ୍ତୁ ଭିଡ଼ିଓ

0 85

ଆଜି କାଲି ର ସମାଜର ଲୋକ ବେଳେ ବେଳେ କିଛି ଏଭଳି କାର୍ଯ୍ୟ କରି ବସନ୍ତି ଯାହା ଅତ୍ୟନ୍ତ ଲଜ୍ୟା ଜନକ ହୋଇ ଥାଏ ଏବଂ ତାହାକୁ ଶୁଣିଲେ ଆପଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ହେବେ ଏବଂ ନିନ୍ଦା ମଧ୍ୟ କରିବେ | ଆପଣ ମାନେ ତ ଜାଣନ୍ତି ସ୍ୱାମୀ ସ୍ତ୍ରୀ ର ସମ୍ପର୍କ କେତେ ଯେ ମଧୁର ହୋଇ ଥାଏ ଏବଂ ସ୍ୱାମୀ ସ୍ତ୍ରୀ ର ଇହକାଳ ପରକାଳ ର ଦେବତା ହୋଇ ଥାଏ ଆଉ ଏହି ସମ୍ପର୍କ ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହି ଥାଏ |

କିନ୍ତୁ ଆଜି କାଲି ର ଦୁନିଆଁ ରେ କିଛି କିଛି ସ୍ୱାମୀ ସ୍ତ୍ରୀ ର ସମ୍ପର୍କ କଳଙ୍କିତ ହୋଇ ଗଲାଣି, ଏମାନେ ସମ୍ପର୍କ ର ମୂଲ୍ୟ କଣ ବୁଝୁ ନାହାଁନ୍ତି | ବିବାହ କରି ଥିଲେ ମଧ୍ୟ ସେ ସ୍ୱାମୀ ହେଉ କି ସ୍ତ୍ରୀ ଅନ୍ୟ କାହା ସହ ଖରାପ ସମ୍ପର୍କ ରଖିବାକୁ ପଛାଉ ନାହାଁନ୍ତି | ଏମିତି କି ନିଜର ଟିକିଏ କେବଳ ଖୁସି ଓ ସ୍ୱାର୍ଥ ପାଇଁ ନିଜ ଛୁଆ କୁ ମଧ୍ୟ ପର କରି ଦେଇ ଚାଲି ଯାଉଛନ୍ତି | ତେବେ ସେଭଳି ଏକ ନିନ୍ଦନୀୟ ଘଟଣା ଆଖି ସାମ୍ନା କୁ ଆସିଛି ଯାହା ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ |


ଘଟଣା ଟି ହେଉଛି ଏକ ମହିଳା ନିଜ ଜନ୍ମିତ ଶିଶୁ କୁ ଛାଡ଼ି ଫେସବୁକ ପ୍ରେମିକ ଙ୍କ ସହ ଫେରାର ହୋଇ ଯାଇଛନ୍ତି | ଏଭଳି ଏକ ଘଟଣା ବଲାଙ୍ଗୀର ସହର ରାମେଶ୍ୱର ନଗର ଠାରେ ଦେଖିବା ପାଇଁ ମିଳିଛି | ସୂଚନା ଅନୁଯାଇ ବିଶ୍ୱଜିତ ନାମକ ଜଣେ ବ୍ୟକ୍ତି ଏବଂ ରାଜସ୍ମିତା ନାମକ ଜଣେ ମହିଳା ପ୍ରେମ ବିବାହ କରି ଥିଲେ ଆଉ ତାଙ୍କର 5 ବର୍ଷ ର ଏକ ପୁଅ ମଧ୍ୟ ଥିଲା | ତାଙ୍କ ସ୍ୱାମୀ ଦିନ ମଜୁରିଆ ଭାବେ କାମ କରନ୍ତି ଆଉ ସେଥିରେ ଯାହା ବି ରୋଜଗାର ହୁଏ ପରିବାର ଟି ହସଖୁସି ରେ ଚଳି ଯାଏ | କିନ୍ତୁ ପରେ ମହିଳା ଜଣଙ୍କ ଫେସବୁକ ରେ ଏକ ଯୁବକ ଙ୍କ ପ୍ରେମ ରେ ପଡ଼ି ଗଲେ |


ପ୍ରଥମେ ପ୍ରଥମେ ମହିଳା ଜଣଙ୍କ ମେସେଜ ଓ କଲ ରେ କଥା ହେଉ ଥିଲେ ଆଉ ଏମିତି କରି ତାଙ୍କ ସମ୍ପର୍କ ନିବିଡ଼ ହୋଇ ଯାଇ ଥିଲା | ସ୍ୱାମୀ ଜାଣିବା ପରେ ତାଙ୍କ ପତ୍ନୀ ଙ୍କୁ ବାରଣ କରି ଥିଲେ କିନ୍ତୁ ପତ୍ନୀ ତାଙ୍କ କଥା ଶୁଣି ନଥିଲେ | ପରେ ସ୍ୱାମୀ ଓ ଛୁଆ କୁ ଛାଡ଼ି ଦେଇ ପ୍ରେମିକ ଙ୍କ ସହ ଫେରାର ହୋଇ ଗଲେ |ତାଙ୍କ ସ୍ୱାମୀ ଏହି ଘଟଣା ସମ୍ପର୍କ ରେ ଜାଣିଲା ପରେ ତୁରନ୍ତ ଥାନାରେ ଅଭିଯୋଗ କରି ଥିଲେ | ଆଉ ସେ ସବୁବେଳେ ହାଇ ପ୍ରୋଫାଇଲ ରେ ରହିବାକୁ ଚାହାଁନ୍ତି ବୋଲି ପର ପୁରୁଷ ସହ ପଳାଇଛନ୍ତି ବୋଲି ସ୍ୱାମୀ ଅଭିଯୋଗ କରି କହିଛନ୍ତି | କିନ୍ତୁ ଘଟଣା ର ତଦନ୍ତ ଏପର୍ଯ୍ୟନ୍ତ ଆଗେଇ ପାରି ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।