
viral ଭିଡ଼ିଓ – ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ଦେଖନ୍ତୁ କେମିତି ସାଦ ଖାଉଛନ୍ତି…..
ଆଜିର ଯୁବ ପିଢ଼ି ମାନେ ପ୍ରାୟ ସମୟରେ ସୋସିଆଲ ମିଡିଆ ସହିତ ଏକ୍ଟିଭ ରହୁଛନ୍ତି। ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ନିଜର ପ୍ରିୟ କଳାକାର ମାନଙ୍କ ବିଷୟରେ ଜାଣିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରିଥାନ୍ତି। ନିଜ ମନ ପସନ୍ଦର ସେଲିବ୍ରେଟି ମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଘଟୁଥିବା ଘଟଣାକୁ ଜାଣିବା ପାଇଁ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। ତେବେ ଆଜି ଆମେ ଜଣେ ଜଣାଶୁଣା ଅଭିନେତ୍ରୀଙ୍କ ବାବଦରେ ଏକ ବଡ ତଥ୍ୟ ଜଣାଇବୁ।
ଝିଲିକ୍ ଭଟ୍ଟାଚାର୍ଯ୍ୟ ଜଣେ ଲୋକ ପ୍ରିୟ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ। ଓଡ଼ିଆ ସିନେମା ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ହେଉଛନ୍ତି ଝିଲିକ୍।ଝିଲିକ୍ ପଶ୍ଚିମବଙ୍ଗର କଲିକାତାରେ ଜନ୍ମଗ୍ରହଣ କରିଥିଲେ । ତେବେ ସେ ୨୦୧୩ ମସିହାରେ ଝିଲିକ୍ ଓଡ଼ିଆ କଥାଚିତ୍ର ଟାର୍ଗେଟ୍ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।
ଏହି ସିନେମାରେ ଝିଲିକ୍ ଅଭିନେତା ଅମ୍ଳାନ ଦାସ ନାୟିକା ସାଜିଥିଲେ।ଏହା ପରେ ସେ ଆଖିରେ ଆଖିରେ, ଲଭ୍ ୟୁ ହମେଶା, ସୁପର ମିଛୁଆ, ଲେଖୁ ଲେଖୁ ଲେଖିଦେଲି, ତୁମକୁ ଦେଖିଲା ପରେ, ଜବରଦସ୍ତ ପ୍ରେମିକ,ଅଗସ୍ତ୍ୟା, ଓଲେ ଓଲେ ଦିଲ୍ ବୋଲେ, ତୁ ମୋ ହିରୋ,ଜଗା ହାତରେ ପଘା, ବେବି ଆଦି ବିଭିନ୍ନ ଚଳଚ୍ଚିତ୍ରରେ ଅତି ସୁନ୍ଦର ଅଭିନୟ କରିବାର ନଜର ଆସିଛନ୍ତି। ବଙ୍ଗୀୟ ନାୟିକା ହୋଇ ମଧ୍ୟ ଝିଲିକ ଓଲିଉଡ଼ ସିନେ ପ୍ରେମୀଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।
ଏହି ବଙ୍ଗୀୟ ନାୟିକା ଝିଲିକ ୨୦୨୦ ମାର୍ଚ୍ଚ ୧୧ରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ଝିଲିକ୍ ଙ୍କ ସ୍ବାମୀ ହେଉଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ।
ଏ ନେଇ ଝିଲିକ୍ ନିଜେ ତାଙ୍କ ଫ୍ରେଣ୍ଡ୍ ମାନଙ୍କୁ ସୂଚନା ଦେଇଥିଲେ।କୋଲକାତା ଝିଅ ହୋଇ ଯାଜପୁର ବୋହୂ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।ବର୍ତ୍ତମାନ ସେ ଜଣେ ଓଡ଼ିଆ ଘରର ବୋହୁ ଭାବରେ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି। ତେବେ ବିବାହ ପରଠାରୁ ଝିଲିକ୍ ଅଭିନୟ ଜଗତ ଠାରୁ ଦୂରେଇ ରହିଛନ୍ତି।
ତେବେ ବର୍ତ୍ତମାନ ସମୟରେ ଖବର ଅନୁଯାୟୀ ଜାଣିବାକୁ ମିଳୁଛି ଯେ ଅଭିନେତ୍ରୀ ଝିଲିକ୍ ମା ହେବାକୁ ଯାଉଛନ୍ତି। ନିକଟରେ ତାଙ୍କର ସଦ ଖାଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଝିଲିକଙ୍କ ସଦ ଖୁଆ ଉତ୍ସବରେ ଓଲିଉଡ଼ ଅଭିନେତ୍ରୀ ପ୍ରିୟା ଚୌଧୁରୀଙ୍କ ସମେତ ଅନେକ କଳାକାର ମାନଙ୍କୁ ଦେଖିବାକୁ ମିଳୁଛି।
ଅଭିନେତ୍ରୀ ଝିଲିକ୍ ମା ହେବାର ଖବର ଶୁଣି ଝିଲିକଙ୍କୁ ସବୁ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ମା ହେବାକୁ ନେଇ ଝିଲିକ୍ ବହୁତ ଖୁସି ଥିବାର ଜଣା ପଡ଼ିଛି। କେବଳ ଝିଲିକ୍ ନୁହଁନ୍ତି ଏ ଖବରକୁ ନେଇ ତାଙ୍କ ଫ୍ରେଣ୍ଡ୍ ମାନେ ବହୁତ ଖୁସିରେ ରହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।