
ରାଷ୍ଟ୍ରପତି ଭବନରେ ମହାମହିମ ଦ୍ରୌପଦୀ ମୁର୍ମୁ ( Draupadi Murmu )ଙ୍କ ପଖାଳ ସହିତ ସଜନା ଶାଗ ଖିଆ… ଦେଖନ୍ତୁ Video
ପ୍ରଥମ ଓଡ଼ିଆ ଓ ଆଦିବାସୀ ମହିଳା ହିସାବରେ ଦ୍ରୌପଦୀ ମୁର୍ମୁ ସାରା ଓଡିଶା ପାଇଁ ଏକ ଗର୍ବ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ | ସେ ଆଜି ଦେଶର ପ୍ରଥମ ନାଗରିକ ଭାବରେ ପରିଚିତ ହୋଇ ପାରିଛନ୍ତି | ସେ ନିଜେ ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟି ଅଛନ୍ତି | ସମସ୍ତେ ତାଙ୍କର ଜୀବନ ଶୈଳୀ ବିଷୟରେ ଜାଣିବାକୁ ଆଗ୍ରହ କରୁଛନ୍ତି | ସେ ରାଷ୍ଟ୍ରପତି ହୋଇ ଯାଇଥିଲେ ମଧ୍ୟ ସେ ଓଡ଼ିଆ ମାନଙ୍କର ପରମ୍ପରାକୁ ଭୁଲି ନାହିଁନ୍ତି | ଆସନ୍ତୁ ଜାଣିବା ସେ ବିଷୟରେ |
ଏଥର ଶାଗ ପଖାଳ ରନ୍ଧା ହେବ ରାଷ୍ଟ୍ରପତିଙ୍କ ବାସ ଭବନର ରୋଷେଇ ଶାଳରେ | ରାଷ୍ଟ୍ରପତିଙ୍କ ପାଇଁ ସଜନା ଶାଗ ଖରଡ଼ା ହେବ| ଆମ ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଖାଣ୍ଟି ଓଡ଼ିଆ ଆଦିବାସୀ ଘରର ଝିଅ ଓ ଜଣେ ଭଲ ବୋହୂ ମଧ୍ୟ | ଆଉ ଓଡ଼ିଆ ଘରର ଝିଅ ହିସାବରେ କାହାକୁ ବା ଶାଗ ପଖାଳ ଭଲ ଲାଗେ ନାହିଁ | ସେ କେମିତି ବା ପଖାଳ କଂସାକୁ ଭୁଲି ପାରିବେ | ପଖାଳ ଓ ସଜନା ଶାଗ ତାଙ୍କର ମନ ପସନ୍ଦର ଖାଦ୍ୟ |
ଦ୍ରୌପଦୀ ମୁର୍ମୁଙ୍କ ବୋହୂ ଉପର ବେଡା ଗାଁରେ ରୁହନ୍ତି | ଘରକୁ ଆସିବା ପୂର୍ବରୁ ଫୋନ ଯୋଗେ ସେ ତାଙ୍କ ବୋହୂଙ୍କୁ ପଖାଳ ଓ ସଜନା ଶାଗର ଭଜା କରି ରଖିବା ପାଇଁ କହିଥାନ୍ତି | ତାଙ୍କ ଘର ବାଡ଼ିରେ ସଜନା ଶାଗର ଗଛ ରହିଅଛି | ସେଇଥିରୁ ତାଙ୍କ ବୋହୂ ସଜ ଶାଗ ତୋଳି ତାଙ୍କ ପାଇଁ ରୋଷେଇ କରି ରଖିଥାନ୍ତି | ଶାଗ ଓ ପଖାଳରେ ମନ ଓ ପ୍ରାଣ ସନ୍ତୁଷ୍ଟ ହୋଇ ଯାଇଥାଏ |
ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ପୂର୍ଣ ଭାବେ ନିରାମିଷାଶୀ | ସେ କେବେ ହେଲେ ଆମିଷ ଖାନ୍ତି ନାହିଁ | ଏମିତି କି ସେ ପିଆଜ ରସୁଣ ମଧ୍ୟ ଛୁଅନ୍ତି ନାହିଁ | ଦୁଇ ହଜାର ତେରରେ ତାଙ୍କ ବଡ ପୁଅଙ୍କ ମୃତ୍ୟୁ ହେଲା ପରେ ନିଜର ମାନସିକ ଅବସ୍ଥାକୁ ସୁଦୃଢ କରିବା ପାଇଁ ସେ ରାଜଯୋଗର ଶରଣ ନେଇ ଥିଲେ | ସେବେ ଠାରୁ ସେ ଆମିଷ ଓ ପିଆଜ ରସୁଣ ଖାଇବା ଛାଡି ଦେଇଛନ୍ତି |
ଦ୍ରୌପଦୀଙ୍କ ଭାଉଜ ସାଖ୍ୟମନି କୁହନ୍ତି ଯେ ତାଙ୍କର ଖାଇବା ବହୁତ ସାଧାରଣ | ଘର ତିଆରି ସମସ୍ତ ଖାଦ୍ୟ ସେ ଖାଇଥାନ୍ତି | ବାହାର ଖାଦ୍ୟ ପସନ୍ଦ କରନ୍ତି ନାହିଁ | ସକାଳ ଜଳଖିଆରେ କିଛି ଡ୍ରାୟ ଫୂଡ଼ସ ଖାଇବା ସହ ମଧ୍ୟାହ୍ନରେ ଭାତ ବା ରୁଟି ସହ ପରିବା ତରକାରୀ ଓ ଶାଗ ଖାଇବାକୁ ଭଲ ପାଇଥାନ୍ତି | ରାତ୍ରି ଭୋଜନରେ କିଛି ଫଳ ଖାଇବା ସହ ତା ସହିତ ଏକ ଗ୍ଲାସ ହଳଦୀ ମିଶା କ୍ଷୀର ପିଇଥାନ୍ତି | ନିଜେ ମଧ୍ୟ ବହୁତ ଭଲ ରଷେଇ କରିଥାନ୍ତି | ସାଖ୍ୟମନି ତାଙ୍କ ନଣନ୍ଦଙ୍କ ଠାରୁ ସମସ୍ତ ରଷେଇ ଶିଖିଛନ୍ତି ବୋଲି କହିଛନ୍ତି | ରାଇରଙ୍ଗପୁରରେ ନିଜ ନାତୁଣୀ ସୁନିତାଙ୍କ ସହ ଦ୍ରୌପଦୀ ରହୁଥିବା ସମୟରେ ଏଇ ନିଜେ ରୁଟି କରୁଥିଲେ ଓ ତାଙ୍କ ନାତୁଣୀ ତରକାରୀ ରାନ୍ଧୁଥିଲେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।