ସବୁ ସମୟ ଖବର ସାଥିରେ

viral video- ମୁଁ ପାଠ ପଢି ଚାକିରୀ କରିବି ସେଇ ପଇସାରେ ମୁଁ କୁରୁକୁରୀ ଓ ଆଇସକ୍ରିମ ଖାଇବି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 54

ଆଜି କାଲି ସୋସିଆଲ ମିଡ଼ିଆ ସମସ୍ତଂକ ପାଇଁ ଅତି ଜରୁରୀ ହୋଇ ପଡ଼ିଛି। ଏହି ଇଣ୍ଟରନେଟ୍ ଯୁଗରେ ଲୋକ ମାନେ ସବୁକିଛି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଏମିତି କି ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଯେଉଁ ସବୁ ଘଟଣା ଘଟି ଚାଲିଛି ତାହା ଆମେ ଗୋଟିଏ ସ୍ଥାନରେ ରହି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛୁ।

ଏବଂ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଗୁଡିଏ ଭିଡିଓ ଭାଇରାଲ ମଧ୍ୟ ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକେ ଏଠି ରାତାରାତି ଷ୍ଟାର ପାଲଟି ଯାଉଛନ୍ତି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ଗୁଡ଼ିକ ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ କରି ପାରୁଛି।

ତେବେ ଆଜିକାଲି ସୋସିଆଲ ମିଡିଆରେ ଛୋଟ ପିଲା ମାନଙ୍କୁ ନେଇ ବହୁତ୍ ଭିଡିଓ ଭାଇରାଲ ହେବାର ଦେଖିବାକୁ ମିଳୁଛି। ଛୋଟ ପିଲା ମାନଙ୍କ ହରକତ ଦେଖିବା ପାଇଁ କାହାକୁ ବା ଭଲ ନ ଲାଗେ। ସେମାନେ ସରଳ ଭାଷାରେ ଯେଉଁ ଭଳି ମଜାଳିଆ କଥା କୁହନ୍ତି ସମସ୍ତଙ୍କ ମନକୁ ଛୁଇଁ ଯାଏ।

ତେବେ ନିକଟରେ ଏମିତି ଏକ ଛୋଟ ଝିଅର ଭିଡିଓ ଭାଇରାଲ ହେଉଛି। ଭିଡ଼ିଓରେ ଦେଖିବାକୁ ମିଳୁଛି ଛୋଟ ପିଲାଟି ଅଙ୍ଗନୱାଡ଼ିରେ ପଢୁଛି। ସେଠାରେ ଦିଦି ଯାହା ଟାସ୍କ ଦେଇଛନ୍ତି ସେ ତାକୁ କରି ନାହିଁ। ତେବେ ସେ କାନ୍ଦି କାନ୍ଦି ସବୁ ତାର ଦିଦିକୁ କହୁଛି। ସେ ତାର ଦିଦିକୁ କାନ୍ଦି କାନ୍ଦି ଯାହା ସବୁ କହୁଛି ସେ ସବୁ ଏବେ ଖୁବ୍ ଭାଇରାଲ ହେବାରେ ଲାଗୁଛି।

ତେବେ ପିଲାଟିକୁ ଯେତେବେଳେ ଦିଦି ପଚାରୁଛନ୍ତି ତୁ କଣ ପାଇଁ ପାଠ ପଢ଼ିନୁ। ସେତେବେଳେ ପିଲାଟି କହୁଛି ମୁଁ ପାଠ ପଢିବି ଦିଦି ମୋ ମା କହିଛି କ୍ଲାସରେ ୧,୨,୩, କ, ଖ, ଗ ସବୁ କିଛି ଲେଖି ପକାଇବୁ।

ଦିଦି ପୁଣି କହୁଛନ୍ତି ତୁ ତୋ ପାଠ ପଢୁନୁ ପୁଣି କେତେବେଳେ ପଢ଼ିବୁ ମୁଁ ପରା ତତେ ଅ ଆ ଲେଖି ଆଣିବା ପାଇଁ କହିଥିଲି। ଏତିକି କଥାରେ ଛୁଆଟି କାନ୍ଦି କାନ୍ଦି କହୁଛି ଦିଦି ମୁଁ ଏବେଠୁ ପାଠ ପଢିବି ତ କହିଲି ଏବଂ କହୁଛି ମତେ ଟିକେ ଗେଲେହିକି କହିଲେ ମୁଁ ସବୁ ପାଠ କରିଦେବି। ଏହା ପରେ ଦିଦି କହୁଛନ୍ତି ତୁ ପାଠ ନ ପଢି ଗାଈ ଚରାଇବୁ।

ପିଲାଟି କହୁଛି ମୁଁ ଗାଈ ଚରେଇବି ନାହିଁ ମୁଁ ପାଠ ପଢିବି, ପାଠ ପଢି ଚାକିରୀ କରିବି ସେଇ ପଇସାରେ ମୁଁ କୁରୁକୁରି ଏବଂ ଆଇସକ୍ରିମ ଖାଇବି। ଏମିତି କଥା ଜଣେ ଛୋଟ ଝିଅଟି କାନ୍ଦି କାନ୍ଦି କହୁଛି।

କ୍ଲାସରେ ଦିଦି ଯେତେବେଳେ ଏହି ଛୁଆଟିକୁ ଡାକି ତୁ କଣ କଣ ପଢିଛୁ ପଚାରୁଛନ୍ତି ସେତେବେଳେ ପିଲାଟି କାନ୍ଦି ପକାଇଛି ଏବଂ ଏମିତି ସବୁ କଥା କହିଛି। ଏବଂ ପିଲାଟି କାନ୍ଦି କାନ୍ଦି ଏମିତି ସବୁ କଥା କହୁଛି ଯାହା ଶୁଣିଲେ ନ ହସିଲା ଲୋକବି ହସି ପକାଇବ। ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।