ସବୁ ସମୟ ଖବର ସାଥିରେ

କୁମ୍ଭକର୍ଣ୍ଣ ଭଳି ନିଦ ଆସିବ | ରାତିରେ କେବଳ ୧ ଗ୍ଲାସ୍ ପିଅନ୍ତୁ,ଏହି ବହୁ ପରୀକ୍ଷିତ ଉପଚାର….Dr.Anu

0 4

ବର୍ତମାନ ଅନିଦ୍ରା ସମସ୍ୟା ପ୍ରାୟ ଘରେ ଘରେ ଦେଖାଦେଲାଣି । ଏହାଦ୍ୱାରା ଆମକୁ ବହୁତ ବିରକ୍ତି ଲାଗେ ଏବଂ ଆମର ଦେହ ମଧ୍ୟ୍ୟ ଖରାପ ହୋଇଯାଏ ।ମୁଁ ଆଜି ଆପଣକୁ ଏହାର ଏକ ଘରୋଇ ଉପଚାର ବିଷୟରେ କହିବି ଯାହାକି ସମ୍ପୂର୍ଣ ପ୍ରାକୃତିକ ଅଟେ । ଏହି ଘରୋଇ ଉପଚାର ଦ୍ଵାରା ଆପଣଙ୍କ ଏହି ସମସ୍ୟା ଦୁର ହୋଇଯିବ । ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

ସୋରିଷ ତେଲ,ଅର୍ଶଗନ୍ଧା ଗୁଣ୍ଡଓ ସର୍ପଗନ୍ଧା ଗୁଣ୍ଡ,

ପ୍ରଥମ ପ୍ରଣାଳୀ –

ପ୍ରଥମେ ଆପଣ ଏକ ପାତ୍ରରେ ସୋରିଷ ତେଲ ନିଅନ୍ତୁ ,ଶୋଇବା ପୂର୍ବରୁ ଉଷୁମ ପାଣିରେ ନିଜ ପାଦକୁ ଭଲଭାବରେ ଧୋଇଦିଅନ୍ତୁ ଓ ତାପରେ ପାଦରେ ସୋରିଷ ତେଲକୁ ଭଲଭାବରେ ପାଦରେ ମାଲିସ କରନ୍ତୁ ।ଦେଖିବେ ଆପଣ ସମ୍ପୂର୍ଣ ରିଲାକ୍ସ ଫିଲ କରିବା ସହିତ ଓ ଶାନ୍ତିରେ ଶୋଇପାରିବେ ।

ଏହାବ୍ୟତୀତ ଯଦି ଆପଣ ଅଧିକ ଚିନ୍ତାରେ ରହୁଛନ୍ତି କିମ୍ବା ସ୍ତ୍ରୀ ଲୋକମାନେ ତାଙ୍କ ପରିବାରଙ୍କୁ ନେଇ ଅଧିକ ଚିନ୍ତିତ ହେଉଛନ୍ତି, ତେବେ ଆପଣ ଅଶୋ ଡାଇନାମିକ ମେଡ଼ିଟେସନ ପ୍ରତ୍ୟକ ଦିନ ସକାଳ କରନ୍ତୁ। ଦେଖିବେ ଏହି ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ ଦୂର ହୋଇଯିବ ।

ଦ୍ୱତୀୟ ପ୍ରଣାଳୀ -ଆପଣ ସମପରିମାଣରେ ଅଶ୍ଵଗନ୍ଧା ଗୁଣ୍ଡ ଓ ସରପଗନ୍ଧା ଗୁଣ୍ଡ ନିଅନ୍ତୁ । ଏହି ଦୁଇଟି ଗୁଣ୍ଡକୁ ମିଶାଇ ଏକ ଚୁର୍ଣ୍ଣ ପ୍ରସ୍ତୁତ କରନ୍ତୁ ଓ ରାତିରେ ଶୋଇଲାବେଳେ ଏହି ଚୁର୍ଣ୍ଣରୁ ତିନି ରୁ ଚାରି ଗ୍ରାମ ନେଇ ପାଣି ସହିତ ସେବନ କରନ୍ତୁ । ଦେଖିବେ ଆପଣଙ୍କୁ ଭୟଙ୍କର ନିଦ ଆସିବ ଓ ନିଦ ନଆସିଲା ଭଳି ସମସ୍ୟା ଆପଣଙ୍କର ଦୂର ହୋଇଯିବ ।


ତୃତୀୟ ପ୍ରଣାଳୀ -ଆପଣ ଡାଲଚିନିଗୁଣ୍ଡକୁ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି କିମ୍ବା ଉଷୁମ କ୍ଷୀର ରେ ଅଧା ଚାମଚ ପକାଇ ଭଲ ଭାବରେ ମିଶାଇ ପିଅନ୍ତୁ, ଦେଖିବେ ଆପଣଙ୍କୁ ବହୁତ ଭଲ ନିଦ ନିଶ୍ଚିତ ଆସିବ ।

ଚତୁର୍ଥ ପ୍ରଣାଳୀ -୧ କପ ଉଷୁମ କ୍ଷୀରରେ ଏକ ଚାମୁଚ ଯାଇଫଳଗୁଣ୍ଡ ମିଶାଇ ପିଅନ୍ତୁ ଏହାଛଡା ଅଳ୍ପ ମାତ୍ରାରେ କେଶର ମଧ୍ୟ ମିଶାଇପିଇଲେ ଆପଣଙ୍କୁ ନିଦ ନ ଆସିବାର ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ପଞ୍ଚମ ପ୍ରଣାଳୀ -କ୍ଷୀର ଏବଂ ମହୁର ମିଶ୍ରଣ ନିଦ ଆଣିବାରେ ବହୁତ ଭଲ ଘରୋଇ ଉପଚାର ହୋଇଥାଏ । କିନ୍ତୁ ଧ୍ୟାନରଖିଥିବେ ଏହି ମିଶ୍ରଣରେ କ୍ଷୀର ଅଧିକ ଗରମ ହୋଇନଥିବା ଆବଶ୍ୟକ । ଯେଉଁମାନଙ୍କୁ ଡାଇବେଟିସ ରହିଛି ସେମାନେ ଏହି ଉପଚାର ସେବନ କରନ୍ତୁ ନାହିଁ ।

ଷଷ୍ଠ ପ୍ରଣାଳୀ -ଆପଣ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଗରମ ପାଣିରେ ଏକ ଚାମୋଚ ଜିରା ଗୁଣ୍ଡ ମିଶାଇ ଏହାକୁ କିଛି ସମୟ ରଖିପିଅନ୍ତୁ, ଏହାଦ୍ୱାରା ଆପଣଙ୍କୁ ବହୁତ ଭଲ ନିଦ ଆସିଥାଏ ।

ଏହି ସବୁ କରିବା ସହିତ ଆପଣଙ୍କୁ ଅଶୋ ଡାଇନାମିକ ମେଡ଼ିଟେସନ କରିବାକୁ ପଡିବ ଯାହା ଫଳରେ ଆପଣ ଆପଣଙ୍କ ମୁଣ୍ଡରେ ଥିବା କ୍ଲାନ୍ତି ବା ଟ୍ରେସ କୁ ସମ୍ପୂର୍ଣ ଭାବରେ ଦୂର କରିପାରିବେ ଓ ଶାନ୍ତିରେ ଶୋଇବେ।ଏହି ମେଡ଼ିଟେସନ ଚାଲିସ ମିନିଟ ହୋଇଥାଏ ।ଏହା ପ୍ରତେକ ଦିନ କରିବା ଆବଶ୍ୟକ ଅଟେ ।

ଏହାଛଡା ଆପଣ ଭଲରେ ଭୋଜନ କରନ୍ତୁ ଏବଂ ସକାଳୁ ଉଠି ଭାସ୍ତ୍ରିକା ପ୍ରାଣାୟାମ, ଅନୁଲମ ବିଲୟମ ପ୍ରାଣାୟାମ ଓ ନାରୀ ସଦରମ ପ୍ରାଣାୟାମ ନିଶ୍ଚିତ କରନ୍ତୁ । ଦେଖିବେ ଏହା ଆପଣଙ୍କ ମସ୍ତିଷ୍କକୁ ଶାନ୍ତ ରଖିବା ସହିତ ସମସ୍ତ ଟେନସନ ଓ ଷ୍ଟ୍ରେସ ଦୂର କରିଦେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।