
Dr. Shalini Tiwari – ଯୋନିରେ ସଂକ୍ରମଣ କାହିଁକି ହୁଏ ? ଏହାକୁ କିପରି ରୋକା ଯାଇ ପାରିବ
ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ବର୍ତ୍ତମାନ ସମୟରେ ପ୍ରାୟତଃ ଅଧିକାଂଶ ନାରୀମାନଙ୍କ କ୍ଷେତ୍ରରେ ଯୋନି ସଂକ୍ରମଣ ହେବାର ଦେଖା ଯାଇଥାଏ । ଆଉ ଆଜି ଆମେ ଜାଣିବା ଏହାର ସଂମ୍ପୂର୍ଣ୍ଣ ବିବରଣୀ ବିଷୟରେ,
ଯୋନି ସଂକ୍ରମଣ କଣ ?ଯୋନି ସଂକ୍ରମଣ ପ୍ରାୟତଃ ମେଚିଅର ମହିଳା ମାନଙ୍କ ପାଖରେ ଦେଖିବାକୁ ମିଳିଥାଏ । ପ୍ରକୃତରେ ଯୋନିର ଏକ ନର୍ମାଲ pH ରହିଛି । ଏସିଡ ଓ ଆଲକାଲାଇନ ମଧ୍ୟରେ ଏକ ବାଲାନ୍ସକୁ pH ଦର୍ଶାଇଥାଏ ।
ଅର୍ଥାତ ଯଦି pH 7 ରୁ ଅଧିକ ତେବେ ଆଲକାଲାଇନ ଓ ଯଦି 7 ରୁ କମ ତାହା ଏସିଡ। ଯୋନିର pH 4-4.5 ମଧ୍ୟରେ ରହିବା ଉଚିତ।ଲାକ୍ଟୋବାସିଲାଇ ନାମକ ବ୍ୟାକ୍ଟେରିଆ ଯୋନିର pH କୁ ଠିକ ରଖିବାରେ ସାହାଯ୍ୟ କରିଥାଏ। ଯଦ୍ୱାରା ଇନଫେକ୍ସନ ହୁଏ ନାହିଁ । କିନ୍ତୁ କୌଣସି କାରଣ ପାଇଁ ଯଦି ଏହି ବ୍ୟାକ୍ଟେରିଆ କମିଯାଏ ବା ନଷ୍ଟ ହୋଇଯାଏ ତେବେ ଯୋନିର pH ବାଲାନ୍ସ ହୋଇ ରହେ ନାହିଁ ଓ ଇନଫେକ୍ସନ ହୋଇଥାଏ।
ଇନଫେକ୍ସନ ହୁଏ କାହିଁକି?:-
– ବହୁତ ଦିନ ଧରି କିଛି ଡ୍ରଗ୍ସ ବା ଆଣ୍ଟିବାୟୋଟିକ ବ୍ୟବହାର କରିବା ଦ୍ୱାରା ।- ବଡିରେ କୌଣସି ଇମ୍ୟୁନୋ କମ୍ପ୍ରମାଇଜ ଷ୍ଟେଟ ଥିଲେ ଯେପରି ଆପଣଙ୍କୁ ଡାଇବେଟିସ, HIV ରୋଗ ହୋଇଥିବ ବା କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିବ ସେତେବେଳେ ମଧ୍ୟ ଇଂଫେକ୍ସନ ହବାର ସମ୍ଭାବନା ଥାଏ। ଏହି ଅବସ୍ଥାରେ candida ଫଙ୍ଗସ ଦ୍ବାରା ଫଙ୍ଗାଲ ଇଂଫେକ୍ସନ ହୋଇଥାଏ।- ପ୍ରେଗନେନ୍ସି ସମୟରେ ମଧ୍ୟ ଇଂଫେକ୍ସନ ହୋଇଥାଏ।
ଇନଫେକ୍ସନର ଲକ୍ଷଣ:-
ଇଂଫେକ୍ସନ ବହୁତ ପ୍ରକାର ର ହୋଇଥାଏ।ପ୍ରକାର ଭେଦ ଅନୁସାରେ ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ।
a-ବ୍ୟାକ୍ଟେରିଆଲ ଭଯାଇନୋସିସ –
-ଏହି ଇଂଫେକ୍ସନରେ ହ୍ଵାଇଟ ବା ଗ୍ରେ କଲରର ଡିସଚାର୍ଜ ହୋଇଥାଏ।
-କୌଣସି କୁଣ୍ଡେଇ ହୁଏ ନାହିଁ।
– ବହୁତ ଫିସିସ୍ମେଲ ହୁଏ ।
b-ଭାଯାଇନାଲ ଇଷ୍ଟ ଇଂଫେକ୍ସନ:-
-ଦହି ଭଳି ବହଳିଆ ହ୍ଵାଇଟ ଡିସଚାର୍ଜ ହୁଏ।
-ଏଥିରେ ବେଶୀ କିଛି ଖରାପ ସ୍ମେଲ ହବନି।
-ପରିସ୍ରା କରିବା ବେଳେ ଜଳାପୋଡା କରିପାରେ।
-ଯୋନି କୁଣ୍ଡେଇ ହୋଇଥାଏ।
ଏହାଛଡା ସାଧାରଣ ଏକ ଇଂଫେକ୍ସନ ରହିଛି ଯେଉଁଥିରେ ୟେଲୋ କଲରର ଡିସଚାର୍ଜ ହୁଏ । ଏହି କେସରେ ମହିଳାଙ୍କ ସହିତ ତାଙ୍କ ସ୍ୱାମୀଙ୍କର ମଧ୍ୟ ଚିକିତ୍ସା କରାଯାଏ ।
ଚିକିତ୍ସା:-
ଉପରୋକ୍ତ ଲକ୍ଷଣ ଦେଖାଗଲେ ଆପଣ ପ୍ରଥମେ କୌଣସି ଘରୋଇ ଉପଚାର ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଡାକ୍ତରଙ୍କ ପାଖକୁ ଯିବେ ଡାକ୍ତର ଆପଣଙ୍କୁ କିଛି ମାସର ମେନ୍ସଷ୍ଟ୍ରକ୍ସନ ସାଇକେଲ ବିଷୟରେ ପଚାରି ପାରନ୍ତି । କିଛି ଟେଷ୍ଟ କରିବା ପାଇଁ କହିପାରନ୍ତି। ଲପରେ ସେ ଏହାର ଚିକିତ୍ସା କରିଥାନ୍ତି।
କିଛି ଗୁରୁତ୍ୱପୂର୍ଣ୍ଣ ସାବଧାନତା:-
– ବ୍ୟବାହର କରୁଥିବା under ଗାର୍ମେଣ୍ଟ ଗୁଡିକୁ 10 ମିନିଟ ଯାଏ ଗରମ ପାଣିରେ ବୁଡାଇ ରଖି ଭଲ ଭାବରେ ଧୋଇ ଭଲ ଭାବରେ ଶୁଖିଲା ପରେ ବ୍ୟବହାର କରନ୍ତୁ। କଟନ ଗାର୍ମେଣ୍ଟ ହିଁ ବ୍ୟବହାର କରନ୍ତୁ ।
-ସେହି ସ୍ଥାନରେ ସାବୁନ ବା ଅନ୍ୟ କିଛି କେମିକାଲ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ । ନର୍ମାଲ ପାଣି ରେ ହିଁ ଧୋଅନ୍ତୁ।
-ସେହି ସ୍ଥାନକୁ ସର୍ବଦା ସଫା ଓ ଶୁଖିଲା ରଖିବା ପାଇଁ ଚେଷ୍ଟା କରନ୍ତୁ।
-କିଛି ଓଏଣ୍ଟମେଣ୍ଟ,କ୍ରିମ,ଲୋସନ ଆଦି ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
-ଶାରିରୀକ ସମ୍ବନ୍ଧ ପରେ ସଙ୍ଗେ ସଙ୍ଗେ ପରିସ୍ରା କରନ୍ତୁ ଓ ସେହି ସ୍ଥାନକୁ ଧୋଇ ଦିଅନ୍ତୁ।
-ପାଣି ଆବଶ୍ୟକ ପରିମାଣର ପିଅନ୍ତୁ । ତାସହିତ ବଟର ମିଲ୍କ ବା ଦହି ଖାଆନ୍ତୁ ।