ସବୁ ସମୟ ଖବର ସାଥିରେ

Exclusive: ଅଡିଓ କଲରେ ସୌମ୍ୟଜିତଙ୍କଖୋଲିଗଲା ସବୁ ପୋଲ୍ ! ଶ୍ଵେତାଙ୍କ ସାଙ୍ଗ, ଶ୍ଵେତାଙ୍କୁ କିପରି ୟୁଜ ଆଉ ଟର୍ଚର କରୁଥିଲେ ସୌମ୍ୟଜିତ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ…

0 16

ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ହେଉଛି ହେଉଛି ଶ୍ଵେତା ଉତ୍କଲା କୁମାରୀଙ୍କ ମୃତ୍ୟୁର ରହସ୍ୟ | ଶ୍ଵେତା ପେଶାରେ ଜଣେ ସଫ୍ଟୱାରେ ଇଞ୍ଜିନିଅର ହୋଇଥିବା ବେଳେ ସେ ଭୁବନେଶ୍ୱରରେ ଇଂଫୋସିସ କମ୍ପାନୀରେ ଜବ କରୁ ଥିଲେ | ନିଜେ ସେ ଜଣେ ଉଚ୍ଚ ଶିକ୍ଷିତ ମହିଳା ହୋଇଥିବା ବେଳେ ଭଲ ଚାକିରୀ ମଧ୍ୟ କରି ଥିଲେ | ସେ ଭୁବନେଶ୍ୱରର ଶୈଳେଶ୍ରୀ ବିହାର ଅଞ୍ଚଳରେ ଏକ ଆପାର୍ଟମେଣ୍ଟ ଭଡାରେ ରହୁଥିଲେ
କିନ୍ତୁ ହଠାତ ତାଙ୍କ ରୁମରୁ ତାଙ୍କର ମୃତ ଦେହ ମିଳିଥିଲା |ଏ ନେଇ ତାଙ୍କ ବାପା ସୌମ୍ୟଜିତ ମହାପାତ୍ରଙ୍କ ଆରେଷ୍ଟ ନେଇ ଶ୍ଵେତାଙ୍କ ବାପା ଏତଲା ଦାୟର କରିଥିଲେ| ପୋଲିସ ମଧ୍ୟ ସୌମ୍ୟଜିତଙ୍କ ଜେରା କରିଥିବାର ସୂଚନା ମିଳି ଥିଲା | ହେଲେ ଏବେ ସୌମ୍ୟଜିତଙ୍କ ବିରୁଦ୍ଧରେ ଅନ୍ୟ ଏକ ପ୍ରମାଣ ହାତରେ ଲାଗିଛି | ଏହା ଏକ କଲ ରେକର୍ଡିଙ୍ଗ ଏବଂ ଏହି ଥିରେ ଶ୍ଵେତାଙ୍କ ବଡ ଭାଇ ଓ ତାଙ୍କ ଜଣେ ବନ୍ଧୁ କଥା ହେଉଥିବାର ଜଣା ପଡିଛି |
ଏହି ରେକର୍ଡ଼ିଂ ଶୁଣିଲା ପରେ ସୌମ୍ୟଜିତଙ୍କ ଅସଲ ଚେହେରା ସମସ୍ତଙ୍କ ନଜରକୁ ଆସି ଯାଇଛି | ଶ୍ଵେତାଙ୍କର ଏହି ବନ୍ଧୁ ଜଣଙ୍କ ବହୁତ କ୍ଲୋଜ ଥିଲେ ତେଣୁ ସେ ସମସ୍ତ କଥା ତାଙ୍କୁ ସେୟାର କରୁଥିଲେ |ସେ ଅଗଷ୍ଟ ଚାରି ତାରିଖରେ ଶେଷ କଥା ହୋଇଥିଲେ ଓ ଶ୍ଵେତା ତାଙ୍କ ସହ ବହୁତ କଥା ସେୟାର କରିଥିଲେ | ସୌମ୍ୟଜିତଙ୍କର ଶ୍ଵେତାଙ୍କ ପୂର୍ବରୁ ୩ ଜଣା ଝିଅଙ୍କ ସହିତ ଅଫେୟାର୍ସ ଚାଲିଥିଲା କିନ୍ତୁ ସେ ଅ ବିଷୟରେ ଶ୍ଵେତାଙ୍କୁ ଜଣାଇ ନ ଥିଲେ |

ଶ୍ଵେତାଙ୍କର ସୌମ୍ୟଜିତଙ୍କ ପୂର୍ବରୁ କାହା ସହିତ ଅଫେୟାର୍ସ ନ ଥିଲା ଏବଂ ସେ ଜଣେ ମଜାଳିଆ ଓ ଭଲ ପାଠ ପଢ଼ୁଥିବା ଝିଅଟିଏ ଥିଲେ | ସେ କହିଛନ୍ତି ଯେ ଲକ ଡାଉନ ସମୟରେ ସୌମ୍ୟଜିତଙ୍କ ଚାକିରୀ ନ ଥିବା ବେଳେ ସେ ସମସ୍ତ ଖର୍ଚ୍ଚ ପାଇଁ ସେ ବହୁତ ଟଙ୍କା ଦେଇଥିବା ବେଳେ ଜଣେ ମାଆ ଭଳି ତାର ଯତ୍ନ ନେଉଥାନ୍ତି | ସେମାନେ କିଛି ଦିନ ଏକାଠି ରହିବା ସମୟରେ ସେ ନିଜେ ରୋଷେଇ କରି ତାଙ୍କୁ ଖୁଆଇଛନ୍ତି |
ଶ୍ଵେତା ରିଲେସନସିପକୁ ଆସିବା ପୂର୍ବରୁ ପଚାରି ଥିଲେ କି ଯଦି ସେ ସବୁଦିନ ପାଇଁ ସମ୍ପର୍କରେ ରହିବେ ତାହେଲେ ସେ ତାଙ୍କୁ ଭଲ ପାଇବେ ଏବଂ ଏହି କଥାରେ ମଧ୍ୟ ସୌମ୍ୟଜିତ ରାଜି ହୋଇଥିବାରୁ ସେ ତାଙ୍କୁ ଭଲ ପାଇଥିଲେ | କିନ୍ତୁ ସେ ବାରମ୍ବାର ଭଲ ପାଇବାର ଅଭିନୟ କରୁଥିଲେ ଯାହା ଫଳରେ ଶ୍ଵେତା ମଧ୍ୟ ତାଙ୍କୁ ଭଲ ପାଇ ବସିଥିଲେ ଏବଂ ଶେଷରେ ଏମିତି ବ୍ରେକ ଅଫ କରି ଦେଇଥିଲେ |

ଶ୍ଵେତା ତାଙ୍କ ସାଙ୍ଗକୁ କହିଛନ୍ତି କି ଥରେ ତାଙ୍କ ପାଦରେ ଗରମ ଚା ପଡି ଯାଇଥିଲା କିନ୍ତୁ ସୌମ୍ୟ ସେଥି ପ୍ରତି ଜମା ଧ୍ୟାନ ନ ଦେଇ ତାଙ୍କୁ ପୁଣି ବିସ୍କିଟ ଆଣିବାକୁ କହୁଥିଲେ | ସୌମ୍ୟ ଶ୍ଵେତାଙ୍କୁ କହୁଥିଲେ ଯେ ତାଙ୍କର ସାଙ୍ଗ ମାନଙ୍କୁ ତାଙ୍କ ରୁମକୁ ଡ଼ାକିବା ପାଇଁ ଏବଂ ସେ ସେମାନଙ୍କ ସହ ଏନଜୟ କରିବାକୁ ଚାହୁଁଥିଲେ |

ଏହି ସବୁ କଥା ଶ୍ଵେତାଙ୍କୁ ବହୁତ ବାଧୁଥିଲା | କାରଣ ସେ ତାଙ୍କୁ ଜୀବନରୁ ଅଧିକ ଭଲ ପାଉଥିଲେ କିନ୍ତୁ ସୌମ୍ୟଜିତ ତାଙ୍କ ସହ ଛଳନା କରୁଥିଲେ | ସୌମ୍ୟଜିତ କେବେକେବେ ଶ୍ଵେତାଙ୍କୁ ମାଡ଼ ମାରିଥିବାର କଥା ତାଙ୍କ ସାଙ୍ଗ ଜଣାଇଛନ୍ତି |ଏହି ଘଟଣା ନେଇ ତାଙ୍କ ଭାଇ ବହୁତ ମର୍ମାହତ ଅଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।