ସବୁ ସମୟ ଖବର ସାଥିରେ

Viral Video :ହରଣ କରି ନ ପାରି ହରଡ ଘଣାରେ ପଡିଲେ ଦିଦି, ଭିଡିଓ ଦେଖିଲେ ଅପଣଙ୍କ ପାଦ ତଳୁ ମାଟି ଖସିଯିବ ! ଦେଖନ୍ତୁ..

0 14

ଗୁରୁଙ୍କୁ ଜ୍ଞାନର ଗନ୍ତାଘର କୁହା ଯାଇଥାଏ କାରଣ ଗୁରୁଙ୍କ ପାଖରୁ ସଠିକ ଜ୍ଞାନ ଆହୋରଣ କରି ପିଲା ମାନେ ସତ ପଥରେ ଯାଇ ଥାନ୍ତି | ହେଲେ ଆଜି କାଲି ଗଣ ମାଧ୍ୟମରେ ଗୁରୁଙ୍କ ସମ୍ପର୍କରେ ବିଭିନ୍ନ ପ୍ରକାର ଖବର ଦେଖି ବାକୁ ମିଳୁଛି | କୋଉଁଠି ସ୍କୁଲରେ ଖାଇବା ନେଇ ଅଭିଯୋଗ ହେଉଛି ତ କୋଉଁଠି ଗୁରୁଙ୍କ ପାଠ ପଢାକୁ ନେଇ ଅଭିଯୋଗ ହେଉଛି | ଆଜି ଆମେ ଆପଣଙ୍କୁ ଏମିତି କିଛି ଏକ ଖବର ବିଷୟରେ କହିବାକୁ ଯାଉଛୁ ଯାହା କି ଏକ ଲଜ୍ୟା ଜନକ ଖବର | ଏକ ଶିକ୍ଷୟିତ୍ରୀ ଜଣକ ପିଲା ମାନଙ୍କୁ ଭୁଲ ହରଣ ପ୍ରକ୍ରିୟା ଶିଖାଉ ଥିବାରୁ ନିଲମ୍ବିତ ହୋଇଛନ୍ତି | ଆସନ୍ତୁ ଜାଣିବା ଏହା ସମ୍ପର୍କରେ |
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ପିଲା ମାନଙ୍କ ଶିକ୍ଷା ପାଇଁ ବିଭିନ୍ନ ଯୋଜନା ଓ ସମସ୍ତ ଉନ୍ନତ ମାନଙ୍କ ଶିକ୍ଷା ପ୍ରଦାନ କରିବା ପାଇଁ ସମସ୍ତ ଯୋଜନା କରୁଛନ୍ତି | କିନ୍ତୁ ଶିକ୍ଷୟିତ୍ରୀ ଭୁଲ ପାଠ ପଢ଼ାଇଲେ ସରକାର କଣ ବା କରି ପାରିବେ | ମଧ୍ୟପ୍ରଦେଶ ରାଜ୍ୟର ଵାଲା ଘାଟ ଶାସ୍ତ୍ରୀୟ ସ୍କୁଲର ଜଣେ ଗଣିତ ଶିକ୍ଷୟତ୍ରୀ ପିଲା ମାନଙ୍କୁ ଭୁଲ ହରଣ ଶିଖାଉ ଥିବାର ଏକ ଭିଡିଓ ଏବେ ଗଣ ମାଧ୍ୟମରେ ଭାଇରଲ ହେବାରେ ଲାଗିଛି | ଏ କଥାଟି ଆପଣଙ୍କୁ ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏହା ଏକ ସତ ଘଟଣା ଅଟେ |

ଶିକ୍ଷୟିତ୍ରୀ ଜଣଙ୍କ ଶ୍ରେଣୀ ଗୃହରେ ପାଠ ପଢାଉ ଥିବା ସମୟରେ ହଠାତ ଜିଲ୍ଲା ପାଳ ସ୍କୁଲ ଭିତରକୁ ପଶି ଆସି ଥିଲେ | ପାଠ ପଢ଼ାରେ କେମିତି ଚାଲିଛି ତଦାରଖ କରିବା ପାଇଁ ଆସି ଥିବା ବେଳେ ଶିକ୍ଷୟିତ୍ରୀ ଜଣଙ୍କୁ କଳାପଟାରେ ଭୁଲ ହରଣ ପ୍ରକ୍ରିୟା ପିଲା ମାନଙ୍କୁ ପଢାଉ ଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ଥିଲେ | ସେ ଶିକ୍ଷୟିତ୍ରୀ ଜଣଙ୍କୁ ଜିଲ୍ଲାପାଳ ଗଣିତର ହରଣ ବୁଝାଇ ବାକୁ କହି ଥିଲେ | କିନ୍ତୁ ଶିକ୍ଷୟିତ୍ରୀ ଜଣଙ୍କ ବୁଝାଇ ବାରେ ଫେଲ ହୋଇ ଥିଲେ | ଏହି ଭିଡିଓରେ ତାଙ୍କର ହରଣ ପ୍ରକ୍ରିୟା ସ୍ପଷ୍ଟ ଭାବରେ ବୁଝା ପଡୁଛି |

ଏହି ଭଳି ଶିକ୍ଷୟିତ୍ରୀଙ୍କ ହାତରେ ପିଲା ମାନଙ୍କର ଭବିଷ୍ୟତ କଣ ହେବ ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଚି | ଶେଷରେ ଜିଲ୍ଲାପାଳ ପ୍ରଧାନ ଶିକ୍ଷକଙ୍କୁ ତାଗିଦ କରିବା ସହ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ଥିବାର ଜଣା ପଡିଛି |ଭଲ ପିଲା ମାନେ ଭୁଲ ପାଠ ବୁଝୁ ଥିବା ବେଳେ ଖରାପ ପିଲା ମାନେ କିଛି ବୁଝି ପାରୁ ନ ଥିବେ |

ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ ସରକାରଙ୍କ ଠାରୁ ଦରମା ନେଇ ନିଜର କାର୍ଯ୍ୟ ପ୍ରତି ବିଶେଷ କରି ପିଲା ମାନଙ୍କ ପାଠ ପଢା ପ୍ରତି ଅତ୍ୟନ୍ତ ଦାୟିତ୍ୱ ବାନ ହେବା ଉଚିତ | ଏ ଭଳି ନ ହେଲେ ଶିକ୍ଷା ବ୍ୟବସ୍ଥା ଖୁବ କମ ଦିନରେ ବିଗିଡି ଯିବାର ସମ୍ଭାବନା ରହିଛି | ପିଲାଙ୍କୁ ପାଠ ପଢାଇବା ପୂର୍ବରୁ ପ୍ରଥମେ ନିଜେ ସେହି ପାଠରେ ଜ୍ଞାନ ଆହୋରଣ କରିବା ଦରକାର | କାରଣ ନିଜେ ଭଲ ଜ୍ଞାନ ରଖି ଥିଲେ ପିଲାଙ୍କୁ ଭଲ ଭାବରେ ଶିକ୍ଷା ଦେଇ ପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।