ସବୁ ସମୟ ଖବର ସାଥିରେ

ମାତ୍ର ୧୪ ଦିନ ଖାଆନ୍ତୁ, ଲିଭର ( Liver ) ରୁ ସମସ୍ତ ଆବର୍ଜନା ବାହାରି ଯିବ ,୧୦୦% ଗ୍ୟାରେଣ୍ଟି – Health Tips

0 10

ଆଜିକାଲି ଅଧିକାଂଶ ଲୋକଙ୍କ ଠାରେ ଅଭ୍ୟନ୍ତରୀଣ ଅଙ୍ଗ ମାନଙ୍କରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଉଛି | ବିଶେଷ କରି ଲୋକଙ୍କ ଠାରେ ଲିଭର ଜନିତ ରୋଗ ବହୁଳ ମାତ୍ରାରେ ହେଉ ଅଛି | ଲିଭର ଆମ ଶରୀରର ଏକ ଗୁରୁତ୍ୱପୂର୍ଣ ଅଙ୍ଗ | ଏଥିରୁ ଝରୁଥିବା ପିତ୍ତ ରସ ଦ୍ୱାରା ଆମ ଖାଦ୍ୟ ହଜମ ହୋଇ ଥାଏ | ଆମ ଶରୀରରେ ଥିବା ବିଭିନ୍ନ ମଇଳା ଓ ଟକ୍ସଇନକୁ ବାହାର କରିବାରେ ଲିଭର ହିଁ ସାହାଯ୍ୟ କରି ଥାଏ | ଆମେ ଯୋଉଁ ଜଙ୍କ ଫୂଡ ବା ଅଧିକ ତେଲ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ ଟକ୍ସଇନ ସୃଷ୍ଟି ହୋଇ ଥାଏ | ଲିଭର ଟକ୍ସଇନକୁ ବାହାର କରି ନ୍ୟୁତ୍ରୀଏଣ୍ଟସ ଗୁଡିକ ଷ୍ଟୋର କରି ଥାଏ |
ଯଦି ଆପଣ ଖରାପ ଖାଦ୍ୟ ଖାଉଛନ୍ତି ବା ଖରାପ ପାଣି ପିଉଛନ୍ତି ତାହା ଦ୍ୱାରା ଆମ ଶରୀରରେ ଟକ୍ସଇନ ଜମା ହୋଇ ଥାଏ | ଏହାର ମାତ୍ର ଅଧିକ ହେଲେ ଏହା ଲିଭରରେ ଜମା ହୋଇ ଯାଇଥାଏ ଯାହା ଫଳରେ ଲିଭର ପ୍ରୋବ୍ଲେମ ଦେଖା ଯାଏ | ସେଥିପାଇଁ ଆପଣଙ୍କି ପିରିୟଡ଼କାଲି ଡିଟକ୍ସଇଫାଏଡ କରିବାକୁ ପଡିବ | ଯେମିତି ଏହି ଟକ୍ସଇନ ଜମା ହେବ ନାହିଁ ଓ ଆମ ଲିଭର ଠିକ ରହିବ | ତେଣୁ ଡିଟକ୍ସଇଫିକେସନ ପାଇଁ ଆଜି ଆମେ ଆପଣଙ୍କୁ ତିନୋଟି ଉପଚାର ବିଷୟରେ ବତାଇବୁ | ଏହା ସମ୍ପୂର୍ଣ ରୂପେ ଏକ ପ୍ରାକୃତିକ ଓ ଘରୋଇ ଉପଚାର ଅଟେ | ଏହାର କୌଣସି ସାଇଡ ଏଫେକ୍ଟ ନାହିଁ | ଆସନ୍ତୁ ଜାଣିବା ସେ ବିଷୟରେ |
ଉପଚାର :-1ଏହା ପାଇଁ ଆପଣ ଏକ ଚାମଚ ହଳଦୀ ଓ ଅଧା ଚାମଚ ଗୋଲମରିଚ ଗୁଣ୍ଡ ଦରକାର ପଡିବ | ପ୍ରଥମେ ଆପଣ ଏକ ଗ୍ଲାସ ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ଓ ଅଧା ଚାମଚ ଗୋଲମରିଚ ଗୁଣ୍ଡକୁ ଭଲ ଭାବରେ ମିଶାଇ ଦିଅନ୍ତୁ | ଏହାକୁ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ପିଅନ୍ତୁ | ପନ୍ଦର ଦିନ ପରେ ଆପଣ ପରିବର୍ତ୍ତନ ଲକ୍ଷ୍ୟ କରି ପାରିବେ | ହଳଦୀରେ ବହୁତ ପରିମାଣରେ ଆଣ୍ଟିଅକ୍ସଇଡେଣ୍ଟ ଥାଏ ଯାହା ଆମ ଲିଭରରୁ ଫେଟ ବାହାର କରି ନୂଆ ସେଲ ସୃଷ୍ଟି କରିଥାଏ |
ଉପଚାର :-2ଦ୍ୱିତୀୟ ରେମେଡି ପାଇଁ ଆପଣଙ୍କୁ ଦରକାର କଲରା ଓ ଅଁଳା | ଅଁଳାରେ ପ୍ରଚୁର ପରିମାଣରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସଇଡେଣ୍ଟ ରହିଥାଏ | ଯାହା ଆମ ଲିଭରକୁ ଅକ୍ସଇଦେଟିଭ ଡେମେଜରୁ ବଞ୍ଚାଇ ଥାଏ ଏବଂ ଟକ୍ସଇନକୁ ବାହାର କରିଥାଏ | କଲରା ଆମ ଲିଭରକୁ ଇନଫ୍ଲାମେସନରୁ ବଞ୍ଚାଇ ଥାଏ ଏବଂ ରକ୍ତକୁ ପ୍ୟୁରିଫାୟ ମଧ୍ୟ କରିଥାଏ | ଏକ ଗ୍ଲାସ ଉଷୁମ ପାଣି ନେଇ ସେଥିରେ ଆପଣ ଅଁଳାର ଦୁଇ ଚାମଚ ରସ ଓ ଦୁଇ ଚାମଚ କଲରା ରସକୁ ମିଶାଇ ଦିଅନ୍ତୁ | ଏହାକୁ ଦ୍ବିପ୍ରହରର ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ସେବନ କରନ୍ତୁ | ଏହାକୁ ମଧ୍ୟ ପନ୍ଦର ଦିନ ପାଇଁ ବ୍ୟବହାର କରନ୍ତୁ |
ଉପଚାର :-3ତୃତୀୟ ଉପଚାର ପାଇଁ ଆପଣଙ୍କୁ ଗୋଟିଏ ରସୁଣର ଦୁଇତି ପାଖୁଡା ନେଇ ରାତିରେ ଶୋଇବା ପୂର୍ବରୁ ଚୋବାଇ ଖାଇବା ପାଇଁ ପଡିବ | ଯଦି ଆପଣ ଏହାକୁ ଚୋବାଇ ଖାଇ ପାରୁ ନାହାନ୍ତି ତାହେଲେ ଏହାକୁ ବାଟି ପାଣିରେ ମିଶାଇ ପିଇ ଦିଅନ୍ତି | ରସୁଣ ଲିଭରରେ ଫେଟକୁ କମାଇ ଥାଏ ଓ ନୂଆ କୋଷ ତିଆରି କରିଥାଏ | ଏହାକୁ ପନ୍ଦର ଦିନ ବ୍ୟବହାର କଲେ ଆପଣ ଫରକ ଜାଣି ପାରିବେ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।