ସବୁ ସମୟ ଖବର ସାଥିରେ

DR. Aparna C. -ମାସିକଧର୍ମର କେତେ ଦିନ ପରେ ପ୍ରେଗ୍ନେନ୍ସି ଟେଷ୍ଟ କରିବା କଥା [ HCG Test ] ଜାଣନ୍ତୁ ?

0 15

ପ୍ରତ୍ୟେକ ନାରୀ ଜୀବନ ସାର୍ଥକ ହେଇଥାଏ ଯେତେବେଳେ ସେ ମାତୃତ୍ୟ ଲାଭ କରିଥାଏ |ଦୁନିଆରେ ମାଆ ଠୁ ବଡ କେହି ନାହିଁ, ସେଇଥି ପାଇଁ ତ କୁହାଯାଏ ଯେ “ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ “| ଝିଅ ମାନେ ବିବାହ ପରେ ମନରେ ପିଲା ପାଇଁ ଉତ୍କଣ୍ଠା ଜାଗ୍ରତ ହେଇଥାଏ |
ସାଧାରଣତଃ ମହିଳା ମାନଙ୍କର ଋତୁ ସ୍ରାବ ବନ୍ଦ ହୋଇ ଗଲେ ସେମାନେ ମନରେ ଗର୍ଭବତୀ ହେବାର ଭୟ କରି ଥାନ୍ତି | କିନ୍ତ ଏହା ଆପଣଙ୍କର ଅନ୍ୟାନ କାରଣ ପାଇଁ ମଧ୍ୟ୍ୟ ହୋଇ ଥାଇ ପାରେ | ଅଧିକାଂଶ ମହିଳା ମାନେ ଜାଣି ନ ଥାନ୍ତି କି ଋତୁ ସ୍ରାବ ବନ୍ଦ ହେବାର କେତେ ଦିନ ପରେ ଜଣେ ମହିଳା ଗର୍ଭବତୀ ହୋଇ ପାରିବେ | ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ |

ଋତୁସ୍ରାବର ପରେ ଏକ ନିର୍ଦିଷ୍ଟ ସମୟରେ ମହିଳା ମାନେ ଗର୍ଭବତୀ ହୋଇ ଥାନ୍ତି | ମାସିକ ଋତୁସ୍ରାବର ବନ୍ଦ ପରେ ପ୍ରେଗନାନସି ଟେଷ୍ଟ କରିବା ଆବଶ୍ୟକ | କିନ୍ତୁ ଯଦି ଆପଣ ଓଭ୍ୟୁଲେସନର ଆଠ ଦିନ ପୂର୍ବରୁ ପ୍ରେଗନାନସି ଟେଷ୍ଟ କରନ୍ତି ତେବେ ଏହା ଆପଣଙ୍କୁ ସଠିକ ଫଳାଫଳ ଦେବ ନାହିଁ | ଏହାର କାରଣ ହେଉଛି ଗର୍ଭ ଧାରଣ କେବଳ ଫୋରଟୀଲାଈଯେସନର ପରେ ପରୀକ୍ଷା କରିବା ଉଚିତ | ହ୍ୟୁମାନ କରିଅନିକ ହର୍ମୋନ ଯାହାକୁ ଗର୍ଭ ଧାରଣ କରିବାର ହର୍ମୋନ କୁହା ଯାଇ ଥାଏ ତାହା ଏଗର ଫୋରଟୀଲାଈଯେସନ ପରେ ମଧ୍ୟ ଗୁପ୍ତ ହୋଇ ନ ଥାଏ |

ପିରିୟଡ଼ ମିସ ହେବା ପରେ ଅନ୍ୟ ଏକ ମାସରେ ପିରିୟଡ଼ର ଚାରି ଦିନ ପୂର୍ବରୁ ଆପଣ ପରୀକ୍ଷା କରି ପାରିବେ | ଅଣ୍ଡା ଦେବା ପରେ ପରବର୍ତ୍ତୀ ଋତୁସ୍ରାବର ସମୟ ଚଉଦ ଦିନ ହୋଇ ଥାଏ |ଏପରି ପରିସ୍ଥିତିରେ ପରବର୍ତ୍ତୀ ଋତୁଶ୍ରାବର ଚାରିଦିନ ପୂର୍ବରୁ ପ୍ରେଗନାନସି ଟେଷ୍ଟ କରା ଯାଇଥାଏ | ଓଭ୍ୟୁଲେସନର ଛରୁ ବାର ଦିନ ଭିତରେ ଗର୍ଭବତୀ ହେବାର ବେଶୀ ସୁଯୋଗ ରହି ଥାଏ | ଗର୍ଭବତୀ ହେବା ପରେ ହ୍ୟୁମାନ କରିଅନିକ ହର୍ମୋନର ସ୍ତର ଦୁଇ ଗୁଣ ହୋଇ ଯାଇଥାଏ | ଏହି ହର୍ମୋନ ଆପଣଙ୍କ ଗର୍ଭ ଧାରଣ ହେବାକୁ ସମ୍ଭବ କରିଥାଏ |

ଗର୍ଭ ଧାରଣ ହେବାର ପୂର୍ବରୁ ମହିଳା ମାନଙ୍କ ପିରିୟଡ଼ ବନ୍ଦ ହେବା ଏକ ପ୍ରାଥମିକ ଲକ୍ଷଣ | ଏହା ସହ ବାନ୍ତି ଲାଗିବା, ଥକା ଲାଗିବା, ପେଟରେ ଯନ୍ତ୍ରଣା ଅନୁଭବ ହେବା ଖାଇବା ପ୍ରତି ଗନ୍ଧ ହେବା ଇତ୍ୟାଦି ଏହାର ଲକ୍ଷଣ ହୋଇ ପାରେ | ମହିଳା ମାନଙ୍କୁ ସକାଳୁ ଉଠି ପ୍ରେଗନାନସି ଟେଷ୍ଟ କରିବା ଉଚିତ | ସାଧାରଣ କ୍ଷେତ୍ରରେ ମହିଳା ମାନେ ପ୍ରେଗନାନସି କିଟ ବ୍ୟବହାର କରି ଏହି ଟେଷ୍ଟ ଘରେ କରି ପାରୁଛନ୍ତି | କିନ୍ତୁ ଏହାର ରକ୍ତ ପରୀକ୍ଷା ଦ୍ୱାରା ସଠିକ ଭାବେ ଜଣା ପଡିଥାଏ |

ମାନସ୍ତତ୍ଵବିତ ମାନଙ୍କ ମତରେ ଏକ ମହିଳା ତାଙ୍କର ଯେତେବେଳେ ମାନସିକତାରେ ପରିପକ୍ଵତା ଆସିଲେ ପିଲାକୁ ଜନ୍ମ ଦେଲେ ପିଲା ମାନେ ବିଚକ୍ଷଣ ହୋଇଥାନ୍ତି |ତେଣୁ 30 ବର୍ଷ ବୟସରେ ପିଲା ଜନ୍ମଲାଭ କଲେ ସୁସ୍ଥ ଓ ସୁନ୍ଦର ହୋଇଥାନ୍ତି କାରଣ ସେତେବେଳେ ମହିଳା ମାନେ ମାନସିକ ଅବସ୍ଥା ରେ ପ୍ରସ୍ତୁତ ଥାନ୍ତି ଏକ ପିଲାକୁ ଜନ୍ମ ଦେବା ପାଇଁ | ତା ଦ୍ୱାରା ଗର୍ବସ୍ଥ ଶିଶୁ ଉପରେ ସୁପ୍ରଭାବ ପଡିଥାଏ ଏବଂ ଏକ ସୁସନ୍ତାନ ଜାତ ହେଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।