
Jyotisha Shastra -ସିନ୍ଦୁର ଡବାରେ ରଖିଦିଅନ୍ତୁ ଏହି ଗୋଟେ ଜିନିଷ ସ୍ୱାମୀ ହେବେ ଧନବାନ୍ | ମିଳିବ ସୁଖଶାନ୍ତି,ଓ ଧନର ଅଭଵ ରହିବ ନାହିଁ..
ହିନ୍ଦୁ ରୀତି ନୀତି ଅନୁସାରେ ମହିଳା ମାନଙ୍କର ବିବାହ ପରେ ସ୍ୱାମୀଙ୍କୁ ଦେବତା ରୂପରେ ପୂଜା କରିଥାନ୍ତି | ତାଙ୍କର ଶଙ୍ଖା ସିନ୍ଦୂରକୁ ବଜ୍ର କରିବା ପାଇଁ କେତେ କଣ ବାର ବ୍ରତ କରି ଥାନ୍ତି | ସ୍ୱାମୀଙ୍କୁ ଇହ କାଳ ଓ ପର କାଳର ଦେବତା ରୂପରେ ଗ୍ରହଣ କରି ଥାନ୍ତି | ଗୋଟିଏ ଜନ୍ମରେ ବିବାହ ହେଲେ ସାତ ଜନ୍ମ ପରେ ତାଙ୍କୁ ହିଁ ବିବାହ କରିବା ପାଇଁ ଭଗବାନଙ୍କ ପାଖରେ କାମନା କରିଥାନ୍ତି |ସିନ୍ଦୂର ଲଗାଇବାର କିଛି ପୁରାଣ ଭିତ୍ତିକ ନିୟମ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯାହା ଏକ ମହିଳାଙ୍କୁ ସିନ୍ଦୂର ଲଗାଇବା ସମୟରେ ମାନିଲେ ଶୁଭ ହୋଇଥାଏ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ମହିଳା ମାନଙ୍କୁ ଏହି ନିୟମ ଗୁଡିକ ମାନିବା ଦ୍ୱାରା ତାଙ୍କର ସଂସାର ଉପରେ ସୁପ୍ରଭାବ ପଡିବା ସହିତ ତାଙ୍କର ସ୍ୱାମୀଙ୍କର ଆୟୁଷ ବୃଦ୍ଧି ହୋଇ ଥାଏ | ହିନ୍ଦୁ ଧର୍ମରେ ସମସ୍ତ ମହିଳାଙ୍କୁ ସିନ୍ଦୂର ଲଗାଉଥିବାର ଦେଖିଥିବେ | ବିବାହ ସମୟରେ ସିନ୍ଦୁର ଦାନର ମଧ୍ୟ ବିଶେଷ ନିୟମ ଓ ମହତ୍ୱ ରହିଥାଏ | ଏହାକୁ ସୁହାଗର ପ୍ରତୀକ ବୋଲି ମଣାଯାଏ | ବିବାହ ପରେ ସମସ୍ତ ମହିଳାଙ୍କୁ ସିନ୍ଦୂର ଲଗାଇବା ଜରୁରୀ ଅଟେ |
ଆଜିକାଲିର ଆଧୁନିକ ଯୁଗର ମହିଳା ମାନେ ବିବାହ ପରେ ସିନ୍ଦୂର ପିନ୍ଧିବା ପାଇଁ ଅନିଚ୍ଛା ପ୍ରକାଶ କରିଥାନ୍ତି | କିନ୍ତୁ ଏହା ଦ୍ୱାରା ତାଙ୍କ ସ୍ୱାମୀଙ୍କର କ୍ଷତି ହୋଇଥାଏ | ଏହା ଲଗାଇବାର କିଛି ନିୟମ ଅଛି ଏବଂ ଏହା ମାନିବ ଅନିର୍ବଜ୍ୟ ଅଟେ |
ବିବାହିତ ମହିଳା ମାନଙ୍କୁ ସିନ୍ଦୂର ସର୍ବଦା ନିଜ ପଇସାରେ କିଣି ଲଗାଇବା ଉଚିତ | ପରିସ୍ଥିତି ଯାହା ହେଉ ନା କାହିଁକି କେବେ ଅନ୍ୟ ମହିଳାର ସିନ୍ଦୁର ଆଣି ନିଜ ସିଂଥିରେ ଲଗାଇବା ଅନୁଚିତ | ଏଭଳି କରୁଥିବା ମହିଳାଙ୍କର ସ୍ୱାମୀଙ୍କୁ ଧନ ଜନିତ ସମସ୍ୟା ହୋଇଥାଏ | ଉପହାରରେ ମିଳୁଥିବା ସିନ୍ଦୁର ଲଗାଇବା ଠାରୁ ବଂଚିତ ରୁହନ୍ତୁ |
ସବୁବେଳେ ଗାଧୋଇ ସାରି ପୂଜା ପାଠ କରି ସରିବ ପରେ ସିନ୍ଦୂର ପିନ୍ଧିବା ଉଚିତ | ସିନ୍ଦୂର ଲଗାଇବା ସମୟରେ ନିଜ ସ୍ୱାମୀଙ୍କର ଲମ୍ବା ଆୟୁ ବିଷୟରେ ଚିନ୍ତା କରିବା ଆବଶ୍ୟକ | ମାଆ ପାର୍ବତୀଙ୍କୁ ମନେ ମନେ ସ୍ମରଣ କରିବା ଉଚିତ କାରଣ ଅଖଣ୍ଡ ସୌଭାଗ୍ୟର ବର ଦାନ ମାଆ ପାର୍ବତୀ ଦେଇଥାନ୍ତି | ପିରିୟଡ଼ସ ସମୟରେ ସିନ୍ଦୂର ଲଗାଇବା ଅନୁଚିତ କାରଣ ଏହି ସମୟରେ ଏହା ଲଗାଇଲେ ସିନ୍ଦୁରର ଅପମାନ ହୋଇଥାଏ |
ସିନ୍ଦୁରକୁ ତଳେ ପକାନ୍ତୁ ନାହିଁ କାରଣ ଏହା ଅଶୁଭ ହୋଇଥାଏ | ସିନ୍ଦୁରକୁ କେବେ କାହା ସାମ୍ନାରେ ଲଗାନ୍ତୁ ନାହିଁ | ସିନ୍ଦୂର ପିନ୍ଧିବା ସମୟରେ ଓଢଣା ଦେଇ ପିନ୍ଧନ୍ତୁ | ସିଂଥିରେ ଶୁଖିଲା ସିନ୍ଦୂର ବ୍ୟବହାର କରନ୍ତୁ | କୁମକୁମ ବା ଲିକୁଇଡ ସିନ୍ଦୂର ବ୍ୟବହାର କରନ୍ତୁ ନାହିଁ | ଭୁଲରେ ସିନ୍ଦୂର ତଳେ ପଡିଗଲେ ଏହାକୁ ଏକାଠି କରି ମାତା ପାର୍ବତୀଙ୍କୁ କ୍ଷମା ମାଗି ନିଅନ୍ତୁ | ସିନ୍ଦୁରକୁ ସର୍ବଦା ଝିଙ୍କ କଣ୍ଟା ବା ରୂପା କାଠି ଦ୍ୱାରା ବ୍ୟବହାର କରନ୍ତୁ |
ସିନ୍ଦୁରକୁ ଚୁଟି ମଧ୍ୟରେ ଲୁଚାଇ ପିନ୍ଧନ୍ତୁ ନାହିଁ | ସିନ୍ଦୁରକୁ ନାକ ସିଧା ମଝିରେ ଲଗାଇବା ଉଚିତ | ବିବାହ ସମୟରେ ସିନ୍ଦୁରକୁ ବହୁତ ଶୁଭ ମନା ଯାଇଥଏ | ସେହି ସିନ୍ଦୁରକୁ ଯେ କୌଣସି ପୂଜାରେ ପିନ୍ଧନ୍ତୁ | ସିନ୍ଦୂର ଡବାରେ ଏକ ପଇସା ରଖିବା ବହୁତ ଶୁଭ ହୋଇଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।