ସବୁ ସମୟ ଖବର ସାଥିରେ

🛑EXCLUSIVE : କ୍ଷମା ମାଗିଲେ ବାବୁସାନ ନିଜ ସ୍ତ୍ରୀ ଓ ଶ୍ୱଶୁରଙ୍କୁ..ଆଉ ଏମିତି ଭୁଲ କରିବେ ନାହିଁ ବୋଲି କହିଲେ,ଦେଖନ୍ତୁ Video ..

0 13

କିଛି ଦିନ ପୂର୍ବରୁ ବାବୁସାନ ଓ ପ୍ରକୃତିଙ୍କ ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟି ଥିଲା | ଯୋଉଁଥି ପାଇଁ ଲୋକ ମାନେ କହୁଥିଲେ ଯେ ଓଲିଉଡ଼ ଇଣ୍ଡଷ୍ଟ୍ରିର ଷ୍ଟାର ମାନଙ୍କ ଘର କଳି ଦାଣ୍ଡରେ ଆସି ହାଟରେ ଗଡୁଛି |ଆଜ୍ଞା ହଁ ଆମେ କହୁଛୁ ଓଲିଉଡ଼ର ସୁପର ଷ୍ଟାର ବାବୁସାନ ମହାନ୍ତିଙ୍କ କଥା | ଭୁବନେଶ୍ୱରର ଏଆରପୋର୍ଟ ନିକଟରେ ଏକ କାରରେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥି ସେମାନଙ୍କ ଚୋରା ପ୍ରୀତିକୁ ସମସ୍ତଙ୍କ ଆଗକୁ ଆଣିଥିଲେ ଓ ପ୍ରକୃତିଙ୍କୁ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହୋଇଥିଲା| ଏବଂ ଏହି ଘଟଣା ବାବୁସାନ ଓ ପ୍ରକୃତିଙ୍କ ସମ୍ପର୍କକୁ ନେଇ ହେଇଥିଲା |
ତୃପ୍ତିଙ୍କ କହିବା ଅନୁସାରେ ବାବୁସାନ ଜଣେ ବିବାହିତ ପୁରୁଷ ହୋଇଥିବା ବେଳେ ତାଙ୍କର ଦେଢ ବର୍ଷର ଏକ ଶିଶୁ ପୁତ୍ର ମଧ୍ୟ ଅଛି | ତାପରେ ବି ୨ ଜଣଙ୍କ ଭିତରେ ଦୁଇ ବର୍ଷ ହେଲାଣି ଲିଭ ଇନର ସମ୍ପର୍କ ଅଛି | ଯାହାକୁ ସେ ନିଜେ ମଧ୍ୟ ଦେଖିଛନ୍ତି ଓ ଚାରି ଥର ରେଡ ହ୍ୟାଣ୍ଡେଡରେ ଧରା ପକାଇଛନ୍ତି | ଏହା ବିଷୟରେ ପ୍ରଥମେ ସେ ତାଙ୍କ ଶାଶୁ ଅପରାଜିତା ମହାନ୍ତିଙ୍କୁ ଅବଗତ କରାଇଥିଲେ ଓ ତାପରେ ସେମାନଙ୍କ ପରିବାର ତରଫରୁ କିଛି ଜଣ ଯାଇ ପ୍ରକୃତିଙ୍କ ପରିବାରକୁ ବୁଝାଇ ଥିଲେ |ଅପରାଜିତା ନିଜ ବୋହୁଙ୍କ ସପକ୍ଷରେ ଥିଲେ ଓ ନ୍ୟାୟ ପାଇବା ପାଇଁ ଚେଷ୍ଟା କରିଥିଲେ |ବାବୁସାନ ଓ ପ୍ରକୃତିଙ୍କର ଏକ ଅଡିଓ କ୍ଲିପ ଭାଇରଲ ହୋଇଥିଲା ଏବଂ ଏହା ନେଇ ବହୁତ କମେଣ୍ଟ ମଧ୍ୟ ଶୁଣିବାକୁ ମିଳୁଥିଲା |


ଏହି ସବୁ ଘଟଣା ଶୁଣିଲା ପରେ ବିଶେଷ କରି ବାବୁସାନଙ୍କ ଫେନ ମାନଙ୍କୁ ଅଧିକ ମର୍ମାହତ କରିଥିଲା ଓ ସମସ୍ତେ ବାବୁସାନଙ୍କୁ ତୃପ୍ତିଙ୍କ ଓ ତାଙ୍କ ପିଲା ପାଖକୁ ଫେରି ଯିବା ପାଇଁ ଅନୁରୋଧ କରିଥିଲେ | କିଛି ଦିନ ପରେ ମଧ୍ୟ ବାବୁସାନ ଚେନ୍ନାଇରୁ ଫେରି ପ୍ରଥମେ ନିଜ ବାପା ମାଆ ଙ୍କ ପାଖକୁ ଯାଇ ଦେଖା କରିଥିଲେ |

ଏବଂ ନିଜ ପିଲାଙ୍କୁ ଦେଖା କରି ଥିବାର କଥା ସେ ଗଣ ମାଧ୍ୟମ ଆଗରେ କହିଥିଲେ | କିନ୍ତୁ ସ୍ତ୍ରୀ ତୃପ୍ତିଙ୍କ ବିଷୟରେ କିଛି କହି ନ ଥିଲେ ବା କୌଣସି ଭିଡିଓ ମଧ୍ୟ ନଜର ଆସି ନ ଥିଲା | କିନ୍ତୁ ଆଜି ଏକ ଭିଡିଓ ମାଧ୍ୟମରେ ବାବୁସାନ ନିଜ ସ୍ତ୍ରୀ ଓ ତାଙ୍କ ଶ୍ୱଶୁରଙ୍କୁ କ୍ଷମା ମାଗୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |

ଏହି ଭିଡିଓରେ ଦେଖିବାକୁ ମିଳୁଛି କି ବାବୁସାନ କହୁଛନ୍ତି ଯେ କିଛି ଦିନ ପୂର୍ବରୁ ଯୋଉଁ ଘାଟଣା ଘଟି ଥିଲା ସେଥି ପାଇଁ ସେ ସାମଗ୍ର ଓଡିଶା ବାସୀଙ୍କୁ କ୍ଷମା ମାଗିଛନ୍ତି ଓ ତାଙ୍କ ସ୍ତ୍ରୀ ତୃପ୍ତି ଓ ତାଙ୍କ ବାପା ଲଳିତ ଶତପଥିଙ୍କୁ ମଧ୍ୟ କ୍ଷମା ମାଗୁଛନ୍ତି | ଏବଂ ଏ କଥା ମଧ୍ୟ କହୁଛନ୍ତି କି ମୋ ପାଇଁ ସେମାନେ ଓ ସେମାନଙ୍କ ପରିବାର ବହୁତ କଷ୍ଟ ପାଇଛନ୍ତି | ତାଙ୍କ ସ୍ତ୍ରୀ ଓ ତାଙ୍କ ଶ୍ୱଶୁର ବହୁତ କଷ୍ଟ ପାଇଛନ୍ତି | କିନ୍ତୁ ଆଜି ସେ ଶପଥ କରିଛନ୍ତି ଯେ ଆଜିଠାରୁ ସେମାନଙ୍କର କିଛି କ୍ଷତି ହେବାକୁ ଦେବେ ନାହିଁ ବା ଏମିତି ଭୁଲ କେବେ ବି କରିବେ ନାହିଁ |

ଏହା ଶୁଣି ତାଙ୍କ ଫେନ ମାନଙ୍କ ମନରେ ମଧ୍ୟ ଏକ ପ୍ରକାର ଖୁସି ଦେଖିବାକୁ ମିଳିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।