
ଛିଃ…ଛିଃ…ଦୀନେଶର ଶ୍ୱଶୁର କାଲି ମୋର ଚିପିଦେଲେ , ଆଉ ତା ପରେ… ଦେଖନ୍ତୁ Video
ବ୍ରହ୍ମପୁର ଦେଶୀ ବେହେରା ସାହିର କେ.ଦୀପିକାଙ୍କ ଧାରଣାକୁ ଦିନ ଗଡି ଚାଲିଛି। କିନ୍ତୁ ଫିଟୁନି ସମାଧାନର ବାଟ। ପତ୍ନୀର ମାନ୍ୟତା ଦାବି କରି ପ୍ରେମିକ୍ ଘର ଆଗରେ ଧାରଣାରେ ୬୮ ଦିନ ହେବ ବସି ରହିଥିବା ଦୀପିକା ଏବେ ବି ସେମିତି ଧାରଣାରେ ବସି ରହିଛନ୍ତି। ଘର ଭିତରେ ପ୍ରେମିକଙ୍କ ବାପା ମା ପରିବାର ଲୋକେ ଥିବା ବେଳେ ଘର ବାହାରେ ବସି ରହିଛନ୍ତି ଦୀପିକା। ମଝିରେ ମଝିରେ ଦୀପିକା ବସିଥିବା ବାଟ ଦେଇ ଯିବା ଆସିବା କରୁଛନ୍ତି ପ୍ରେମିକ ଦିନେଶଙ୍କ ବାପା ମା। କିନ୍ତୁ ନିଜ ବୋହୂକୁ ଆଡ ଆଖିରେ ମଧ୍ୟ ଚାହୁଁ ନାହାଁନ୍ତି। କିନ୍ତୁ ସମାଧାନର ବାଟ କିଛି ବି ବାହାରି ପାରୁନି।
ଆଉ ଯେ ପର୍ଯ୍ୟନ୍ତ ତାଙ୍କୁ ପତ୍ନୀର ମାନ୍ୟତା ଓ ତାଙ୍କ ପୁଅକୁ ବାପର ପରିଚୟ ମିଳି ନାହିଁ ସେ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଧାରଣା ଜାରି ରଖିବେ ବୋଲି ଜିଦ୍ ଧରି ବସିଛନ୍ତି। ଆଉ ଏପଟେ ଶାଶୂ ବୋହୂଙ୍କ ତୁ ତୁ ମେ ମେ ବଢ଼ି ଚାଲିଛି। ଆଉ ଦୀପିକା ଶାଶୁ ଶଶୁରଙ୍କ ନାରେ ଦେଇଛନ୍ତି ଥାନରେ ଏତେଲା। ଗତ ଗୁରୁବାର ଦିନ ଦୀପିକାଙ୍କ ଉପରେ ଶାଶୁ ଘର ଲୋକେ ଆକ୍ରମଣ କରୁଥିଲେ। ଦୀନେଶଙ୍କ ପରିବାର ଲୋକେ ତାଙ୍କ ତଣ୍ଟି ଚିପିବା ସହ ଟଣା ଓଟରା କରିଥିଲେ ଯେଉଁଥିରେ ସେ ଆହତ ହୋଇଛନ୍ତି।ଏମିତିକି ତାଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ମଧ୍ୟ ଦେଇଛନ୍ତି। ଏହା ସହ ଦୀପିକା ରହୁଥିବା ପାଲକୁ ମଧ୍ୟ ଚିରି ଦେଇଛନ୍ତି।
ତେବେ ଦୀପିକା ଏହାକୁ ନେଇ ଥାନରେ ଲିଖିତ ଅଭିଯୋଗ କରିଥିଲେ। ଆଉ ଏହାପରେ ପୋଲିସ ଆସି ଘଟଣା ସ୍ଥଳରେ ତନାଘନା କରିଥିଲା। ଆଉ ତଦନ୍ତ କାରୀ ଅଧିକାରୀ ଘଟଣା ସ୍ଥଳରେ ପହଁଚି ଦୀପିକାଙ୍କ ବୟାନ ରେକର୍ଡ କରିଛନ୍ତି ଆଉ ଏହାପରେ ପ୍ରେମିକ ଦିନେଶନି ବାପା ମାଙ୍କୁ ଥାନାକୁ ନେଇ ପୋଲିସ ପଚରା ଉଚୁରା କରିଛି। ତେବେ ଏହି ଶାଶୁ ବୋହୂଙ୍କ ତୁ ତୁ ମେ ମେ ଆଗକୁ ଆଉ କେତେଦିନ ଚାଲିବ ତାହା ଜଣା ନାହିଁ।
ଦୀପିକା ଚାହୁଛନ୍ତି ତାଙ୍କୁ ପତ୍ନୀର ମାନ୍ୟତା ମିଳୁ ଆଉ ତାଙ୍କ ପୁଅକୁ ବାପର ପରିଚୟ ମିଳୁ। କିନ୍ତୁ ପ୍ରେମିକ ଦିନେଶଙ୍କର କିଛି ଖୋଜ ଖବର ନାହିଁ ଆଉ ଏପଟେ ଦିନେଶଙ୍କ ବାପା ମା ଦୀପିକାଙ୍କୁ ଦେଉଛନ୍ତି ଶାରିରୀକ ଓ ମାନସିକ ନିର୍ଯାତନା। ଏମିତିକି ତାଙ୍କୁ ମାଡ଼ ମାରି ଜୀବନରୁ ମାରି ଦେବା ପାଇଁ ଧମକ ଦିଆ ଯାଉଛି । ତେବେ ଦେଖିବାକୁ ବାକି ରହିଲା ନିଜକୁ ପତ୍ନୀର ମାନ୍ୟତା ଦେବା ପାଇଁ ଆଉ ନିଜ ପୁଅକୁ ବାପର ପରିଚୟ ଦେବା ପାଇଁ ଦୀପିକାଙ୍କ ଏ ଲଢେଇ ଆଗକୁ କେଉଁ ମୋଡ଼ ନେଉଛି। ଯାହା ଉପରେ ସମସ୍ତଙ୍କ ନଜର ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।