ସବୁ ସମୟ ଖବର ସାଥିରେ

ଦେଖନ୍ତୁ ଏହି viral video -ପିଲା ମାନଙ୍କ ପାଇଁ ଆସୁଥିବା ଅଣ୍ଡାକୁ ଖାଇଗଲେ ଦିଦି, ଆଉ ଗାଁ ଲୋକ କହିବାରୁ ଦିଦି ଏମିତି କାମ କଲେ ଦେଖିଲେ ପାଦତଳୁ ମାଟି ଖସିଯିବ…

0 10

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଠିକ୍ ସେହିଭଳି ଏକ ଭିଡିଓ ବର୍ତ୍ତମାନ ସମୟରେ ଚର୍ଚ୍ଚାର ପରିସର ଭିତରକୁ ଆସିଛି। ଭିଡିଓରେ ଦେଖନ୍ତୁ ଏ ଦିଦି ଜଣକ କିପରି ରାଗି ଯାଇଛନ୍ତି ଆଉ କିଭଳି ଲାଲି ଆଖି ଦେଖାଉ ଛନ୍ତି। ଏହା ଏକ ସରକାରୀ ବିଦ୍ୟାଳୟର ଚିତ୍ର। ଯେଉଁଠି ଏ ଦିଦି ଜଣକ ପିଲାଙ୍କ ମଧ୍ୟାହ୍ନ ଭୋଜନ ଦିଯାଉଥିଲା ଆଉ ଆଜି ପିଲାଙ୍କୁ ମିଳିଥାନ୍ତା ଅଣ୍ଡା। ହେଲେ ଏଠାରେ ଦିଦି ପିଲାଙ୍କୁ ଅଣ୍ଡା ଦେବେ କଣ ବରଂ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପରିବର୍ତ୍ତେ ନିଜେ ଖାଇ ଯାଉଛନ୍ତି ଦିଦି।
କେବଳ ଏତିକ ନୁହେଁ ଘରକୁ ମଧ୍ୟ ଟିଫିନ୍ ରେ ପ୍ୟାକ୍ କରି ସାଥିରେ ନେଇ ଯାଉଥିଲେ ଏହି ଦିଦି ଜଣକ। ଆଉ ସେହି ସମୟରେ ଧରି ପକାଇଲେ ପିଲାଙ୍କ ଅଭିଭାବକ ମାନେ। ଆଉ ଅଭିଭାବକ ମାନେ ଟିଫିନ୍ ଖୋଲିବାରୁ ରାଗରେ ପଞ୍ଚମ ହୋଇଗଲେ ଦିଦି। ଆଉ ଭାତ ସବୁ ନେଇ ଫୋପାଡି ଦେଲେ ଦିଦି। ଆଉ ତାପରେ ଦିଦିଙ୍କ ରାଗଙ୍କ ରାଗ କହିଲେ ନସରେ। ଏଭଳି ଏକ ଘଟଣା ଦେଖବାକୁ ମିଳିଛି ରଣପୁର ବ୍ଲକ୍ ଚମ୍ପାଗଡ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ବିଜୟଲକ୍ଷ୍ମୀ ଦିଦି ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି। କିନ୍ତୁ ଏ ଦିଦି ଜଣକ ଏଠାରେ ପିଲାକୁ ଠିକ୍ ଭାବେ ପାଠ ପଢ଼ାଇବା ତ ଦୂରର କଥା କାହାକୁ ଖାତିର ବି କରନ୍ତି ନାହିଁ। ଆଉ ମଝି ମଝିରେ ଏହି ଦିଦି ଜଣକ ଗାଳି ଗୁଲଜ କରୁଛନ୍ତି। ତେବେ ଏକଥା କହୁଛନ୍ତି ସେହି ବିଦ୍ୟାଳୟର ଚେୟାରମେନ।

ପ୍ରତିଦିନ ଏହି ଦିଦି ଜଣକ ପିଲାଙ୍କ ମଧ୍ୟାହ୍ନ ଭୋଜନକୁ ଖାଆନ୍ତି ଆଉ ଘରକୁ ମଧ୍ୟ ଟିଫିନ୍ ରେ ପ୍ୟାକ୍ କରି ନେଇ ଯାଆନ୍ତି। ତେବେ ଗତ କାଲି ଏହି ଦିଦି ଜଣକ ଅଣ୍ଡା ଭାତ ଖାଇବା ସହ ଘର ପାଇଁ ଗୋଟିଏ ବଡ ଟିଫିନ୍ ରେ ଭାତ ଓ ୧୨ଟି ଅଣ୍ଡା ରଖିଥିଲେ ଏହି ଶିକ୍ଷୟତ୍ରୀ। ସେପଟେ ଅଭିଭାବକ ମାନେ ତଦାରଖ କରି ଦିଦିଙ୍କ ବ୍ୟାଗ୍ ତଦାରଖ କରିଥିଲେ ଏବଂ ଦିଦିଙ୍କ ସତ ପଦାକୁ ଆସିଥିଲା। ଏହାପରେ ଅଭିଭାବକ ମାନେ ରଣପୁର ପୋଲିସ ଓ ବିଓକୁ ଖବର ଦେଇଥିଲେ। ସେମାନେ ଆସି ତଦନ୍ତ କରିଥିଲେ।

ପାଞ୍ଚ ଦିନ ମଧ୍ୟରେ ଦିଦିଙ୍କୁ ସ୍ଥାନାନ୍ତରିତ କରିବାର ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ମାନେ ଫେରି ଆସିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଏଠାରେ ପ୍ରଶ୍ନ ଉଠିଛି ସରକାର୍ ଶିକ୍ଷାର ବିକାଶ ନିମନ୍ତେ ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି କିନ୍ତୁ ସେହି ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେଉଚୀ କି।ଯାହା ଚିନ୍ତାର ଏକ ବିଷୟ ପାଲଟିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।