
ହାରିଗଲା ମାନବି ପଣିଆ ! ଜନମ କରିଥିଲି ପୁଅ ଝିଅ କେହି ବାସୀରେ ପଚାରୁ ନାହାଁନ୍ତି ,,,,ଧିକ ତମ ପୁଅ ପଣିଆ ….ଦୟାକରି ଏହି ବାପା ମା ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ ..
ଆମ ଦୁନିଆଁ ର ଯଦି ସବୁଠୁ ବଡ଼ ସମ୍ପର୍କ ଆଉ ଆପଣାର ସମ୍ପର୍କ କଣ ପଚରାଯିବ ତେବେ ତାହାର ଉତ୍ତର ରହିବ ବାପା ଆଉ ମା | ବାପା ମା ନିଜ ଛୁଆ ପାଇଁ ଯାହା ଯାହା କରି ଥାଆନ୍ତି ତାହା ଜଗତ ରେ କେହି ମଧ୍ୟ କରି ପାରିବେ ନାହିଁ କି ତାହାର ଋଣ ମଧ୍ୟ କେହି ସୁଜି ପାରିବେ ନାହିଁ | ବାପା ମା ମାନେ ଯେତେ କଷ୍ଟ ରେ ରୁହନ୍ତୁ ବରଂ ହେଲେ ନିଜ ଛୁଆ ର ଲାଳନ ପାଳନ କରି ଭଲ ମଣିଷ ଟିଏ କରି ଥାଆନ୍ତି | ନିଜେ ଭୋକ ଉପାସ ରେ ରହି ଛୁଆ କୁ ଖାଇବାକୁ ଦେଇ ପାଠ ପଢାଇ ଥାଆନ୍ତି |
କିନ୍ତୁ ସେହି ଛୁଆ ଯେତେ ବେଳେ ବଡ଼ ହୋଇ ଯାଏ ବାପା ମା ଙ୍କର ମହତ୍ୱ ଆଉ ବୁଝନ୍ତି ନାହିଁ, ସତେ ଯେମିତି ବାପା ମା ତାଙ୍କ ପାଇଁ ଏକ ବୋଝ ପାଲଟି ଯାଆନ୍ତି | ଦରକାର ପଡିଲେ ବୃଦ୍ଧ ମା ବାପା ଙ୍କୁ କଷ୍ଟ ଦେଇ ଘରୁ ମଧ୍ୟ ତଡ଼ି ଦେଇ ଥାଆନ୍ତି, କିନ୍ତୁ ବୃଦ୍ଧାଶ୍ରମ ରେ ରହିଲେ ମଧ୍ୟ ତାଙ୍କୁ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡେ | ତେବେ ଆଜି ସେଭଳି ଏକ ଅସହାୟ ବୃଦ୍ଧ ମା ବାପା ଙ୍କ କଥା କହିବୁ ଯାହାକୁ ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସି ଯିବ |
ପିଲା ମାନେ ତ ନିଜ ବାପା ମା ଯେତେ ବେଳେ ବୃଦ୍ଧ ହୋଇ ଯାଆନ୍ତି ସେତେ ବେଳେ ତାଙ୍କ ରହିବା ପାଇଁ ଏକ ଆଶ୍ରମ କୁ ପଠାଇ ଦେଇ ଥାଆନ୍ତି, କିନ୍ତୁ ସେମାନେ ସେଠାରେ ସୁରକ୍ଷିତ ନା ନାହିଁ ସେହି ସମ୍ପର୍କ ରେ କିଛି ମଧ୍ୟ ଖବର ରଖି ନଥାନ୍ତି | ତେବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ବୃଦ୍ଧ ବାପା ମା ମାନେ ଆଶ୍ରମ ରେ ମଧ୍ୟ ସୁରକ୍ଷିତ ନାହାଁନ୍ତି ତାଙ୍କୁ ବିଭିନ୍ନ ପ୍ରକାର ର ଅସୁବିଧା ଓ ନିର୍ଯାତନା ର କେବଳ ସାମ୍ନା କରିବାକୁ ପଡୁଛି |
ସୂଚନା ଅନୁଯାଇ ଭୁବନେଶ୍ୱର ରେ ଅବସ୍ଥିତ ଏକ ଦୟାଲ ଆଶ୍ରମ ଯେଉଁଠି ଜଣଙ୍କୁ ହତ୍ୟା କରା ଯାଇଛି ଆଉ ଏହି ଘଟଣା ର ଖବର ପାଇବା ପରେ ପୋଲିସ ଏୟାରଫିଲ୍ଡ ଥାନା ଅଧୀନରେ ଥିବା ଏହି ଆଶ୍ରମ କୁ ସିଜ କରିଛି | ଏହା ସହିତ ସେହି ଆଶ୍ରମ ରେ ଥିବା ଚାରି ଜଣ ବୃଦ୍ଧ ବୃଦ୍ଧା ଙ୍କୁ ରାଣୀପୁର ର ଜଟଣୀ ଠାରେ ଏକ ବୃଦ୍ଧା ଆଶ୍ରମ କୁ ଉଦ୍ଧାର କରା ଯାଇଛି | ସେମାନେ କିଭଳି ଜଟଣୀ ଆଶ୍ରମ ରେ ସୁରକ୍ଷିତ ଭାବେ ରହି ପାରିବେ ତାହାକୁ ନେଇ ଏବେ ପୋଲିସ ତାଙ୍କୁ ଉଦ୍ଧାର କରିବାରେ ଲାଗି ପଡିଛନ୍ତି | ତେବେ ସବୁଠୁ ଦୁଃଖ ର କଥା ହେଉଛି ଯେ ବୃଦ୍ଧ ସମୟରେ ବି ତାଙ୍କୁ ଏଭଳି ପରିସ୍ଥିତି ର ସାମ୍ନା କରିବାକୁ ପଡୁଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।