ସବୁ ସମୟ ଖବର ସାଥିରେ

vastu Tips – ଧନ ବୃଦ୍ଧି କରୁଥିବା ( ଫୁଲ ) ଜାଣନ୍ତୁ 5ଟି ରାମବାଣ ଉପାୟ

0 10

ପ୍ରକୃତି ପାଇଁ ସୃଷ୍ଟିର ସବୁଠାରୁ ବଡ଼ ଉପହାର ହେଉଛି ଫୁଲ।ଆମେ ଆମ ପରିବାରର ଶାନ୍ତି ଓ ସମୃଦ୍ଧି ପାଇଁ ପୁଷ୍ପମାନ ଇଶ୍ୱରଙ୍କ ପାଖରେ ଅର୍ପଣ କରିଥାଉ। ଆମ ପ୍ରକୃତରେ ଏମିତି କିଛି ଫୁଲ ରହିଛନ୍ତି ଯେଉଁମାନଙ୍କ ପାଖରେ ଅଦ୍ଭୁତ ଚମତ୍କାର ରହିଅଛି। ତେବେ ଆଜି ଆମେ ଜାଣିବା ଏକ ଚମତ୍କାରୀ ଅଦ୍ଭୁତ ଫୁଲ ବିଷୟରେ। ଯାହାକି ଘରର ଧନ ର ଆଗମନ କରିବା ସହିତ ଘରେ ସୁଖ ଶାନ୍ତି ବୃଦ୍ଧି କରିଥାଏ। ନିଜର ବାଡି ବଗିଚାରେ ଏହି ଫୁଲ ଫୁଟିବା ଦ୍ଵାରା ନକାରାତ୍ମକ ଶକ୍ତି ପ୍ରଭାବ କମ୍ ହୋଇଥାଏ। ତେବେ ସେହି ଚମତ୍କାରୀ ଅଦ୍ଭୁତ ଫୁଲଟି ହେଉଛି ଅପରାଜିତା ଫୁଲ। ଆସନ୍ତୁ ଜାଣିବା ଏହି ଅପରାଜିତା ଫୁଲର କଣ ବିଶେଷତ୍ୱ ରହିଛି।
ଅପରାଜିତାର ଅର୍ଥ ଯାହାର କେବେ ପରାଜୟ ହୁଏ ନାହିଁ ଅପରାଜିତ ଗୋଟିଏ ଏମିତି ଫୁଲ ଯିଏ କେବେବି ହାରି ନଥାଏ ଏବଂ ଯାହାର କେବେ ବି ପରାଜୟ ହୋଇ ନଥାଏ। ଏହାର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ ଯାହା ଭଗବାନ ଶିବଙ୍କର ଏକ ନାମ ଅଟେ। ଏବଂ ମାତା ଦୁର୍ଗା ଙ୍କ ନାମ ସହିତ ମଧ୍ୟ ମିଶିଥାଏ। ତେଣୁ ଏହି ଫୁଲ ଶିବ ଏବଂ ଶକ୍ତିଙ୍କର ସ୍ୱରୂପ ଅଟେ। ତେଣୁ ଏହା ଅତ୍ୟନ୍ତ ଗୁଣକାରୀ ଏବଂ ଚମତ୍କାରି ହୋଇଥାଏ।
ତେବେ ଏହି ଅପରାଜିତା କେବଳ ଶିବ, ପାର୍ବତୀ ,ଗଣେଶ, କାର୍ତ୍ତିକ ପ୍ରିୟ ତାହା ନୁହେଁ ବରଂ ପବନପୁତ୍ର ହନୁମାନ, ଶନିଦେବଙ୍କ ସମେତ ଲକ୍ଷ୍ମୀ ନାରାୟଣଙ୍କର ମଧ୍ୟ ଖୁବ୍ ପ୍ରିୟ। ତେଣୁ ଘରର ଧନ ବୃଦ୍ଧି କରିବା ପାଇଁ ଏହି ଉପାୟ ନିଶ୍ଚିତ କରାନ୍ତୁ। ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ ଯାହା କରିବା ଦ୍ଵାରା ସବୁ ସମସ୍ୟା ଦୂର ହେବା ସହିତ ଘରକୁ ଧନର ଆଗମନ ହୋଇଥାଏ।
୧.ଘର ର ମଙ୍ଗଳ ପାଇଁ ଶନିବାର ଦିନ ରାତିରେ ଏହି ଫୁଲ କୁ ଘରର ମୁଖ୍ୟ ଦୁଆରରେ ଏହି ଫୁଲର ମାଳ କରି ଟାଙ୍ଗୀ ଦିଅନ୍ତୁ। ଏହା ଦ୍ବାରା ଭୂତପ୍ରେତର ବାଧା ଦୂର ହୋଇଥାଏ।
୨.ସୋମବାର କିମ୍ବା ଶନିବାର ଦିନ ପାଞ୍ଚଟି ଅପରାଜିତା ଫୁଲକୁ ତୋଳି ନିଜର ଇଷ୍ଟଦେବୀଙ୍କ ନାମକୁ ଆରାଧନା କରି ଏହି ଫୁଲକୁ ନଦୀସ୍ରୋତରେ ଭସାଇ ଦିଅନ୍ତୁ। କିନ୍ତୁ ଏ ବିଷୟରେ ଅନ୍ୟ କହାକୁ ବି ଜଣାନ୍ତୁ ନାହିଁ।
୩. ମନ ପସନ୍ଦର ଚାକିରୀଟିଏ ଚାହୁଁଥିଲେ ମା ଦୁର୍ଗାଙ୍କୁ ପ୍ରତିଦିନ ୧୧ଟି ଅପରାଜିତା ଫୁଲ୍ ଅର୍ପଣ କରନ୍ତୁ। ଯାହା ଦ୍ଵାରା ମାଙ୍କ କୃପାରୁ ଧନର ବର୍ଷା ହେବ।
୪. ପ୍ରତି ଶନିବାର ଦିନ ଅପରାଜିତା ଫୁଲକୁ ନେଇ ପବନପୁତ୍ର ହନୁମାନଙ୍କୁ ଅର୍ପଣ କରନ୍ତୁ। ଏବଂ ସେହି ପୂଜାଫୁଲ୍ କୁ ଆଣି ନିଜ ପାଖରେ ରଖନ୍ତୁ। ଯାହା ଦ୍ଵାରା ଧନର ସମସ୍ତ ସମସ୍ୟା ଦୂର ହୋଇଥାଏ।
୫. ପ୍ରତି ଶନିବାର ଦିନ ଧଳା ରଙ୍ଗର ବସ୍ତ୍ର ପରିଧାନ କରି ଭଗବାନ୍ ଶିବଙ୍କ ମନ୍ଦିରକୁ ଯାଇ ଅପରାଜିତାର ପୁଷ୍ପମାଲ୍ୟ ଅର୍ପଣ କରନ୍ତୁ। ଆପଣଙ୍କର ସମସ୍ତ ମନବାଞ୍ଛା ପୂର୍ଣ୍ଣ ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।