
Breacking News – ସତର୍କ କଲା ପାଣି ପାଗ ବିଭାଗ ୧୦ ରେ ମାଡିଆସୁଛି ବାତ୍ୟା ! କେଉଁଠି ତାଣ୍ଡବ ରଚିବି ଦେଖନ୍ତୁ ଏବଂ ଅନ୍ୟମାନଙ୍କୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…
ଆସନ୍ତା ୬ ରେ ଆସୁଛି ଲଘୁଚାପ । ଲଘଚାପ ଘନୀଭୂତ ହୋଇ ନେଇ ପାରେ ବାତ୍ୟାର ରୂପ। ବାତ୍ୟାର ପୂର୍ବନାନୁମାନକୁ ନେଇ ସୂଚନା ଦେଇଛନ୍ତି ପାଣି ପାଗ ବିଭାଗ। ମେ ମାସର ବାତ୍ୟା ତୀବ୍ର ରୂପ ନିଏ ବୋଲି ଇତିହାସ ମଧ୍ୟ ସାକ୍ଷୀ ରହିଛି। ତେବେ ଏବେ ଯାଏ ବାତ୍ୟା କେଉଁ ଦିଗକୁ ଯିବ ତାହା ସ୍ପଷ୍ଟ ହୋଇ ପାରି ନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ତାହା କହିହେବ।
ପୁଣି ଡରାଉଛି ମେ ମାସ।ପାଣିପାଗ ରେକର୍ଡରେ ମେ ମାସକୁ ବାତ୍ୟାର ମାସ ବୋଲି କୁହା ଯାଇଥାଏ।ତେବେ ମେ ମାସକୁ ନେଇ ସମସ୍ତେ ଚିନ୍ତିତ ହୋଇ ରହିବା ଟା ସ୍ଵାଭାବିକ କଥା। ଏହି ମାସରେ ଅଧିକ ବାତ୍ୟାର ସମ୍ଭାବନା ରହିଥାଏ।
ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ମେ ୫ ତାରିଖରୁ ପାଗରେ ବିଶେଷ ପରିବର୍ତ୍ତନ ଦେଖିବା ପାଇଁ ମିଳିବ। ମେ ୬ ତାରିଖରେ ଆଣ୍ଡମାନ ଉପକୂଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ର ରୂପ ନେଇ ପାରେ।
ତେବେ ବାତ୍ୟାକୁ ଏଡାଇ ଦିଆ ଯାଇ ପାରିବ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି। ତେବେ ବାତ୍ୟା ହେବ କି ନାହିଁ ତାହା ଲଘୁଚାପ କେନ୍ଦ୍ର ସୃଷ୍ଟି ହେବା ପରେ କହି ହେବ। ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ସ୍ଥଳ ଭାଗ ଛୁଇଁବ ବୋଲି କୁହା ଯାଉଛି। ତେବେ ଆଜିଠୁ ରାଜ୍ୟରେ କିଛି ସ୍ଥାନରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି।
ତେବେ ବାତ୍ୟାର ରୂପ କେତେ ତୀବ୍ର ହେବ ତାହା ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ ଯେହେତୁ ଏଇଟା ବାତ୍ୟାର ମାସ ଟେବେ ବାତ୍ୟାକୁ ଏଡାଇ ଦିଆ ନଯାଇ ପାରେ। ସେପଟେ ପାଣିପାଗ ବିଭାଗ ତରଫରୁ କୁହଯାଇଛି କି ମେ ମାସରେ ହେଉଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇଥାଏ ସତ କିନ୍ତୁ ବାତ୍ୟାର ତୀବ୍ର ନହୋଇ ପ୍ରକୋପ କମ୍ ରହିଥାଏ। ଯଦି ବିଭିନ୍ନ ମଡେଲ ର ଆକଳନ ଠିକ୍ ହୋଇଥାଏ ତେବେ ବାତ୍ୟା ମେ ୧୦ ତାରିଖରେ ତାର ପ୍ରଭାବ ଦେଖାI ଓଡ଼ିଶା ଉପକୂଳ ଛୁଇଁପାରେ।
ତେବେ ଆସନ୍ତା ୮ ତାରିଖରେ ଆକାଶ ମେଘାଚ୍ଛନ୍ନ ରହିବ।୯ ରେ ପାଗରେ ସଂପୂଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିବ। ବାତ୍ୟା ଘନୀଭୂତ ହେବ କିନ୍ତୁ ବଡ ରୂପ ନେଇ ନପାରେ। ଏମିତି ଦେଖିବକୁ ଗଲେ ଗତ କିଛି ବର୍ଷ ଧରି ହେଉଥିବା ବାତ୍ୟା ସ୍ଥଳ ଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇ ପଡ଼ୁଛି।
ତେବେ ଏଥରବି ସେଭଳି ପରିସ୍ଥିତି ଦେଖା ଦେଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ବିଶେଷ କରି ମେ ଓ ନଭେମ୍ବର ମାସକୁ ବତ୍ୟାର ମାସ ବୋଲି ଧରାଯାଏ। ତେବେ ବାତ୍ୟାର ପୁରା ଚିତ୍ର ଆସନ୍ତା ୩-୪ ଦିନ ମଧ୍ୟରେ ସ୍ପଷ୍ଟ ହୋଇପାରିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।